ଧର୍ମଶାଳ : ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଗ୍ରାମରେ ଜଣେ ନାବାଳିକାକୁ ବଳତ୍କାର ଉଦ୍ୟମ ଅଭିଯୋଗରେ ପୋଲିସ ଜଣେ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଅଭିଯୋଗ ମୁତାବକ ନେଉଳପୁର ଗ୍ରାମର କାଠିଆ ଦେଉରୀ (୧୯) ରବିବାର ପଡୋଶୀ ଘରେ କେହି ନ ଥିବାର ସୁଯୋଗ ନେଇ ଜଣେ ନାବାଳିକାକୁ ବଳାତ୍କାର ଉଦ୍ୟମ କରିଥିଲା । ଏ ସମ୍ପର୍କରେ ନାବାଳିକା ଜଣକ ଘର ଲୋକଙ୍କୁ ଏ ସମ୍ପର୍କରେ କହିବା ପରେ ନାବାଳିକାର ପିତା ଏନେଇ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ୩୨୦/୨୦ ନମ୍ବରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କାଠିଆକୁ ରାତିରେ ଗିରଫ କରିଥିଲା । ଆଜି ଯାଜପୁର ଡାକ୍ତରଖାନାରେ ଉଭୟଙ୍କ ଡାକ୍ତରୀ ମାଇନା କରାଯିବା ପରେ ଅଭିଯୁକ୍ତ କାଠିଆକୁ ଯାଜପୁର କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି ।