ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମୟ ସମୟରେ ଗ୍ରହ ମାନଙ୍କର ରାଶି ପରିବର୍ତନ ଅନେକ ରାଶି ଉପରେ ଶୁଭ ଓ ଅଶୁଭ ପ୍ରଭାବ ପକାଇଥାଏ l ଗ୍ରହ ମାନଙ୍କର ଚଳନ ପ୍ରଭାବ ଦ୍ୱାରା ରାଶି ମାନଙ୍କ ଉପରେ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ର କାରଣ ହୋଇଥାଏ l ମାର୍ଚ୍ଚ ୧୮ ତାରିଖରେ ଶନି ନିଜ ରାଶି କୁମ୍ଭ ରାଶିରେ ଶକ୍ତିଶାଳୀ ହୋଇ ଭ୍ରମଣ କରିବେ l ଏହି ସମୟରେ ୪ଟି ରାଶି ଉପରେ ନିଜର କୃପା ବୃଷ୍ଟି କରିବେ l ଏହି ସମୟରେ ଏହି ୪ଟି ରାଶିରେ ଧନଲାଭ ଓ ଉନ୍ନତି ସମୟ ଖୋଲିଯିବ l
– ମକର ରାଶି – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଙ୍କର ଏହି ଭ୍ରମଣ ମକର ରାଶି ପାଇଁ ଖୁବ ଫଳପ୍ରଦ ହେବ l ଆଜି ଠାରୁ ମକର ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ରେ ପରିବର୍ତନ ହେବ l ଏପରି ସ୍ଥିତି ରେ ଆର୍ଥିକ ଭାବରେ ସହଯୋଗ ମିଳିବ l ଆତ୍ମା ବିଶ୍ୱାସ ବୃଦ୍ଧି ହେବ l ଶନି ଙ୍କର ଏହି ଭ୍ରମଣ ପରିଶ୍ରମ ର ଫଳ ଦେବ l ବ୍ୟବସାୟ ରେ ଉନ୍ନତି ହେବ l ଏହାଛଡା ଆସନ୍ତା ୩ବର୍ଷ ମଧ୍ୟରେ ଏହି ରାଶିର ଖୁବ ଫଳ ଲାଭ କରିବେ l
– କୁମ୍ଭ ରାଶି – ଶନି ଦେବ ନିଜ ରାଶିରେ ଭ୍ରମଣ କରିବାକୁ ଯାଉଛନ୍ତି l ତେଣୁ କୁମ୍ଭ ରାଶିର ବ୍ୟକ୍ତି ଙ୍କ ପାଇଁ ସସ ମହାପୁରୁଷ ରାଜ ଯୋଗ ଦେଖା ଦେବ l ଏହି ସମୟରେ ମାନ ସମ୍ମାନ ଲାଭ ହେବ l ଦାମ୍ପତ୍ୟ ଜୀବନ ରେ ଅସୁବିଧା ଦେଖାଦେବ , ଶନି ଦେବଙ୍କ କୃପାରୁ ବ୍ୟବସାୟୀ ମାନେ ସଫଳତା ପାଇବେ l କୁମ୍ଭ ରାଶିର ବ୍ୟକ୍ତି ପ୍ରତି ଶନିବାର ଦିନ ଶନି ଚାଲଇଶଆପଥ କରିବେ l
– ତୁଳା ରାଶି – ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଥିବା ସମୟ ଅନୁକୂଳ ରହିବ l ଶନି ଆପଣଙ୍କ ଗୋଚର କୁଣ୍ଡଳୀ ରେ ତ୍ରିକୋଣ ରାଜଯୋଗ ଆଜିଠାରୁ ଦେବେ l ଏପରି ସ୍ଥିତି ରେ ଅଧ୍ୟାତ୍ମ, ବିଚାରକ, ବୈଜ୍ଞାନିକ ମାନଙ୍କ ପାଇଁ ଏହି ସମୟ ଖୁବ ଅନୁକୂଳ ଅଟେ l ଏହାଛଡା ସେୟାର ମାର୍କେଟ ରେ ପଇସା ଲଗାଇବା ପାଇଁ ଏହି ସମୟ ସମ୍ପୂର୍ଣ ଅନୁକୂଳ l ପ୍ରେମ ବନ୍ଧନ ରେ ସଫଳତା ଲାଭ କରିବେ l ଏହି ରାଶିର ବ୍ୟକ୍ତି ପ୍ରତି ଶନିବାର ଦିନ ସନ୍ଧ୍ୟା ସମୟରେ ଶନି ମନ୍ଦିର ରେ ଆଳତି ଦେଖନ୍ତୁ l