ଦଶପଲ୍ଲା୨୩/୮: ଦଶପଲ୍ଲା ଥାନା ନଛିପୁର ପଂଚାୟତ ଝୁଣ୍ଟାମରା ଗ୍ରାମ ନିକଟସ୍ଥ ଅରଖତଇଳା ଜଙ୍ଗଲ ରେ ଜଣେ ମହିଳା ଙ୍କ ଗଳିତ ଶବ ପଡିଥିବା ଦେଖିବାକୁ ମିଳିଛି । ସେହି ଗ୍ରାମର କିଛି ଲୋକ ଗାଈ ଚରାଇବାକୁ ଯାଇଥିବା ବେଳେ ଏହା ଦେଖିବାକୁ ମିଳିଛି । ଏହି ଶବ ରେ ପୋକ ଲାଗି ପଚି ଯାଇଥିବା ବେଳେ ଶରୀର ର କଙ୍କାଳ ପଡି ରହିଛି । କେହି ଏହି ମହିଳା ଙ୍କୁ ହତ୍ୟା କରି ଏଠାରେ ପକାଇ ଚାଲି ଯାଇଥିବା ଆଲୋଚନା ହେଉଥିବା ବେଳେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗଳିତ ଶବ କୁ ଜବତ କରିଛି। ଏହି ଘଟଣାରେ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।
