ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଯାନ ବାହନ ନିୟନ୍ତ୍ରଣ, ପାର୍କିଂ ପାଇଁ ପୋଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା ସୂପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ କରାଯାଇଛି। ବଡଦାଣ୍ଡ ଓ ସହରକୁ ୧୦ ଟି ଜୋନ ଓ ୨୯ ଟି ସେକ୍ଟରରେ ବିଭକ୍ତ କରାଯାଇଛି। କଣ୍ଟ୍ରୋଲ ରୁମ୍ ସହର ଭିତରେ ଦୁଇଟି ଓ ସହର ବାହାରେ ଗୋଟିଏ ଭାଗରେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି ବୋଲି ପୋଲିସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆଇଜି ଅମିତାଭ ଠାକୁର ।
ସହର ଭିତରେ ଓ ବାହାରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ସହ ରୁଟଚାର୍ଟ ପ୍ରସ୍ତୁତ ହୋଇଛି। ଭୁବନେଶ୍ୱର ଆଡୁ ଆସୁଥିବା ରାଜ୍ୟ ବାହାର ବସ ଗୁଡିକ ମାଳତୀପାଟପୁର ବସ ଟର୍ମିନାଲରେ, ଆନ୍ତଃ ରାଜ୍ୟ ବସ ଗୁଡିକ ତାଳବଣିଆ ଓ ଉଦ୍ୟାନ ବିଭାଗ ଫାର୍ମରେ, ଚାରିଚକିଆ ଗାଡି ଗୁଡିକ ତାଳବଣିଆ ଓ ସହରର ତିନୋଟି ସ୍ଥାନରେ, ଦୁଇ ଚକିଆ ଗାଡ଼ି ଗୁଡିକ ସହର ଭିତରେ ହୋଇଥିବା ପାର୍କିଂ ସ୍ଥାନରେ ପାର୍କିଂ କରିବେ। କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ ବ୍ୟବସ୍ଥାର ନିୟନ୍ତ୍ରଣ କରାଯିବ। ନବଯୌବନ ଦର୍ଶନ ଓ ରଥଯାତ୍ରା, ସନ୍ଧ୍ୟା ଦର୍ଶନ ଓ ବାହୁଡା଼ ଯାତ୍ରା, ସୁନାବେଶ ଓ ରଥର ଅନ୍ୟ ଦିନ ଓ ଜରୁରୀକାଳୀନ ପରିସ୍ଥିତି ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ପାଇଁ ଟ୍ରାଫିକ ବ୍ୟବସ୍ଥା ଆଇଜି ଅମିତାଭ ଠାକୁର ରହିଛନ୍ତି । ଟ୍ରାଫିକ ବ୍ୟବସ୍ଥା ଦାୟିତ୍ୱରେ ଥିବା ୪ ଜଣ କମାଡାଣ୍ଟ,୧୩ ଜଣ ଡେପୁଟି କମାଡାଣ୍ଟ ଓ ଅତିରିକ୍ତ ଏସପି,୨୨ ଜଣ ଡିଏସପି ଓ ଅତିରିକ୍ତ କମାଡାଣ୍ଟ,୬ ଜଣ ଇନ୍ସପେକ୍ଟର ଓ ସୁବେଦାର ,୨୮ ଜଣ ଏସଆଇ ଓ ଏଏସଆଇ ଓ ୪୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
