ସିଂହ ରାଶି –
ସିଂହ ରାଶି ପାଇଁ ୨୦୨୬ ମିଶ୍ର ଫଳ ରହିବ, ଜ୍ୟୋତିର୍ବିଦ ଙ୍କ ମତରେ ଶନି ଢେୟା ଯୋଗୁଁ କ୍ୟାରିଅର, ଆର୍ଥିକ ସ୍ଥିତି ଓ ସ୍ୱାସ୍ଥ୍ୟ ଅବସ୍ଥାରେ ବ୍ୟତିବ୍ୟସ୍ତ ରହିବ, ବ୍ୟବସାୟ ରେ ନିବେଶ କରିବା ଉଚିତ ନୁହେଁ, ୨୦୨୬ ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅନୁକୂଳ ନୁହେଁ, ଚାକିରୀ କ୍ଷେତ୍ରରେ ସାମାନ୍ୟ ଶୁଭ ଫଳ ମିଳିବ, ସହକର୍ମୀ ଙ୍କ ସହଯୋଗ ମିଳିବ l
୨୦୨୬ ରେ ଆପଣଙ୍କ ଧନ ଭାବରେ ଶନି ଙ୍କ ଦୃଷ୍ଟି ଲଗାତାର ରହିବ, ନିଜ ସଉକ ପୁରା କରିବା ପାଇଁ ଋଣ ଭାର ମଧ୍ୟ ବୃଦ୍ଧି ହୋଇପାରେ, ତେଣୁ ଋଣ ପୂର୍ବରୁ ଚିନ୍ତା କରିବା ଆବଶ୍ୟକ l ପେଟ ସମ୍ବନ୍ଧିତ ରୋଗରେ ପୀଡିତ ହୋଇପାରନ୍ତି l
ବୈବାହିକ ଜୀବନ ୨୦୨୬ ରେ ପ୍ରଭାବିତ ହେବ, ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ହେବ, ସମ୍ପତ୍ତିକୁ ନେଇ ପରିବାର ରେ ବିବାଦ ଲାଗି ରହିବ, ଗୃହ କ୍ଳେଶ ଚିନ୍ତା ବଢାଇବ l
* କନ୍ୟା ରାଶି –
* ୨୦୨୬ କନ୍ୟା ରାଶି ପାଇଁ କ୍ୟାରିଅର ଓ ବ୍ୟବସାୟ କ୍ଷେତ୍ରରେ ଶିକ୍ଷଣୀୟ ହେବ , ତେଣୁ ଆପଣ କୌଣସି ନୂଆ କ୍ୟାରିଅର , ନୂଆ କ୍ଷେତ୍ର , ନୂଆ ଶିକ୍ଷା ପାଇଁ ଆଗକୁ ଗୋଡ଼ ବଢ଼ାଇ ପାରନ୍ତି l ଗ୍ରହ ମାନଙ୍କର ଚଳନ ର ପ୍ରଭାବ ସବୁଠୁ ଅଧିକ କନ୍ୟା ରାଶି ଉପରେ ପଡିବ l
୨୦୨୬ ରେ ଆପଣ ଅଯଥା ରାଗ କ୍ରୋଧ ଠାରୁ ଦୂରେଇ ରୁହନ୍ତୁ l ନଚେତ ଅନେକ ଗୁଡିଏ ସମ୍ପର୍କ ରେ ଫାଟ ଆସିଯିବ l ମାନସିକ ଅଶାନ୍ତି ବୃଦ୍ଧି ହେବ l ବର୍ଷ ଆରମ୍ଭ ରେ ବୃହସ୍ପତି ଆପଣଙ୍କ ର ଦଶମ ସ୍ଥାନରେ ରହୁ ଥିବାରୁ କ୍ୟାରିଅର ରେ ସଫଳତା ପାଇବେ l ଚାକିରିଆ ମାନଙ୍କୁ ଉପରସ୍ଥ ଅଫିସର ଙ୍କ ର ସହଯୋଗ ମିଳିବ l
* ତୁଳା ରାଶି –
୨୦୨୬ ତୁଳା ରାଶିର ବ୍ୟକ୍ତି ବିଶେଷ ଙ୍କ ପାଇଁ ଗୋଟିଏ ଭଲ ବର୍ଷ ରହିବ , ବର୍ଷ ଆରମ୍ଭ ରୁ ଗୁରୁ ଗ୍ରହ ଆପଣଙ୍କ ପଞ୍ଚମ ସ୍ଥାନରେ ରହିବ l ସମାଜର କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ସଫଳ ଯୋଗଦାନ ରହିବ l
୨୦୨୬ ରେ କ୍ୟାରିଅର ରେ ଆପଣ ସଫଳତାର ଶୀର୍ଷ କୁ ଛୁଇଁବେ l ଦମ୍ପତ୍ୟ୍ ଜୀବନ ଉତ୍ଥାନ ପତନ ଦେଇ ଯିବ l ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଯାହା ବି ଅସୁବିଧା ଆସିବ ଆପଣ ସମାଧନ କରିଦେବେ l
ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ , ସନ୍ତାନ ମାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ , ଅଯଥା ଖର୍ଚ୍ଚ ଠାରୁ ଦୂରେଇ ରୁହନ୍ତୁ l
* ବିଛା ରାଶି –
* ରାଶି ଚକ୍ର ର ଅଷ୍ଟମ ରାଶି ବିଛା ରାଶି , ୨୦୨୬ ଗୋଟିଏ ସଫଳତା ର ବର୍ଷ ହେବ , କ୍ୟାରିଅର ରେ ନୂଆ ସୁଯୋଗ ମିଳିବ , ଆର୍ଥିକ ସ୍ଥିରତା ଆସିବ , ସମ୍ପର୍କୀୟ ଙ୍କ ସହ ଭଲ ସମ୍ପର୍କ ବଢିବ l
ବ୍ୟବସାୟ ରେ ନୂଆ ସୁଯୋଗ ମିଳିବ , ବର୍ଷ ଆରମ୍ଭ ରେ ସ୍ୱାସ୍ଥ୍ୟ ଅବସ୍ଥା ପ୍ରତି ଧ୍ୟନ ଦେବେ , ମାନସିକ ଚାପ ଠାରୁ ଦୂରେଇ ରହିବେ , ଠିକ ଭାବେ ଶୋଇବା ଜରୁରୀ l
ଦାମ୍ପତ୍ୟ ଜୀବନ ସୁଖମୟ ହେବ , ନିୟମିତ ଗଣେଶ ଓ ମହାବୀର ହନୁମାନ ଙ୍କୁ ପୂଜା କରିବେ l ଅଟକି ଥିବା କାର୍ଯ୍ୟ ହୋଇଯିବ l
