Odisha news

ମହାବୀର ମନ୍ଦିର ଭିତିଭୂମି ର ହେବ ବିକାଶ

0

ଦଶପଲ୍ଲା୨୩/୮ : ଦଶପଲ୍ଲା ର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ରଘୁନାଥ ଜୀଉ ଓ ଶ୍ରୀ ମହାବୀର ମନ୍ଦିର ର ଭିତ୍ତିଭୂମି ବିକାଶ କରାଯିବ । ଏ ନେଇ ମଙ୍ଗଳବାର ଦିନ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ନୂତନ ବିଡ଼ିଓ ସଞ୍ଜୟ କୁମାର ଆଚାର୍ଯ୍ୟ ମହାବୀର ମନ୍ଦିର ରେ ପହଂଚି ଏହାର ଭିତି ଭୂମି ପରଖିଛନ୍ତି । ଦଶପଲ୍ଲା ର ଏହି ମନ୍ଦିର ସର୍ବ ପୁରାତନ । ଏହାସହ ଦଶପଲ୍ଲାର ଐତିହାସିକ ଲଙ୍କାପୋଡି ଯାତ୍ରା ଏହି ସ୍ଥାନରେ ଅନୁଷ୍ଠିତ ହୋଇଥାଏ । ଏହାର ଭିତି ଭୂମିର ବିକାଶ ସହ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେବା ପାଇଁ ବହୁଦିନ ଧରି ଦାବି ହୋଇ ଆସୁଛି । ବିଶେଷ ଭାବେ ବିଧାୟକ ଓ ବିଡ଼ିଓ ଙ୍କ ମୁଳିତ ଗସ୍ତ ସମୟ ରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଥିବା ରୋଷେଇ ଗୃହ ଓ ମନ୍ଦିର ଟହଲିଆ ଗୃହ କୁ ଯଥା ଶୀଘ୍ର ସମ୍ପୂର୍ଣ କରାଯିବ ବୋଲି ବିଧାୟକ ପ୍ରକାଶ କରିଥିଲେ ।

Nalco
Leave A Reply