ବରିଷ୍ଠ କଂଗ୍ରେସ କର୍ମୀ, ସୁନାମଧନ୍ୟ ଯାତ୍ରା ନିର୍ଦ୍ଦେଶକ, ଉତ୍ତର ଓଡିଶା କଳାକାର ମହାସଂଘର ସମ୍ପାଦକ ରଘୁନାଥ ରାଉତ ଙ୍କ ଦେହାନ୍ତ
ବେତନଟୀ/ବୈଶିଙ୍ଗା : ବୈଶିଙ୍ଗା ଗ୍ରାମ ପଞ୍ଚାୟତ ଅଧୀନ ମହୁରୀ ଗ୍ରାମର ବରିଷ୍ଠ କଂଗ୍ରେସ ନେତା ତଥା ଯାତ୍ରା କଳାକାର ଏବଂ ନାଟ୍ୟ ନିର୍ଦେଶକ ରଘୁନାଥ ରାଉତ ଙ୍କ ଆଜି ଦେହାନ୍ତ ହୋଇ ଯାଇଛି। ସେ ମଧ୍ୟ ଉତ୍ତର ଓଡିଶା କଳାକାର ମହାସଂଘର ସାଧାରଣ ସମ୍ପାଦକ ଓ ଭଞ୍ଜଭୂମି କୃଷକ ସଂଗଠନର ସଂପାଦକ ଭାବେ କାର୍ଯ୍ୟ କରୁଥିବା ବେଳେ ଚାଷୀଙ୍କ ପାଇଁ ଲଢୁଥିଲେ। ବହୁ ବରିଷ୍ଠ କଳାକାରଙ୍କ କଳାକାର ଭତ୍ତା ସରକାରଙ୍କ ଠାରୁ କରାଇବାରେ ସହଯୋଗ କରୁଥିଲେ। ତାଙ୍କ ପାଇଁ ଶହ ଶହ କଳାକାର ବୃତ୍ତି ନିବୃତ ରହିବା ପରେ ସରକାରୀ ଭତ୍ତା ପାଇ ପାରିଛନ୍ତି। ତାଙ୍କ ନିର୍ଦ୍ଦେଶନାରେ ବହୁ ମଞ୍ଚ ନାଟକ ପରିବେଷିତ ହୋଇ ଥିବାରୁ ବହୁ କଳାକାର ତାଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ।ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର, ପ୍ରାକ୍ତନ ବିଧାୟକ ଗଣେଶ୍ଵର ପାତ୍ର, ବରିଷ୍ଠ ବିଜେଡି ନେତା ରବିନାରାୟଣ ପଣ୍ଡା, କଂଗ୍ରେସ ନେତା ସଞ୍ଜୟ ସେଠୀ କ୍ଷୀରଦ ଚନ୍ଦ୍ର ପାତ୍ର, ପ୍ରବୀର ବାରିକ , ଭିକାରୀ ନାଥ, ବ୍ଲକ କଂଗ୍ରେସ ସଭାପତି କୁଶଧର ବେହେରା, ବୈଶିଙ୍ଗା ସରପଞ୍ଚ ସାବିତ୍ରୀ ମୁର୍ମୁ, ସମିତି ସଭ୍ୟା ସରସ୍ଵତୀ ଦାସ, ଜିଲ୍ଳା ପରିଷଦ ସଦସ୍ୟା ସବିତା ଦାସ ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିଥିଲେ।ସେ ଉଚ୍ଚ ରକ୍ତଚାପ ରୋଗ ରେ ପିଡୀତ ହେବା ପରେ ବାଲେଶ୍ଵର ମୂଖ୍ୟ ଚିକିତ୍ସାଳୟ ରେ ଚିକିସ୍ଥିତ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି ।ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିବା ବେଳେ ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ, ଦୁଇ ପୁଅ ଓ ଦୁଇ ବିବାହିତା ଝିଅ .ଜ୍ବାଇଁ ଉପସ୍ଥିତ ଥିଲେ । ସେ ଜିଲ୍ଲା କଂଗ୍ରେସ ସମ୍ପାଦକ ରୁପେ କାର୍ଯ୍ୟ କରୁଥିଲେ। ସ୍ଵର୍ଗତ ବଂଶିଧର ରାଉତ ଙ୍କ ଜଣେ ଝିଅ ଓ ତିନି ପୁଅ ଙ୍କ ମଧ୍ୟରେ ସେ ମଧ୍ୟମ ପୁତ୍ର ଥିଲେ।ତାଙ୍କ ମୃତ୍ୟ ଖବର ପାଇବା ପରେ ଆଖ ପାଖ ଗ୍ରାମର ଶହ ଶହ ମହିଳା ପୁରୁଷ ଶେଷ ଦର୍ଶନ ପାଇଁ ଶ୍ମଶାନ ନିକଟରେ ଉପସ୍ଥିତ ହୋଇଥିଲେ। ବିଭିନ୍ନ ମହଲରେ ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି।
