Odisha news

ଆସନ୍ତୁ ଜାଣିବା ଆଜିର ରାଶିଫଳ

0

ମେଷ– ବିଭିନଦନ ସମସ୍ୟା ଭିତରେ ଗତି କରି ମଧ୍ୟ ପଛକୁ ଫେରିବା ଚିନ୍ତା କରିବେ ନାହିଁ ।ଆଜି କର୍ମକ୍ଷେତ୍ରରେ କୌଣସି ଘଟଣାକୁ କେନ୍ଦ୍ର କରି କିଛି ସମସ୍ୟାର ସମ୍ମୁଖୀନହୋଇପାରନ୍ତି । ପର ଲୋକଙ୍କ ସାହଯ୍ୟ, ସହ-ଯୋଗ ବିଶେଷଭାବରେ ଅନୁଭୂତ ହେବ । ଯୁକ୍ତିଯୁକ୍ତକଥା ଓ ନିରପେକ୍ଷ ନ୍ୟାୟ ପ୍ରଦାନ କରି ବନ୍ଧୁଗହଣରେ ବହୁ ଚର୍ଚ୍ଚିତ ହେବେ ।

ବୃଷ– ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ନୂତନ କାମ କରିପାରନ୍ତି । ଆକସ୍ମିକ ଅର୍ଥ ଲାଭ, ଶାରୀରିକ ସୁସ୍ଥତା , ବନ୍ଧୁଙ୍କ ପରାମର୍ଶ ଲାଭ କରି ଖୁସି ରହିବେ । ପ୍ରତି କ୍ଷେତ୍ରରେଯୁକ୍ତିଯୁକ୍ତ କଥା କରି ଖୁସି ରହିବେ । ଆତ୍ମୀୟଙ୍କ ଶତ୍ରୁତା ଓ ମିଥ୍ୟା ଗୁଜବ ମାନସିକସ୍ଥିତିକୁ ଦୋହଲାଇ ଦେଇପାରେ । ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ସକାଶରୁଅନାମନା ରହିପାରନ୍ତି ।

ମିଥୁନ – କ୍ରୀଡା, କଲା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରି ସମସ୍ୟା ସମାଧାନରେ ସଫଳହେବେ। ବାହାର ଜାଗାରେ ସତର୍କତାର ସହ କାମ ନ କଲେ ବିବାଦ ସୃଷ୍ଟି ହୋଇପାରେ। ସ୍ୱାସ୍ଥ୍ୟପୂର୍ଣ୍ଣତଃ ଭଲ ନ ଥିଲେ ମଧ୍ୟ ନିୟନ୍ତ୍ରଣ ବାହାରକୁ ଯିବ ନାହିଁ। କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ଈର୍ଷାପରାୟଣତା ଆପଣଙ୍କ ପାଇଁ ସମସ୍ୟାର କାରଣ ପାଲଟି ଯିବ।

କର୍କଟ– ପରିବାରବର୍ଗଙ୍କ ସହାୟତା ପାଇବେ ଓ ଆନନ୍ଦ ମନରେ କାମ କରିବେ । ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ବୃଦ୍ଧି ପାଇ ଦୁଶ୍ଚିନ୍ତା ବଢାଇ ଦେବ । ଆପଣଙ୍କ କଥା ଓ କାମରେତାଳମେଳ ଅଭାବରୁ ସମାଲୋଚିତ ହେବେ । କୌନସି କାମ ପୂର୍ଣ୍ଣାଙ୍ଗ ହୋଇ ପାରିବ ନାହିଁ ବରଂ କ୍ଷତିରେ ପଡିବାର ଆଶଙ୍କା ରହିଛି।

ସିଂହ – ଆଜି ଦିନଟିରେ କିଛି ପାଇବାର ଆଶା ରଖିଲେ କିଛି ଦେବା ପାଇଁ ଚେଷ୍ଟାକରନ୍ତୁ । ଅବଶ୍ୟ ହିତୈଷୀ ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିବେ ।କର୍ମକ୍ଷେତ୍ର, ପରିବାର, ପ୍ରଶାସନ ଓ ଅର୍ଥ ସମ୍ପର୍କୀୟ ସମସ୍ୟାକୁ ପ୍ରତିହତ କରିବେ । ଆନୁଷ୍ଠାନିକ କ୍ଷେତ୍ର, ଶିଳ୍ପ, ବାଣିଜ୍ୟ, ବ୍ୟବସାୟିକ ସ୍ତରରେ ରହିଥିବା ଟେନସନ୍ କମିଯିବ ।

