Odisha news

ବିଲୁପ୍ତ ପ୍ରାୟ ବିରଳ ଶାଗୁଣା ପକ୍ଷୀ ଉଦ୍ଧାର ରଣପୁର ବନ ବିଭାଗର ସୁରକ୍ଷା ପ୍ରତି ନିଙ୍ଘା ନାହିଁ

0

ରଣପୁର/-ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ରଣପୁର ବନ ବିଭାଗ ଦ୍ୱାରା ଗତକାଲି ରଣପୁର ବନାଂଚଳର ବାଣିକିଲୋ ଗ୍ରାମ ପଂଚାୟତ ଗୁଣ୍ଡୁରିଆ ଗ୍ରାମରୁ ଏକ ବିରଳ ପ୍ରଜାତିର ଶାଗୁଣା ପକ୍ଷୀ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାରର ଗୋଟିଏ ଦିନ ପରେ ମଧ୍ୟ ଅସୁସ୍ଥ ପକ୍ଷୀକୁ ଚିକିତ୍ସା କରାନଯାଇ ଅଣଦେଖା କରାଯାଇଥିବା ଦେଖିବାକୁ ମିଳୁଛି ।

ଯାହାଦ୍ୱାରା ବନବିଭାଗର ଏହି ବରିଳ ପକ୍ଷୀର ସ୍ୱାସ୍ଥ୍ୟ ପ୍ରତି ନିଙ୍ଘା ନଥିବା ଜଣା ପଡିଛି । ଯାହାକି ଜୀବପ୍ରମୀ ମାନଙ୍କୁ ଘୋର ଆଘାତ ଦେଇଛି । ଖବର ଅନୁସାରେ ଗୁଣ୍ଡୁରିଆ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ବାରିପଟେ ବିରଳ ପ୍ରଜାତିର ଏକ ଶାଗୁଣା ପକ୍ଷୀକୁ ଦେଖି ସ୍ଥାନୀୟ ଗ୍ରାମବାସୀ ରଣପୁର ବନବିଭାଗକୁ ଖବର ଦେଇଥିଲେ । ଖବର ଦେବାର ପ୍ରାୟ ୨ ରୁ ୪ଘଣ୍ଟା ପରେ ସ୍ଥାନୀୟ ବନବିଭାଗ ସ୍ନେକ୍ ହେଲ୍ପ ଲାଇନ୍ ର ସଦସ୍ୟ ଅଜୟ ଦାସଙ୍କୁ ସାଙ୍ଗରେ ନେଇ ଦିନ ୧୨ଟାରେ ପକ୍ଷୀଟିକୁ ଉଦ୍ଧାର କରି ରଣପୁର ବନବିଭାଗକୁ ଆଣିଥିଲେ ଏବଂ ନିଜେ ନରଖି ବା ତାର ସ୍ୱାସ୍ଥ୍ୟକୁ ପରୀକ୍ଷା ନକରି ସ୍ନେକ୍ ହେଲ୍ପ ଲାଇନ୍ ଅଜୟଙ୍କ ଘରେ ନେଇ ପକ୍ଷୀଟିକୁ ଛାଡିଦେଇଥିଲେ ।

ଅଜୟ ଜଣେ ଜୀବପ୍ରେମୀ ହୋଇଥିବାରୁ ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ପକ୍ଷୀର ସମସ୍ତ ଦାୟିତ୍ୱ ତୁଲାଇଥିଲେ ମଧ୍ୟ ବନବିଭାଗ ତରଫରୁ କୌଣସି ପ୍ରକାରର ସହାୟତା ପ୍ରଦାନ କରାଯାଇନଥିଲା । ଯାହାକୁ ନେଇ ବନବିଭାଗର ଏହି ବିରଳ ଶାଗୁଣା ପକ୍ଷୀର ସୁରକ୍ଷା ପ୍ରତି ବନବିଭାଗର ନିଙ୍ଘା ନଥିବା ସ୍ଥାନୀୟ ଜୀବପ୍ରେମୀଙ୍କ ମଧ୍ୟରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି । ତେବେ ସ୍ନେକ୍ ହେଲ୍ପ ଲାଇନ୍ ଅଜୟ ଦାସ ରଖିଥିବା ପକ୍ଷୀଟିକୁ ଗୋଟିଏ ଦିନ ପରେ ରଣପୁର ବନବିଭାଗରେ ଛାଡି ଦେଇଥିବା ଜଣା ପଡିଛି ଏବଂ ଚିକିତ୍ସା ଅଭାବରୁ ଯଦି ପକ୍ଷୀଟିର କୌଣସି କ୍ଷତି ହୁଏ ଏହାର ଦାୟୀ କିଏ ରହିବ ବୋଲି ଜୀବପ୍ରେମୀ ମାନେ ମତବ୍ୟକ୍ତ କରିଛନ୍ତି । ତେବେ ଏ ବିଷୟରେ ଆମେ ବନବିଭାଗକୁ ବୁଝିବାକୁ ଯାଇଥିଲା ବେଳେ ବନବିଭାଗ କାର୍ଯ୍ୟାଳୟ ତାଲା ପଡିଥିବା ଦେଖିବାକୁ ମିଳିଥିଲା ।

Leave A Reply