ଗତ ବର୍ଷ ଡିସେମ୍ବରରେ ସ୍ପେସଏକ୍ସ ରକେଟ୍‌ ସାହାଯ୍ୟରେ ୪୦ କଳା ମୂଷାଙ୍କୁ ଅନ୍ତରୀକ୍ଷକୁ ପଠାଯାଇଥିଲା । କନେକଫିକଟ୍‌ ସ୍ଥିତ ଜାକସନ୍‌ ଲାବୋରେଟୋରିର ରିସର୍ଚ୍ଚ ଟିମ୍‌ର ନେତୃତ୍ୱ ନେଇଥିବା ଡ. ଜିନ୍‌ ଲି କହିଛନ୍ତି ୨୪ଟି ମୂଷାଙ୍କୁ ନିୟମିତ କୌଣସି ଔଷଧ ଦିଆଯାଇନ ଥିଲା । ବିନା ଗ୍ରାଭିଟିରେ ରହିବା ଯୋଗୁ ତାଙ୍କ ମାଂସପେଶୀ ଓ ହାଡ଼ ମାସେ ମଧ୍ୟରେ ପ୍ରାୟ ୧୮% କମିଗଲା ।ହେଲେ ଜେନେଟିକାଲି ମୋଡିଫାଏଡ୍‌ ମୂଷା ଉପରେ ଏହାର କୌଣସି ପ୍ରଭାବ ପଡ଼ିଲା ନାହିଁ । ଏମାନଙ୍କୁ ‘ମାଇଟି ମାଉସ୍‌’ ଅର୍ଥାତ ବଡି ବିଲïର ମୂଷା କୁହାଯାଉଛି ।ମହାକାଶରେ ରହି ବି ଏମାନଙ୍କ ଓଜନ କମିନାହିଁ, ବରଂଁ ମାଂସପେଶୀ ଦୁଇଗୁଣ ହୋଇଯାଇଛି । ଲମ୍ବା ମିଶନ ସମୟରେ ଅନ୍ତରୀକ୍ଷ ଯାତ୍ରୀଙ୍କ ହାଡ଼ ଓ ମାଂସପେଶୀକୁ ହେଉଥିବା କ୍ଷତି ରୋକିବା ପାଇଁ କି ଉପାୟ କରାଯାଇପାରିବ, ଏହା ଜାଣିବା ପାଇଁ ମୂଷାଙ୍କୁ ମହାକାଶକୁ ପଠାଯାଇଥିଲା ।

LEAVE A REPLY

Please enter your comment!
Please enter your name here