ସାଲେପୁର: ପାରିବାରିକ କଳହରୁ ତୁମୁଳ କାଣ୍ଡ ଘଟିଛି । ଜଣେ ଯୁବକ ହିତାହିତ ଜ୍ଞାନଭୁଲି ବାହାରପଟୁ କବାଟ ଦେଇ ଘରେ ନିଆଁ ଲଗାଇ ଦେବାରୁ ୩ଜଣ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଛନ୍ତି ।
ସାଲେପୁର ଥାନା ଅଧିନ ବାଲିସାହି ପଞ୍ଚାୟତର ଉତ୍ତରବଟେଶ୍ୱର ଗ୍ରାମରେ ଘଟିଛି ଏଭଳି ଘଟଣା । ଘଟଣାରୁ ପ୍ରକାଶ କିଶାନନଗର ଥାନା ଅଞ୍ଚଳ କାଳିକାପୁର ଗ୍ରାମର ଶରତ ବେହେରା ଓରଫ୍ ବାବୁଲି ସାଲେପୁର ଥାନା ଅନ୍ତର୍ଗତ ଉତ୍ତରବଟେଶ୍ୱର ଗ୍ରାମରେ ପରିବାର ସହ ଘର ଭଡ଼ା ନେଇ ରହୁଛନ୍ତି । ତେବେ ତାଙ୍କ ପରିବାରରେ ପ୍ରାୟ ଅଧିକାଂଶ ସମୟରେ ପରସ୍ପର ମଧ୍ୟରେ କଳି ଝଗଡ଼ା ଲାଗୁଥିଲା ।
ଗତକାଲି ରାତିରେ ଏହି କଳହ ଉଗ୍ରରୂପ ନେଇଥିଲା । ଝଗଡ଼ା ପରେ ରାତିରେ ଘର ଭିତରେ ବାବୁଲିର ସ୍ତ୍ରୀ , ଝିଅ ଓ ଶାଶୁ ଶୋଇଥିବା ବେଳେ ବାବୁଲି ବାହାରପଟୁ କବାଟ ବନ୍ଦ କରି ଘରେ ନିଆଁ ଲଗାଇ ଦେଇଥିଲା । ଫଳରେ ଘରେ ଶୋଇଥିବା ୩ଜଣ ଯାକ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇ ପଡ଼ିଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସାଲେପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି । କ’ଣ ପାଇଁ ଏଭଳି ଘଟଣା ଘଟିଛି ତାହା ସାଧାରଣରେ ସନେ୍ଦହ ସୃଷ୍ଟି କରିଛି ।