Odisha news

ସ୍କୁଲ ଫିସ ପାଇଁ ପିଲାଙ୍କୁ ବନ୍ଦ କୋଠରୀ ରେ ବନ୍ଧକ ରଖି ନିର୍ଯାତନା ଦେଇଥିବା ଏପିଜେ ସ୍କୁଲ ର ସ୍ୱୀକୃତି ପ୍ରତ୍ୟାହାର ସହ ପ୍ରିନ୍ସପାଲ କୁ ଗିରଫ ଦାବୀ କଲା ଓଡିଶା ଅଭିଭାବକ ମହାସଂଘ

0
ଭୁବନେଶ୍ୱର ତା 23ରିଖ(ପ୍ରସନ୍ନ ବିଷୋୟୀ ,ସହ ଅଧକ୍ଷ, ଓଡିଶା ଅଭିଭାବକ ମହାସଂଘ ) : ଭୁବନେଶ୍ୱର ଘାଟିକିଆରେ ଥିବା ଏ ପି ଜେ ପବ୍ଲିକ ସ୍କୁଲ 34 ଜଣ ପିଲାଙ୍କୁ ସ୍କୁଲ ଫିସ ପାଇଁ ଗୋଟିଏ ବନ୍ଦ କୋଠରୀ ରେ ବନ୍ଦ କରି ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଭଳି ଘଟଣା ଓଡିଶାର ପ୍ରାଇଭେଟ ସ୍କୁଲର ଔଦ୍ଧତ୍ୟକୁ ପୁଣି ଥରେ ପଦାରେ ପକାଇ ଦେଇଛି l ସ୍କୁଲ ଫିସ ପାଇଁ କୌଣସି ପିଲାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଦଣ୍ଡ ଦେବା ତ ଦୂରର କଥା ଆଦୌ ଅବଗତ ବି କରିପାରିବେ ନାହିଁ ବୋଲି ସ୍ପଷ୍ଟ ନିୟମ ରହିଛି l ଏ ସଂକ୍ରାନ୍ତିୟ ଯାହା କିଛି ଯୋଗାଯୋଗ ଓ ବିନିମୟ କେବଳ ଅଭିଭାବକ ସହିତ ହିଁ କରିପାରିବେ l ଯାହା କିଛି ଆଲୋଚନା ଓ ଅର୍ଥ ସଂକ୍ରାନ୍ତୀୟ ବନ୍ଦୋବସ୍ତ ପାଇଁ ଅଭିଭାବକଙ୍କ ସହିତ ସିଧାସଳଖ ସମ୍ପର୍କ ରଖିବେ ହେଲେ ପିଲାଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିପାରିବେ ନାହିଁ l ଏପିଜେ ସ୍କୁଲ ଗତକାଲି ସ୍କୁଲର 34 ଜଣ ପିଲାଙ୍କୁ ସ୍କୁଲର କ୍ଲାସ ପରୀକ୍ଷା ସରିବା ପରେ ଦିନ 9:30 ସମୟରେ ଏକ ବନ୍ଦ କୋଠରୀରେ ଭର୍ତି କରି ବାହାର ପଟୁ ଚାବି ପକେଇ ରଖିଥିଲେ l ରୁମରେ ଫ୍ୟାନ ବନ୍ଦ କରିବା ସହ ସେମାନଙ୍କୁ ପିଇବା ପାଣି ଦେଇ ନଥିଲେ l ଏପରି କି ସେମାନଙ୍କୁ ପରିସ୍ରା କରିବାକୁ ମଧ୍ୟ ଛାଡି ନଥିଲେ l ପ୍ରାୟ ଦିନ 2:30 ରେ ସେମାନଙ୍କୁ ଗୋଟେ ଗୋଟେ ସ୍କୁଲ ଫିସ ନୋଟିସ ଧରାଇ ଛାଡିଲେ ଓ ବାପା ମାନଂକୁ ଏହି କଥା କହିବାକୁ କହିଲେ l ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଘଟଣା l ଆଜି ଅଭିଭାବକ ମାନେ ଏହି କଥା ପ୍ରିନ୍ସପାଲ ଙ୍କୁ ଅଭିଯୋଗ କରିବାକୁ ଗଲାବେଳେ ସ୍କୁଲ ର ପ୍ରଶାସନିକ ଅଧିକାରୀ ଆମେ ଏଠି ବେପାର କରିବାକୁ ଆସିଛୁ l ପଇସା ଆମକୁ ଦରକାର l ପାଠ ପଢ଼ା ଓ ପିଲାଙ୍କ କଥା ଆମେ କିଛି ଜାଣିନୁ ଆଗ ପଇସା ଦରକାର l ପଇସା ପାଇଁ ଆମେ ଯାହା କରିବାକୁ ପଡିବ ଆମେ କରିବୁ କିଏ କଣ କରିବ ଦେଖିବା ବୋଲି କହିବା ପରେ ଅଭିଭାବକ ମାନେ ସ୍କୁଲ ସମୁଖ ରେ ଧାରଣା ରେ ବସିଲେ l ସେଠି କୌଣସି ସନ୍ତୋଷ ଜନକ ଉତ୍ତର ନ ମିଳିବାରୁ ବାଧ୍ୟ ହୋଇ ଆସି ଭରତପୁର ଥାନାରେ ଏଫଆର ଦେଲେ l ଏହି ଘଟଣା ଜାଣିବା ପରେ ଓଡିଶା ଅଭିଭାବକ ମହାସଂଘ ସହ ଅଧକ୍ଷ ଭୁମୋହନ ପଟନାୟକ ସେଠାରେ ଉପସ୍ଥିତ ହୋଇ ପିଲାମାନଙ୍କ ନିର୍ଯାତନା ଓ ଅଭିଭାବକ ମାନଙ୍କୁ ନ୍ୟାୟପ୍ରଦାନ ପାଇଁ କାର୍ଯ୍ୟ କରିବା ଆରମ୍ଭ କଲେ l ପ୍ରକାଶ ଯୋଗ୍ୟକି କରୋନା ମହାମାରୀ ସମୟରେ ସ୍କୁଲ ଫିସ ରେ ରିହାତି ଦେବା ପାଇଁ ଓଡିଶା ଅଭିଭାବକ ମହାସଂଘ ର ଆବେଦନ ଉପରେ ମାନ୍ୟବର ହାଇକୋର୍ଟ ଓ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ରେ ଦିଆଯାଇଥିବା ରିହାତି ମଧ୍ୟ ଏହି ସ୍କୁଲ ମାନି ନଥିଲା l ଅଭିଭାବକ ମାନେ ବହୁବାର ଦାବୀ କରିବା ପରେ ଆସନ୍ତା ବର୍ଷ ପଇସା ରେ ଆଡ଼ଜଷ୍ଟ କରିବାକୁ କହିଥିଲେ ହେଲେ ଲାଗୁ କରିବାରେ ଆଗ୍ରହ ପ୍ରକାଶ କଲେ ନାହିଁ l ଏବର୍ଷ  ପାଇଁ ମଧ୍ୟ ସ୍କୁଲ ଫିସ ବୃଦ୍ଧି କଲେ l ଏହି ସମସ୍ୟା ଥିବାରୁ  ଅଭିଭାବକ ମାନେ ସ୍କୁଲ ର ମନଇଚ୍ଛା ଆଦାୟ କରିଥିବା ପଇସାକୁ ନେଇ ଆଗକୁ ଆଲୋଚନା ହେବାର ଥିଲା l ହେଲେ ପିଲାଙ୍କୁ ଏପରି ନିର୍ଯାତନା ଦେବା ଅତ୍ୟନ୍ତ ଅମାନବୀୟ, ନିନ୍ଦନୀୟ ଓ ହୃଦୟହୀନ କାର୍ଯ୍ୟ l ପୂର୍ବରୁ 2015 ମସିହାରେ ଓ ପରବର୍ତୀ ସମୟରେ 2018 ମସିହାରେ ଏନ ସି ପି ସି ଆର ମଧ୍ୟ ଏ ସଂକ୍ରାନ୍ତିୟ ନିର୍ଦେଶ ନାମl ଓ ପରାମର୍ଶ ଦେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଙ୍କୁ ଚିଠି ଲେଖି ଜଣାଇଥିଲେ କି ସ୍କୁଲ ଫିସ ସଂକ୍ରାନ୍ତରେ ସ୍କୁଲ କର୍ତ୍ତୃପକ୍ଷ କେବଳ ଅଭିଭାବକ ମାନଙ୍କ ସହିତ ଆଲୋଚନା କରିବେ ପିଲାମାନଙ୍କୁ ଏ ସଂକ୍ରାନ୍ତୀୟ ଆଲୋଚନା ରୁ ଦୁରେଇ ରଖିବା ପାଇଁ ବିଭାଗ ବିହିତ ପଦକ୍ଷେପ ନେବେ ଓ ଆଇନ ସଠିକ କାର୍ଯ୍ୟକାରୀ ପାଇଁ ଉତ୍ତର ଦାୟିତ୍ୱ ବହନ କରିବା ସହିତ  ଖିଲାପକାରି ସ୍କୁଲ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ l ଆଗରୁ ମଧ୍ୟ କରୋନା ମହାମାରୀ ସମୟରେ ଅନେକ ପ୍ରାଇଭେଟ ସ୍କୁଲ ପିଲାଙ୍କୁ ସ୍କୁଲ ରୁ ଫିସ ପାଇଁ ବାହାର କରିଦେବା, ପରୀକ୍ଷାରୁ ବଞ୍ଚିତ ରଖିବା, ଅନଲାଇନ କ୍ଲାସ ରୁ ବାହାର କରିବା, ମାନସିକ ନିର୍ଯାତନା ଦେବା, ସ୍କୁଲ ବସରୁ ଓଲ୍ହାଇ ଦେବା ଭଳି ଅନେକ ମାମଲା ସlମନlକୁ ଆସିଥିଲା l କେତେକ ମାମଲା ମଧ୍ୟ ଏବେ ବି ଡାଇରେକ୍ଟର, ସଚିବ, ଏପରିକି ନ୍ୟାୟାଳୟ ରେ ବିଚରାଧୀନ ଅଛି l ଆଜିର ଏହି ମାମଲା ଭାତ ହାଣ୍ଡିରୁ ଭାତ ଚିପିଲା ଭଳି ଗୋଟିଏ l ସ୍କୁଲ ଫିସ ପାଇଁ ଏପରି ଅନେକ ସମସ୍ୟା ପ୍ରତିଦିନ ଘଟୁଛି l ମହାସଂଘ ନଜର କୁ ଯେଉଁ ଘଟଣା ଆସୁଛି ତାକୁ ସମାଧାନ ସହ ଉଚିତ ନ୍ୟାୟ ପ୍ରଦାନ ପାଇଁ ଚେଷ୍ଟା ଜାରିରଖାଯାଇଛି l ଏଭଳି ବେଆଇନ ଓ ଘୃଣ୍ୟ କାର୍ଯ୍ୟ କରିଥିବା ସ୍କୁଲ ର ସ୍ୱୀକୃତି ପ୍ରତ୍ୟାହାର ତଥା ସ୍କୁଲ ପ୍ରିନ୍ସିପାଲ ଙ୍କୁ ଜଷ୍ଟିସ ଜୁବେନାଇଲ ଆକ୍ଟ ର ଉଲ୍ଲଙ୍ଘନ ପାଇଁ ଗିରଫ କରିବାକୁ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ ଦାବୀ ଜଣାଇଛନ୍ତି l ଏପରି ଅପରାଧ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଲେ ଆଗକୁ ବେନିୟମ କାର୍ଯ୍ୟକ୍ରମ ଚଳାଇଥିବା ଆଉ ଅନେକ ପ୍ରାଇଭେଟ ସ୍କୁଲ ଏଥିରୁ କ୍ଷାନ୍ତ ରହିବେ l ତାଛଡା ଯଦି ଆଗକୁ ଆଉ କୌଣସି ସ୍କୁଲ ଏପରି ନିନ୍ଦନୀୟ କାର୍ଯ୍ୟ ରେ ଲିପ୍ତ ରହେ ତେବେ ଓଡିଶା ଅଭିଭାବକ ମହାସଂଘ ଆଜି ର ପଦକ୍ଷେପ ଭଳି ସେହି ସ୍କୁଲ ବିରୁଦ୍ଧରେ ଦୁର୍ବାର ଲଢେଇ ଜାରି ରଖିବ ବୋଲି ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ କହିଛନ୍ତି l
Nalco
Leave A Reply