ରଣପୁର… ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳ ରେ ଦୀର୍ଘ ଦିନଧରି ବେଆଇନି ଲୁହାରଡ଼ ପେଟ୍ରୋଲ ଡିଜେଲ ଓ ମଦ ଆଦି ଚୋରା କାରବାର ହେଉଥିବା ନେଇ ଚାନ୍ଦପୁର ପୋଲିସ ନିକଟ ରେ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଗତକିଛି ଦିନତଳେ ଖୋର୍ଦ୍ଧା ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ପୋଲିସ ଟିମ ଦ୍ୱାରା ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାଗଡ ନିକଟସ୍ଥ ରୟାଲଢ଼ାବା ପଛପଟୁ ଦୁଇଟି ଲୁହା ରଡ଼ ବୋଝେଇ ଟ୍ରଲର ଜବତ କରାଯାଇଥିଲା ଏବଂ ପରେ ନୟାଗଡ ଏସପିଙ୍କ ନିର୍ଦ୍ଧେଶ ଅନୁସାରେ ଜବତ ହୋଇଥିବା ଦୁଇ ଲୁହାରଡ଼ ବୋଝେଇ ଟ୍ରଲର କୁ ଚାନ୍ଦପୁର ପୋଲିସ କୁ ହସ୍ତାନ୍ତର କରାଯିବା ସହ ଚାନ୍ଦପୁର ପୋଲିସ ଏହାର ତଦନ୍ତ କରୀ ଏହି କାରବାର ରେ ସମ୍ପୃକ୍ତ ଥିବା ଚାରି ଜଣ ଙ୍କୁ ଗିରଫ କରୀ କୋର୍ଟ ଚାଲାଣ କରିଥିଲା. ତେଵେ ଏହାର ଏକ ମାସ ନପୂରୁଣୁ ପୁନ୍ନବାର ସେହି ଜାଗା ରୁ ଗୁରୁବାର ମଧ୍ୟାହ୍ନ ସମୟରେ ଚାନ୍ଦପୁର ପୋଲିସ ଦ୍ୱାରା ପାଞ୍ଚ କୁଇଣ୍ଟାଲ ରୁ ଉର୍ଦ୍ଧ ଲୁହାଛଡ ଜବତ କରାଯାଇଥିବା ଜଣାପଡିଛି… ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଚମ୍ପାଗଡ଼ ନିକଟସ୍ଥ ଜାତୀୟ ରାଜପଥ କଡ ରୟାଲ ଢ଼ାବା ନିକଟ ରେ ଚୋରା ଲୁହା ଛଡ ଥିବା ନେଇ ଚାନ୍ଦପୁର ଥାନା ଦାଇତ୍ୱ ରେ ରଣପୁର ଆଇ ଆଇ ସି ଜ୍ୟୋତି ପ୍ରକାଶ ପଣ୍ଡା ଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା.. ଖବର ପାଇବା ଆଇ ଆଇ ସି ପଣ୍ଡା ଙ୍କ ନିର୍ଦ୍ଧେଶ ରେ ସଙ୍ଗେ ସଙ୍ଗେ ଚାନ୍ଦପୁର ପୋଲିସ ର ଏକ ଟିମ ସେହି ସ୍ଥାନ ରେ ଚଢ଼ାଉ କରୀ ପାଞ୍ଚ କୁଇଣ୍ଟାଲ ରୁ ଉର୍ଦ୍ଧ ଲୁହାଛଡ ଜବତ କରିଥିବା ବେଳେ ଆସାମୀ ମାନେ ଫେରାର ହୋଇଯାଇଥିବା ଜଣାପଡିଛି.. ତେଵେ ଚୋରା କାରବାର ର କିଙ୍ଗପିନ କୁ ଗିରଫ କରାଗଲେ ଏହି ଚୋରା କାରବାର ରେ ରୋକ ଲାଗି ପାରିବା ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି