Odisha news

କୁଖାତ୍ୟା ଅନ୍ତଃରାଜ୍ୟ ଡକାୟତ ଗିରଫ : ନଗଦ ଟଙ୍କା ମୋବାଇଲ ଟ୍ୟାପ ଓ ବାଇକି ସହିତ ମରଣାଅସ୍ତ୍ର ଜବତ

0

ରଣପୁର…. ନୟାଗଡ ଜିଲ୍ଲା ରଣପୁର ପୋଲିସ କୁ ମିଳିଛି ବଡ଼ ସଫଳତା… ବିଭିନ୍ନ ସମୟରେ ବିଭିନ୍ନ ଜାଗାରେ ଫାଇନାସ କର୍ମଚାରୀ ଓ ବ୍ୟାଙ୍କ ରୁ ଟଙ୍କା ନେଇ ଫେରୁଥିବା ଲୋକ ଙ୍କୁ ଟାର୍ଗେଟ କରି ଦିନ ଦ୍ଵିପରେ ମରଣାଅସ୍ତ୍ର ଦେଖାଇ ଟଙ୍କା ଲୁଟୁ କରୁଥିବା ଥିବା ଜଣେ ଅନ୍ତଃରାଜ୍ୟ ଡକାୟତ କୁ ରଣପୁର ପୋଲିସ ଗିରଫ କରିବା ସହ ତାହା ଠାରୁ ନଗଦ ଚାଳିଶି ହଜାର ଟଙ୍କା ଦୁଇଟି ମୋବାଇଲ ଦୁଇଟି ସାମସଙ୍ଗ ଟ୍ୟାପ ଓ ହୁଣ୍ଡା ସିବି ହରନେଟ ବାଇକି ସହିତ ମରଣା ଅସ୍ତ୍ର ଜବତ କରିଥିବା ଜଣାପଡ଼ିଛ  … ରଣପୁର ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅଧିନସ୍ଥ ବଲଣ୍ଡା ଗ୍ରାମ ର ସଞ୍ଜୟ କୁମାର ମୁଦୁଲି (22)ନୟାଗଡ  ଜିଲ୍ଲା ଶାଖା  ଭାରତଫାଇନାସ୍ସ ଲିମିଟେଡ଼ ରେ କାର୍ଯ୍ୟ କରୁଥିବା ବେଳେ ସେ ଗତ 10.08.2022 ଅପରାହ୍ନ ଦୁଇଟା ବେଳେ ଟଙ୍କା କଲେକସନ ସାରୀ ଫେରୁଥିବା ବେଳେ ଗୋଡିପଡା ନିକଟସ୍ଥ ଡମସାହି ଏସ. ଆର ପେଟ୍ରୋଲ ପମ୍ପ ସାମନା ରେ ଦୁଇ ଜଣ ଯୁବକ ବାଇକି ରେ ଆସି ସଞ୍ଜୟ ଙ୍କୁ ଅଟକାଇ ମରଣା ଅସ୍ତ୍ର ଦେଖାଇ ଭୟଭୀତ କରାଇବା ସହ ତାଙ୍କ ଠାରୁ ନଗଦ 28ହଜାର ଟଙ୍କା ସହିତ ମୋବାଇଲ ଫୋନ ଏକ ସାମସଙ୍ଗ ମୋବାଇଲ ଟାବଲେଟ ଛଡାଇ ନେଇ ଦ୍ରୁତ ଗତି ରେ ବାଇକ ଯୋଗେ ଚମ୍ପଟ ମାରିଥିଲେ ଯାହାକୁ ନେଇ ସଞ୍ଜୟ ସେହି ଦିନ ଅପରାହ୍ନ 5 ଟା 30ରେ ରଣପୁର ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ ଅଭିଯୋଗ ପାଇବା ପରେ ରଣପୁର ଆଇ ଆଇ ସି ନିହାର ରଞ୍ଜନ ମହାନ୍ତି ଙ୍କ ନିର୍ଦ୍ଧେଶ କ୍ରମେ.. ରଣପୁର ପୋଲିସ 191/22ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଙ୍କୁ ଧରିବା ପାଈଁ ଜାଲ ବିଛାଇ ଥିଲେ  ମୋବାଇଲ ଟ୍ରାକିଙ୍ଗ କରି ଗତ ଶନିବାର ଦିନ ରଣପୁର ପେଟ୍ରୋଲିଙ୍ଗ ପୋଲିସ ବିନୟ କୁମାର ପରିଡା ସଞ୍ଜୟ ପରିଡା ସୁନାଖଳା ବିନୋଦପଡା ଠାରୁ ମୁଖ୍ୟ ଅଭିଯୁକ୍ତ କାଶୀନାଥ ସ୍ୱାଇଁ ଙ୍କୁ ଗିରଫ କରିଥିଲେ ଏବଂ ତା ଠାରୁ ଡକାୟତ ହୋଇଥିବା ସାମସଙ୍ଗ ଟ୍ୟାପ ମୋବାଇଲ ସହିତ ନଗଦ ଚାଳିଶି ହଜାର ଟଙ୍କା ସହିତ ଏକ ହୋଣ୍ଡା ହରନେଟ ମୋଟରସାଇକେଲ ଯାହାର ନମ୍ବର MH-03-DF-2549 ଏବଂ ଡ଼କାୟତି ରେ ବ୍ୟାବହୁତ ମରଣା ଅସ୍ତ୍ର କଟୁରି ଜବତ କରିଥିଲେ ଗିରଫ  ଅଭିଯୁକ୍ତ ହେଲେ ନୟାଗଡ ଜିଲ୍ଲା ନୂଆଗାଁ ଥାନା ବିରୁଡ଼ା ଗ୍ରାମ ର କାଶୀନାଥ ସ୍ୱାଇଁ ତା ନାମରେ ନୟାଗଡ ଜିଲ୍ଲା ବିଭିନ୍ନ ଥାନା  ସମେତ ପୁରୀ ଓ ଭୁବନେଶ୍ୱର ରେ 12 ରୁ ଉର୍ଦ୍ଧ ମାମଲା ଥିବା ଜଣାପଡିଛି ତେଵେ ପୋଲିସ ଆଗରେ ସେ ତା ଅପରାଧା ସ୍ୱକାର କରିଛି  ବୋଲି ପୋଲିସ ସୂଚନା ଦେଇଛି ତେଵେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ଯଥା ଶୀଘ୍ର ଗିରଫ କରାଯିବ ବୋଲି ରଣପୁର ପୋଲିସ ସୂଚନା ପ୍ରଦାନ କରିଛି ତେଵେ ଆଜିର ଏହି ପ୍ରେସମିଟି ରେ ଶରଣକୁଳ ଏସ. ଡି ପିଓ ରଣପୁର ଥାନା ଆଇ ଆଇ ସି ଏବଂ ତଦନ୍ତକରି ସବ ଇନ୍ସପେକେଟର ସଞ୍ଜୟ କୁମାର ପରିଡା ଉପସ୍ଥିତ ଥିଲେ

Leave A Reply