Odisha news

ରାଶି ଅନୁସାରେ ଜାଣନ୍ତୁ କିଏ କାହାର ପ୍ରକୃତ ବନ୍ଧୁ

ଜନ୍ମ ହେବା ମାତ୍ରକେ ମଣିଷ ଅନେକ ଗୁଡିଏ ସମ୍ପର୍କ ରେ ବାନ୍ଧି ହୋଇଥାଏ l କିଛିଟା ସମ୍ପର୍କ ଏପରି ରହିଥାଏ ଯେପରିକି ମାତା,ପିତା,ଭାଇଭଉଣୀ ଇତ୍ୟାଦି l କିନ୍ତୁ ସବୁଠୁ ନିବିଡ଼ ସମ୍ପର୍କ ଯାହା ସହିତ ରହିଥାଏ ତାହା ହେଉଛି ବନ୍ଧୁତା ର ସମ୍ପର୍କ l ବନ୍ଧୁତା ଏପରି ଗୋଟିଏ ସମ୍ପର୍କ ଯାହା କି ଯେ କୌଣସି ବ୍ୟକ୍ତି ସହିତ ହୋଇଥାଏ l କିନ୍ତୁ ବିଶେଷ ଭାବରେ କେଉଁ ରାଶିର ବ୍ୟକ୍ତି କେଉଁ ରାଶିର ବ୍ୟକ୍ତି ସହିତ ଭଲ ବନ୍ଧୁତା ହୋଇଥାଏ l

* ମେଷ – ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ତୁଳା ରାଶିର ବ୍ୟକ୍ତି ଭଲ ବନ୍ଧୁ ହୋଇ ଥାଆନ୍ତି l ଏହା ବ୍ୟତୀତ ସିଂହ ଓ ଧନୁ ରାଶିର ବ୍ୟକ୍ତିଙ୍କ ସହିତ ବନ୍ଧୁତା ମଧ୍ୟ ନିବିଡ଼ ହୋଇଥାଏ l ମେଷ ରାଶିର ବ୍ୟକ୍ତି ସର୍ବଦା ସନ୍ତୁଳନ ମନୋଭାବ ର ହୋଇ ଥାଆନ୍ତି l

* ବୃଷ – ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ସବୁଠୁ ଭଲ ବନ୍ଧୁ ବିଛା ରାଶିର ବ୍ୟକ୍ତି ଅଟନ୍ତି l ଉଭୟଙ୍କ ସ୍ଵଭାଵ ସମାନ ପ୍ରକୃତି ର ହୋଇଥାଏ l ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ଜୀବନ ସାଥି କନ୍ୟା ଓ ମକର ରାଶି ହୋଇଥାଏ l ଏମାନ ଙ୍କ ସ୍ଵଭାଵ ବିଶେଷ ଭାବରେ ସ୍ଟ୍ରେଟ ଫରୱାର୍ଡ଼ ହୋଇ ଥାଆନ୍ତି l

* ମିଥୁନ – ମିଥୁନ ରାଶିର ବ୍ୟକ୍ତିଙ୍କ ର ସ୍ୱାମୀ ଗ୍ରହ ବୁଧ ଅଟନ୍ତି l ଧନୁ ରାଶିର ବ୍ୟକ୍ତିଙ୍କ ସହିତ ଏମାନଙ୍କ ସମ୍ପର୍କ ନିବିଡ଼ ହୋଇଥାଏ l କିନ୍ତୁ ମିଥୁନ ରାଶିକୁ କୁମ୍ଭ ରାଶିର ବ୍ୟକ୍ତି ଆର୍ଥିକ ସହାୟତା ଦେଇ ଥାଆନ୍ତି ଓ ତୁଳା ରାଶିର ବ୍ୟକ୍ତି ଭଲ ଜୀବନ ସାଥି ହୋଇ ଥାଆନ୍ତି l

* କର୍କଟ – କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ମକର ରାଶିର ବ୍ୟକ୍ତିଙ୍କ ସହିତ ଭଲ ବନ୍ଧୁତା ହୋଇଥାଏ l ଏମାନଙ୍କ ପାଇଁ ଭଲ ଜୀବନସାଥୀ ବିଛା ରାଶିର ବ୍ୟକ୍ତି ହୋଇ ଥାଆନ୍ତି l

* ସିଂହ – ସିଂହ ରାଶିର ଲୋକମାନେ ଅଧିକ ଡୋମିନେଟିଙ୍ଗ ହୋଇ ଥାଆନ୍ତି l ସେମାନେ ଅନ୍ୟକୁ ଦମନ କରି ରଖିବାରେ ପାରଙ୍ଗମ ଅଟନ୍ତି l ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ମେଷ ଧନୁ ରାଶିର ଅଧିକ ସମ୍ପର୍କ ନିବିଡ଼ ହୋଇଥାଏ l

* କନ୍ୟା – କନ୍ୟା ରାଶିର ବ୍ୟକ୍ତି ମାନଙ୍କ ର ଭୌତିକ ସୁଖ ଅଧିକ କାମନା ରହିଥାଏ, କିନ୍ତୁ ଖୁବ ସ୍ନେହୀ ଅଟନ୍ତି l ଏହି ରାଶିର ବ୍ୟକ୍ତିଙ୍କ ର ମୀନ, ବିଛା,ମକର,କର୍କଟ ରାଶିର ବ୍ୟକ୍ତିଙ୍କ ସହିତ ସମ୍ପର୍କ ମଧୁର ହୋଇଥାଏ l

* ତୁଳା – ତୁଳା ରାଶିର ବ୍ୟକ୍ତିଙ୍କ ସ୍ଵଭାଵ ସନ୍ତୁଳିତ ଅଟେ l ଏମାନଙ୍କ ସମ୍ପର୍କ ମେଷ ରାଶିର ବ୍ୟକ୍ତିଙ୍କ ସହିତ ଖୁବ ମଧୁର ହୋଇଥାଏ l ଏହା ବ୍ୟତୀତ ବିଛା ରାଶିର ବ୍ୟକ୍ତି ଏମାନଙ୍କର ଭଲ ବନ୍ଧୁ ହୋଇ ଥାଆନ୍ତି l

* ବିଛା – ବିଛାରାଶିର ଅନ୍ତରଙ୍ଗ ବନ୍ଧୁ ବିଛା ରାଶିର ବ୍ୟକ୍ତି ଅଟନ୍ତି l ଏହା ବ୍ୟତୀତ ତୁଳା, କୁମ୍ଭ, କନ୍ୟା, ମୀନ ରାଶିର ବ୍ୟକ୍ତିଙ୍କ ସହିତ ନିବିଡ଼ ସମ୍ପର୍କ ହୋଇଥାଏ l ଏମାନେ ସ୍ୱଭାବରେ କ୍ରୋଧୀ ହେଲେ ମଧ୍ୟ ସମ୍ପର୍କ ରଖିବାରେ ଖୁବ ସଚୋଟ ଅଟନ୍ତି l

* ଧନୁ – ଧନୁ ରାଶିର ବ୍ୟକ୍ତିଙ୍କର ସବୁଠୁ ନିବିଡ଼ ସମ୍ପର୍କ ମିଥୁନ ରାଶି ସହିତ ହୋଇଥାଏ l କିନ୍ତୁ ଯଦି ଜୀବନରେ କୌଣସି ସିଂହ ରାଶିର ବ୍ୟକ୍ତିଙ୍କ ସହିତ ସମ୍ପର୍କ ବଢିଥାଏ ତେବେ ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ l

* `ମକର – ଏହି ରାଶି ପାଇଁ କର୍କଟ ରାଶିର ବ୍ୟକ୍ତି ବ୍ୟକ୍ତି ନୈସର୍ଗିକ ବନ୍ଧୁ ହୋଇ ଥାଆନ୍ତି l ମକର ରାଶିର ବ୍ୟକ୍ତିଙ୍କ କଥା କର୍କଟ ରାଶିର ବ୍ୟକ୍ତି ଖୁବ ଧାର୍ଯ୍ୟର ସହିତ ଶୁଣି ଥାଆନ୍ତି l ଏହାଛଡା ବିଛା ଓ କନ୍ୟା ରାଶିର ବ୍ୟକ୍ତିଙ୍କ ସହିତ ସମ୍ପର୍କ ମଧୁର ହୋଇଥାଏ l

* କୁମ୍ଭ – କୁମ୍ଭ ରାଶିର ବ୍ୟକ୍ତି ସ୍ୱତନ୍ତ୍ର ବିଚାରଧାରା ର ହୋଇ ଥାଆନ୍ତି l ଏମାନଙ୍କ ସ୍ଵଭାବକୁ ନେଇ ଏମାନଙ୍କର ବିଛା ଓ ମିଥୁନ ରାଶି ର ବ୍ୟକ୍ତିଙ୍କ ସହ ବନ୍ଧୁତା ମଧୁର ହୋଇଥାଏ l

* ମୀନ – ଏହି ରାଶିର ବ୍ୟକ୍ତି ବନ୍ଧୁ ପ୍ରିୟ ଅଟନ୍ତି l ତେଣୁ ଏମାନଙ୍କର ବନ୍ଧୁ ମାନଙ୍କ ସହିତ ସମ୍ପର୍କ ମଧୁର ହୋଇଥାଏ l ମୀନ ରାଶିର ବ୍ୟକ୍ତିଙ୍କ ସହିତ କନ୍ୟା ରାଶିର ବ୍ୟକ୍ତି ଭଲ ବନ୍ଧୁ ହୋଇ ଥାଆନ୍ତି l

Comments are closed.