କନ୍ୟା– ଜମା ପଡୁ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳିକଥା କହିପାରେ । ନିର୍ମାଣ କାର୍ଯ୍ୟ ମନ୍ଥର ହେବ କିନ୍ତୁ ସମସ୍ୟାର ସମାଧାନ ହୋଇଯିବ ।ପାରିବାରିକ, ପ୍ରଶାସନ, ଯାନବାହନ ଓ ଯାତ୍ରାରୁ ସୁଫଳ ପାଇପାରନ୍ତି । ଆପଣଙ୍କ ଆଶା ଓଅଭିଳାଷ ପୂରଣ ଦିଗରେ ବନ୍ଧୁମାନେ ସାହାର୍ଯ୍ୟ କରିବେ । ଅଭାବ ନ ଥିଲେ ମଧ୍ୟ ଅତ୍ୟଧିକ ଖର୍ଚ୍ଚ ଯୋଗୁ ମନରେ ସରସତା ରହିବ ନାହିଁ ।

ତୁଳା– ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ।  କର୍ମଜଞ୍ଜାଳବୃଦ୍ଧି କାରଣରୁ ମାନସିକ ସ୍ଥିତି ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ସନ୍ଦେହ ଓ ଭୁଲ୍ ବୁଝାମଣାକାରଣରୁ ବନ୍ଧୁମାନେ ଭୁଲ୍ ବୁଝିବେ। ବ୍ୟବସାୟ ଓ ପରିବହନରେ ସଂକଟ ଦୂରେଇ ଯିବ କିନ୍ତୁ ଆଶାଜନକ ଲାଭ ନ ହୋଇପାରେ।

ବିଛା– ଆଳସ୍ୟ ଯୋଗୁ ବନ୍ଧୁ ମହଲରେ ଅପମାନିତ ହୋଇପାରନ୍ତି। ଋଣ ପରିଶୋଧ ସକାଶେବିଭିନ୍ନ ଧନ୍ଦା କରିବାକୁ ମନ ବଳାଇପାରନ୍ତି। ଶତ୍ରୁତା ଓ ରୋଗପୀଡା କିମ୍ବାଧାରକରଜଜନିତ ମାନସିକ ଅସ୍ଥିରତା ମନକୁ ବିଚଳିତ କରିବ। ଆପଣ ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।

ଧନୁ – ଶତ୍ରୁ ଠାରୁ ଦୂରତା ରଖି କାମ କରିବା ଭଲ, ନତୁବା ହଇରାଣ ହେବାକୁ ପଡିପାରେ। କର୍ମକ୍ଷେତ୍ରରେ, ବ୍ୟବସାୟରେ ସ୍ତ୍ରୀ ଙ୍କ ପରାମର୍ଶକୁ ଗ୍ରହଣ କଲେ ମନ୍ଦ ହେବନି । ଆପଣଙ୍କ କଥା ଓ କାମ ବହୁଜନ ପ୍ରଶଂସିତ ହୋଇପାରେ। ପୂର୍ବରୁ ସମସୟା ରହିଥିଲେ ମଧ୍ୟ ପତିବାରର ସହମତିରେ କାମ କ ଲେ ଉପକୃତ ହେବେ।

ମକର– ଫେରି ଯାଉଥିବା ବନ୍ଧୁଟି ବାଟରୁ ଲେଉଟି ଆସିବ, ଫଳରେ କାମଗୁଡିକୁ ସମ୍ପନ୍ନକରିବାରେ ବ୍ୟସ୍ତତା ବଢିଯାଇପାରେ। ପାରିବାରିକ ବ୍ୟତିକ୍ରମ ଓ ଆର୍ଥିକ ସମସ୍ୟା ନେଇମନରେ ଦୁର୍ଭାବନା ସୃଷ୍ଟି ସୂଚନା ରହିଛି। ବନ୍ଧୁଙ୍କ ସହାନୁଭୁତିଭରା କତା ଏବଂ ପାରିବାରିକଆଶ୍ୱାସନା ହେତୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କକାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ।

କୁମ୍ଭ – ଅଫିସ୍ କାମରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସାଧାରଣ କଥାକୁ ବଡକରି କଳହ ଘଟିପାରେ । ବିଚାରଧାରା ଅନୁଯାୟୀ ଦିନଟି ବିଶେହ ସଫଳତା ପ୍ରଦାନ କରିବ ।ପାରିବାରିକ ସଦ୍ ଭାବରେ, ବୁଝାମଣା ମାଧ୍ୟମରେ ସୁଖ,ଶାନ୍ତି ଫେରି ଆସିବ । ସାହିତ୍ୟରେ ସମସ୍ୟା ସମାଧାନ ପୂର୍ବକ ଆଶା ପୁରଣ ହୋଇଯିବ ।

ମୀନ – ପରିବାରରେ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିଯିବ । ଅଫିସ୍ କାମରେ ସହକର୍ମୀଙ୍କ ସହଆଲୋଚନା ଦ୍ୱାରା ସମସ୍ୟାର ସମାଧାନ କରିପାରିବେ । ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିଗୁରୁତ୍ୱପୂର୍ଣ୍ଣ କାମକୁ ପାସୋରି ଦେବେ । ଉଚ୍ଚଶିକ୍ଷା, ଗବେଷଣା, ରଚନାତ୍ମକ କାର୍ଯ୍ୟ,ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ସଫଳତା ପ୍ରଦାନ କରିବ ।

 

Leave A Reply