ପୁରୀ: ଶୃଙ୍ଖଳିତ ରଥଯାତ୍ରା ପାଇଁ ଆଜି ପ୍ରଶାସନିକ ସ୍ତରରେ ରଥ ଟଣାର ମକ ଡ୍ରିଲ ଅନୁଷ୍ଠିତ ହୋଇଛି। ସେହିପରି ଭିଡ଼ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷା ଦିଗରେ ମଧ୍ୟ ଅଭ୍ୟାସ କରାଯାଇଛି | ଅତିରିକ୍ତ ପୋଲିସ ମହାନିର୍ଦେଶକଙ୍କ ନେତୃତ୍ୱରେ ତିନୋଟି ରଥରେ ନିଯୁକ୍ତ ପୋଲିସ ଓ ମାଜିଷ୍ଟ୍ରେଟ ଏବଂ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ରଥ ଟଣା ଅଭ୍ୟାସ କରା ଯାଇଛି। ଶୃଙ୍ଖଳିତ ଭାବେ ରଥ ଟଣା ଶେଷ କରିବା ନେଇ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି।