Odisha news

ଆଇନ ଅମାନ୍ୟ କରି ଗିରଫ ହେଲେ ଶତାଧିକ ଶ୍ରମିକ, କୃଷକ ଓ କ୍ଷେତ ମୂଲିଆ କର୍ମୀ।

0
ରଣପୁର, ଅଗଷ୍ଟ ୮ :- ଐତିହାସିକ ଭାରତ ଛାଡ ଆନ୍ଦୋଳନ ଦିବସ ଉପଲକ୍ଷେ ଆଜି ଅଗଷ୍ଟ ୮ ତାରିଖରେ ସି ଆଇ ଟି ୟୁ ,କୃଷକ ସଭା, ଓ କ୍ଷେତ ମଜଦୁର ୟୁନିଅନ ତରଫରୁ ଜୀବନ ଜୀବିକାର ସୁରକ୍ଷା ପାଇଁ ବିଭିନ୍ନ ଦାବୀ ଉପରେ ଦେଶ ବ୍ୟାପି ଆଇନ ଅମାନ୍ୟ ଆନ୍ଦୋଳନ ଡାକରା ଦିଆଯାଇ ଥିବାରୁ ରଣପୁରରେ ମଧ୍ୟ ଆଇନ ଅମାନ୍ୟ ଆନ୍ଦୋଳନ ଅନୁଷ୍ଠିତ ହୋଇ ଯାଇଛି। ତୁହା କୁ ତୁହା ଲଘୁଚାପ ଲଗାଣ ବର୍ଷା ସତ୍ତ୍ୱେ ଆଜି ଦିନ ୧୨ ଟା ସମୟରେ ପଞ୍ଚୁଦୋଳ ପଡିଆ ରଘୁଦିବାକର ମଣ୍ଡପ ଠାରେ ଶତାଧିକ କୃଷକ,ଶ୍ରମିକ,କ୍ଷେତ ମଜଦୁର,ପାଚିକା,ଆଶାକର୍ମୀ ଓ ନିର୍ମାଣ ଶ୍ରମିକ ସମବେତ ହୋଇଥିଲେ।
ସେଠାରୁ ସମସ୍ତେ ରଣପୁର ବ୍ଲକ କୁ ଯାଇ ବ୍ଲକ ସମ୍ମୁଖରେ ବିକ୍ଷୋଭ କରିବା ସହିତ ସାଥୀ ନିତ୍ୟାନନ୍ଦ ପରିଡାଙ୍କ ସଭାପତିତ୍ୱରେ ଏକ ସଭା  ଅନୁଷ୍ଠିତ ହୋଇଥିଲା। ସଭାରେ ବକ୍ତା ମାନେ କେନ୍ଦ୍ର ମୋଦୀ ସରକାରର ଙ୍କ ଶ୍ରମିକ ଓ କୃଷକ ବିରୋଧୀ ନିଷ୍ପତିକୁ ତୀଵ୍ର ସମାଲୋଚନା କରିଥିଲେ।ଶ୍ରମିକ କୋଡ଼ ବାତିଲ,ଚାଷୀ ଫସଲର ସହାୟକ ମୂଲ୍ୟ ବୃଦ୍ଧି,ଏକ କାଳୀନ କୃଷି ଋଣ ଛାଡ,ମନରେଗା ଯୋଜନାରେ ବର୍ଷକୁ ୨୦୦ଦିନ କାମ ଓ ଦୈନିକ ମଜୁରୀ ୭୦୦ଟଙ୍କା ,ଆଶା,ପାଚିକା ଙ୍କୁ ସ୍ଥାୟୀ କର୍ମଚାରିର ମାନ୍ୟତା ଓ ମାସିକ ସର୍ବନିମ୍ନ ଦରମା ୨୬୦୦୦ଟଙ୍କା,ତୁରନ୍ତ ଦର ବୃଦ୍ଧି ପ୍ରତ୍ୟାହାର, ଖାଦ୍ୟ ସାମଗ୍ରୀ ଉପରୁ ଜି ଏସ ଟି ପ୍ରତ୍ୟାହାର, ସମସ୍ତଙ୍କୁ ମାଗଣା ସ୍ୱାସ୍ଥ୍ୟ ଓ ଶିକ୍ଷା ଏବଂ ବାସ ହୀନ କୁ ପଟ୍ଟା ଓ ବାସ ଗୃହ ଯୋଗାଇ ଦେବାକୁ ବକ୍ତା ମାନେ ଦାବି କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ,କୃଷକ,ଯୁବକ ଓ ଖାଉଟି ବିରୋଧୀ ନିଷ୍ପତି ବିରୋଧରେ ସତ୍ୟାଗ୍ରହ କରି ଆଇନ ଭଙ୍ଗ କରିବାରେ ରଣପୁର ପୋଲିସି ଦାୟିତ୍ୱରେ ଥିବା ମୁକେଶ ବେହେରା ଓ ଏସ କେ ପରିଡା ଶତାଧିକ ଆନ୍ଦୋଳନ କାରୀଙ୍କୁ ଗିରଫ କରି ଥାନାକୁ ଆଣିଥିଲେ।ପରେ ସତ୍ୟାଗ୍ରହି ମାନଙ୍କୁ କିଛି ସମୟ ରଖି ଛାଡି ଦେଇଥିଲା।ରଣପୁରରେ ଆଇନ ଅମାନ୍ୟ ଆନ୍ଦୋଳନ ସଫଳ ହୋଇଥିଲା।
ଏହି ଆଇନ ଅମାନ୍ୟ ଆନ୍ଦୋଳନରେ କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ର,ଶ୍ରମିକ ନେତା ସୁରେଶ ସ୍ବାଇଁ,ସବ୍ୟସାଚୀ ସେନାପତି,ଗଦାଧର ପ୍ରଧାନ,ଭିକାରୀ ଚରଣ ସାହୁ,ସଂଯୁକ୍ତା ସେଠି ଓ ସୁକାନ୍ତି ଜେନା ପ୍ରମ୍ମୁଖ ବକ୍ତବ୍ୟ ଦେଇ ଥିଲେ।
Leave A Reply