ମେଷ: ଅଫିସରେ କାମର ବୋଝ କମ୍ ରହିବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀଙ୍କ ପାଇଁ ମୂଲ୍ୟବାନ ବସ୍ତୁ କିଣି ପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ବୃଷ: କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ। କାରବାରରେ ଉତ୍ଥାନ ପତନ ଲାଗି ରହିବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ। ପ୍ରେମ ଜୀବନ ମଧୁର ହେବ।
ମିଥୁନ: ନୂଆ ବିଚାର ପରଖିବା ଲାଗି ଉତ୍ତମ ସମୟ। ପରିଶ୍ରମର ସକାରାତ୍ମକ ଫଳ ପାଇବେ। ଛାତ୍ରଛାତ୍ରୀ ଯୋଜନା ଅନୁଯାୟୀ ଅଧ୍ୟୟନ କରନ୍ତୁ।
କର୍କଟ: ଜରୁରୀ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ। ଜମି ଦଲାଲଙ୍କୁ ଯଥେଷ୍ଟ ଧନଲାଭ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।
ସିଂହ: ଅଧିକାଂଶ ମାମଲାରେ ଆପଣ ନିଜକୁ ଭାଗ୍ୟଶାଳୀ ମନେ କରିବେ। ବୈଷୟିକ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସଫଳତା ମିଳିବ। ବ୍ୟବସାୟରେ ବକେୟା ଅର୍ଥ ପାଇବେ।
କନ୍ୟା: ମାନସିକ ରୂପେ ସୁସ୍ଥ ରହିବେ। କୌଣସି ଶୁଭ ଖବର ପାଇବେ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ କିଛି ନୂଆ ମଉକା ପାଇବେ।
ତୁଳା: ଆପଣଙ୍କ ମନରେ ବହୁତ ସକାରାତ୍ମକ ଭାବନା ଆସିବ। ସାଥୀଙ୍କୁ ମନ କଥା କହିପାରନ୍ତି। ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ବିବାହିତଙ୍କ ଲାଗି ଭଲ ଦିନଟିଏ।
ବିଛା: ସଂଚାର କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ। ଲୋକଙ୍କ ନିକଟରେ ଆପଣଙ୍କ ବିଚାର ଗ୍ରହଣୀୟ ହେବ। ଭୂସଂପତ୍ତି କିଣିବା ଯୋଗ ରହିଛି।
ଧନୁ: ନିଜ ପ୍ରତିଭାକୁ ବିକଶିତ କରିବା ଲାଗି ବଡ଼ ମଉକା ପାଇବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପରିବାରରେ କୌଣସି ଦାୟିତ୍ବ ଗ୍ରହଣ କରିବେ।
ମକର: ଆତ୍ମବିଶ୍ବାସ ଓ ଆଶା ପୂର୍ଣ୍ଣ ଦିନଟିଏ। କିଛି ନୂଆ ଅଭିଜ୍ଞତା ହାସଲ ହେବ। ପ୍ରେମୀଯୁଗଳ ପରସ୍ପରଙ୍କ ଲାଗି କିଛି ବିଶେଷ କରିବେ।
କୁମ୍ଭ: ଘରୋଇ ଖର୍ଚ୍ଚ କମ୍ ହେବ। ଶିକ୍ଷକଙ୍କର ବଦଳି ମନ ପସନ୍ଦ ଜାଗାକୁ ହେବ। ଘରୋଇ କଂପାନିରେ ଚାକିରି କରୁଥିବା ଲୋକଙ୍କୁ ଖୁସି ଖବର ମିଳିବ।
ମୀନ: ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁ ସହ ଭଲ ସମୟ ଅତିବାହିତ କରିବେ। ଶତ୍ରୁ ଯେତେ ସମସ୍ୟା ସୃଷ୍ଟି କରିବେ ଆପଣ ସେତେ ଲାଭ ପାଇବେ।