କୁହାଯାଏ ଯେ ଫେବୃଆରୀ ମାସ ଟି ହେଉଛି ପ୍ରେମର ମାସ । ଆମ ଭିତରୁ ଅନେକ ବ୍ୟକ୍ତି ଏପରି ଅଛନ୍ତି ଯେଉଁମାନେ ନିଜ ପ୍ରେମ କୁ ନେଇ ଖୁବ୍ ସମ୍ବେଦନଶୀଳ ରହି ଥାଆନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି କିଛି ରାଶି ରହିଛି ଯେଉଁ ମାନେ ନିଜ ପ୍ରେମକୁ ନେଇ ଖୁବ୍ ଯତ୍ନଶୀଳ ମଧ୍ୟ ଅଟନ୍ତି ।
ରାଶି ଗୁଡ଼ିକ ହେଲେ –
* ମିଥୁନ ରାଶି – ମିଥୁନ ରାଶି ର ଲୋକଙ୍କ ପାଇଁ ଫେବୃଆରୀ ମାସ ଖୁବ୍ ସୁନ୍ଦର୍ ରହିବ । ବିଶେଷ ଭାବରେ ପ୍ରେମ ବ୍ୟାପାର କୁ ନେଇ ଏହି ରାଶିର ବ୍ୟକ୍ତି ଖୁବ୍ ଖୁସିରେ ଜୀବନ ଅତିବାହିତ କରିବେ । ଆପଣ ନିଜ ପାର୍ଟନର ଙ୍କ ସହିତ ପ୍ରେମ ମୟ ସମୟ ଅତିବାହିତ କରିବେ । ପ୍ରତିଟି କାର୍ଯ୍ୟକୁ ନିଜ ଜୀବନ ସାଥି ଙ୍କ ସହିତ ଭଲ ବୁଝାମଣା ରେ ଅତିବାହିତ କରିବେ । ଜୀବନ ସାଥି ଙ୍କ ସହିତ ବାଦବିବାଦ ଦେଖା ଦେବ ନାହିଁ ।
* ସିଂହ ରାଶି – ସିଂହ ରାଶି ର ବ୍ୟକ୍ତିଙ୍କ ପାଇଁ ଗୋଟିଏ ସୁନ୍ଦର୍ ମାସ ରହିବ । ଯେଉଁମାନେ ସିଙ୍ଗଲ ରହିଛନ୍ତି ସେମାନଙ୍କୁ ତାଙ୍କ ଜୀବନସାଥି ମିଳି ପାରନ୍ତି । ପ୍ରେମ ବିବାହ ପାଇଁ ସିଂହ ରାଶି ର ବ୍ୟକ୍ତିଙ୍କ ପାଇଁ ଖୁବ୍ ସୁନ୍ଦର୍ ସମୟ ରହିବ ।
* ତୁଳା ରାଶି – ଏହି ମାସଟି ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ୍ ଶୁଭ ଅଟେ । ଏହି ରାଶିର ବ୍ୟକ୍ତି ଯଦି ଚାହିଁବେ ନିଜ ଭାବି ଜୀବନ ସାଥି ଙ୍କୁ ପ୍ରେମ ସମ୍ଭାଷଣ ଜଣାଇ ପାରିବେ । ଲଭ୍ ପାର୍ଟ୍ନର ଙ୍କ ସହିତ ଏହି ମାସଟି ଖୁବ୍ ଶୁଭମୟ ରହିବ । ପ୍ରତିଟି କାର୍ଯ୍ୟରେ ନିଜ ସାଥୀ ଙ୍କ ଭରପୁର ସହଯୋଗ ପାଇବେ । ବିବାହ ପାଇଁ ଏହି ମାସ ଟି ସମ୍ପୂର୍ଣ୍ଣ ଠିକ୍ ରହିବ ।
* ବିଛା ରାଶି – ବିଛା ରାଶି ର ବ୍ୟକ୍ତିଙ୍କ ପାଇଁ ଏହି ମାସଟି ଖୁବ୍ ସୁନ୍ଦର ରହିବ । ଯେଉଁ ମାନେ ଜୀବନ ସାଥି ଅପେକ୍ଷାରେ ଅଛନ୍ତି ସେମାନଙ୍କୁ ଜୀବନ ସାଥି ମିଳିବାର ସମ୍ଭାବନା ରହିଛି । ବିବାହିତ ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ଅଧିକ ନିବିଡ ହେବାର ସମ୍ଭାବନା ରହିଛି ।