ବେବି ଫୁଡ ପ୍ରୋଜେକ୍ଟ ନାଁ ରେ ଖାଇ ଗଲେ କୋଟି କୋଟି ଟଙ୍କା , ଶିଶୁ ଖାଦ୍ୟ କାଣିଚାଏ ବି ନ ବାଣ୍ଟି ସଫଳ ଉତ୍ସବ ପାଳନ କଲେ କର୍ମଚାରୀ !ଭିଜିଲାନ୍ସ ତଦନ୍ତ ଦାବୀ
ରଣପୁର -ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଧୀନ ବିନୋଦ ପଡା ଛକ ଠାରେ ସାଇ ଟ୍ରଷ୍ଟ ଓଡିଶା ର ମୁଖ୍ୟକାର୍ଯ୍ୟଳୟ ଆଜ କୁ ଦୀର୍ଘ 12ବର୍ଷ କାଯ୍ୟ କାରି ହେଉଛି !!ଉକ୍ତ ଟ୍ରଷ୍ଟ ସଂସ୍ଥା ଟ୍ରଷ୍ଟ ନାମ ରେ ବିଭିନ୍ନ ପ୍ରୋଜେକ୍ଟ ଉଠାଇ ଓଡିଶା ର 30ଟି ଜିଲ୍ଲା ସମେତ ଛତିଶଗଡ ର ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ସ୍ବପ୍ନ ଦେଖାଇ ଉଚ୍ଚ ଦରମା ରେ ନିୟୋଜିତ କରିଥିବା ର ଦେଖିବାକୁ ମିଳିଛି !ବିଗତ 3ବର୍ଷ ତଳେ ସାଇ କୂଟୀର ନାମ ରେ ଦୁଇ ସହ କୋଟି ଟଙ୍କାଆଣିଥିବା ଏବଂ ସର୍ଭେ ଅନୁସାରେ ଘର ପ୍ରଦାନ କରାଯିବା ପାଇଁ ସାଇ ଟ୍ରଷ୍ଟ ଓଡିଶା ର ମୁଖ୍ୟ ମ୍ୟାନେଜିଂ ଡାଇରେକ୍ଟ ର ଦୀପକ କୁମାର ବରାଡ଼ ପ୍ରକାଶ କରି ଥିଲେ !
ମାତ୍ର ଆଜି ପର୍ୟ୍ଯନ୍ତ କାହାରିକି ସାଇ କୂଟୀର ଦିଆଯାଇ ନାହିଁ !ସୁତରାଂ ସର୍ଭେ କରିଥିବା ଲୋକ ମାନେ ସର୍ଭେ ସମୟରେ କିଛି ଅର୍ଥ ଆଣିଥିବା ରୁ ଆଜି ପର୍ୟ୍ଯନ୍ତ ନିଜ ଗ୍ରାମକୁ ଫେରି ନପାରି ସାଇ ଟ୍ରଷ୍ଟ କାଯ୍ୟଳୟ ରେ ରହୁଥିବା ଦେଖିବାକୁ ମିଳୁଛି !ସେହିପରି ଓଡିଶା ସମେତ ଛତିଶ ଗଡ ରେ ମଧ୍ୟ ଶିଶୁ ଙ୍କ ଅପପୁଷ୍ଟି ରୋଗ ନିରାକରଣ ନିମନ୍ତେ ବଣ୍ଟନ ଲାଗି ଦିଲ୍ଲୀ ର ଏକ IFFA, ସଂସ୍ଥା ଠାରୁ ଚାରି ହଜାର ସାତ ସହ ବାଉନ କୋଟି ଟଙ୍କା ଆଣିଥିବା ତା 30/12/2021ରିଖ ରେ ଉତ୍ସବ ପାଳନ କରି ଶ୍ରୀ ଯୁକ୍ତ ବରାଡ଼ ପ୍ରକାଶ କରିଥିଲେ !ମାତ୍ର ୮ ମାସ ପରେ ତା 18/8/2022ରିଖ ରେ ବିଜୟ ଉତ୍ସବ ପାଳନ କରାଯାଇ କିଛି କର୍ମଚାରୀ ମାନଙ୍କୁ କାର, ବାଇକି, ସ୍କୁଟି ବଣ୍ଟନ କରାଯାଇ ବିଜୟ ଉତ୍ସବ ପାଳନ କରାଯାଉଥିବା ର ଦେଖିବାକୁ ମିଳିଛି ! ଦୀର୍ଘ 12ବର୍ଷ ରୁ ଆଜି ପର୍ୟ୍ଯନ୍ତ କୌଣସି ଯୋଜନା ଦେଖିବାକୁ ମିଳି ନାହିଁ !ଏତେବ କେଉଁଠି ବି କାଣିଚାଏ ବେବି ଫୁଡ ନ ବାଣ୍ଟି ଚଳୁ କାରିଦେବା ପାଇଁ ମସୁଧା ହେଉ କିମ୍ବା ସହ ସହ କର୍ମଚାରୀ ଙ୍କ ଆଗ ରେ ହାତ ଗଣତି ଇମ୍ପ୍ରେସ କରିବା ପାଇଁ ହୋଇ ଥାଇ ପାରେ ଯାହାକି ସାଧାରଣ ରେ ଆଲୋଚନା ହେଉଛି !ଏହାର ବିଜିଳାନ୍ସ ତଦନ୍ତ କରାଗଲେ ପକୃତ ସତ୍ୟା ସତ୍ୟ ପ୍ରକାଶ ପାଇ ପାରନ୍ତା ବୋଲି ବୁଦ୍ଧିଜୀବି ମହଲ ରେ ଦାବୀ ହେଉଛି !
