Odisha news

ଆକ୍ୱା କଲଚର ଟ୍ରେଡ଼୍‍ ଫେୟାର ଆକ୍ୱା ଏକ୍ସପୋ ଓଡ଼ିଶା ୨୦୨୦ ଉଦ୍‍ଘାଟିତ

0

ବାଲେଶ୍ୱର-ଶନିବାର ଦିନ ଓଡ଼ିଶା ମତ୍ସ୍ୟଚାଷୀ ସଂଘ ଓ ବାଲେଶ୍ୱର ମତ୍ସ୍ୟଚାଷୀ ସଂଘର ମିଳିତ ଉଦ୍ୟମରେ ସ୍ଥାନୀୟ ଆଇଟିଆଇ ପଡ଼ିଆରେ ଏକ୍ୱା କଲ୍‍ଚର ଟ୍ରେଡ୍‍ ଫେୟାର ଆକ୍ୱା ଏକ୍ସପୋ ଓଡ଼ିଶା-୨୦୨୦ ଆଜି ଉଦ୍‍ଘାଟିତ ହୋଇଯାଇଛି । ଏହି ଏକ୍ସପୋ ଉତ୍ସବ ଆଜିଠାରୁ ଆସନ୍ତା ୨୪ ତାରିଖ ସୋମବାର ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି ।

ଏହି ଏକ୍ସପୋରେ ୧୧୪ଟି ଷ୍ଟଲ ଲାଗିଥିବାର ଜଣାପଡ଼ିଛି । ଓଡ଼ିଶା ବ୍ୟତୀତ ଆନ୍ଧ୍ର, ତାମିଲନାଡ଼ୁ, ଗୁଜୁରାଟ, ମହାରାଷ୍ଟ୍ର, ପଶ୍ଚିମବଂଗ, ଦିଲ୍ଲୀ ପ୍ରଭୃତି ସ୍ଥାନମାନଙ୍କରୁ ନାମୀ ଦାମୀ କମ୍ପାନୀମାନେ ଆସି ଷ୍ଟଲ ଖୋଲିଛନ୍ତି । ଆଜିର ଏହି ଏକ୍ସପୋକୁ କେନ୍ଦ୍ର ପଶୁ ସମ୍ପଦ ମତ୍ସ୍ୟ ଓ କ୍ଷୁଦ୍ର ମଧ୍ୟମ ଶିଳ୍ପୋ ବିଭାଗ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ଚେମ୍ଭରଅଫ୍‍ କମର୍ସର ସଭାପତି ହିମାଂଶୁ ଦାସ, ରାଜ୍ୟସଭାପତି ପ୍ରଭାରଂଜନ ପଟ୍ଟନାୟକ,ଅବାହକ ଅଭୟ କୁମାର ମହାପାତ୍ର, ସଂଗଠନର ସମ୍ପାଦକ ପର୍ଶୁରାମ ବେହେରା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ତୁଷାରକାନ୍ତୀ ପଣ୍ଡା, ଜ୍ଞାନରଂଜନ ଦାସ, ବାବୁରୀ ଇସ୍‍ଲାମ, ବୁଲୁ ପଣ୍ଡା, ଅଜୟ ଦାସ,ଦିଲ୍ଲୀପ କୁମାର ସାହୁ, ସୁକୁମାର ସାହୁ, ସଂଗ୍ରାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ୧୯୯୨ ମସିହା ଠାରୁ ଓଡ଼ିଶାରେ ଚିଙ୍ଗୁଡ଼ି ଚାଷ ତଥା ଅନ୍ୟାନ୍ୟ ମାଛ ଚାଷ ଆରମ୍ଭ ହୋଇଥିବା ବେଳେ ସେତେବେଳେ ପ୍ରାୟ ୨ଶହ କୋଟି ଟଙ୍କା ଉଦ୍ୟୋଗୀମାନେ ଏବାବଦରେ ଖର୍ଚ୍ଚ କରିଥିଲେ । ଗତ ୨୮ବର୍ଷ ମଧ୍ୟରେ ଓଡ଼ିଶାରେ ୩୬ଶହ କୋଟି ଟଙ୍କାର ବ୍ୟବସାୟ ହୋଇପାରିଛି ।

ସେହିପରି ସେତେବେଳେ ହାତଗଣତି କେତେଜଣ ଉଦ୍ୟୋଗୀ ଏହି ମାଛଚାଷ ପାଇଁ ଆଗେଇ ଆସିଥିବା ବେଳେ ଏବେ ଓଡ଼ିଶାରେ ଏହାର ସଂଖ୍ୟା ୮ହଜାରରେ ପହଞ୍ଚିଛି ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା । ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ ଉଦ୍ୟୋଗ ନିର୍ମାଣ କରି ଶ୍ରମିକସଂଖ୍ୟା ବଢାଇବା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ ଉଦ୍ୟୋଗ ସଂଖ୍ୟା ଅଧିକରୁ ଅଧିକ ବଢରାଇବା ଗୁରୁତ୍ୱପୂର୍ଣ୍ଣ ସେଥିପାଇଁ ସମସ୍ତେ ବୈଜ୍ଞାନିକ ପ୍ରଣାଳୀରେ ଅଧିକ ପରିଶ୍ରମ କରି ଉଦ୍ୟୋଗମାନ ନିର୍ମାଣ କରିପାରିଲେ ଉଦ୍ୟୋଗର ବିକାଶ ହେବା ସହିତ ଦେଶର ଅର୍ଥନୈତିକ ବିକାଶ ହୋଇପାରିବ ଓ କିଛି ବେକାରଙ୍କୁ ନିଯୁକ୍ତିର ସୁଯୋଗ ମିଳିବ ବୋଲି କହିଥିଲେ ।

Leave A Reply