Odisha news

ବିଧାୟକଙ୍କ ସହଯୋଗରେ ମଣିନାଗ ସାହିରେ ପାଣି ପାଇପ ସଂଯୋଗ

ରଣପୁର, : ନୟାଗଡ ଜିଲ୍ଲା ରଣପୁର ମଣିନାଗ ସାହିରେ ଦୀର୍ଘ ଦିନ ହେବ ପାଣି ସମସ୍ୟା ଲାଗି ରହିଥିଲା l ମଣିନାଗ ସାହିର ଲୋକମାନଙ୍କର ଏକମାତ୍ର ଜଳର ଉତ୍ସ ହେଉଛି ଟ୍ୟାପ ମାଧ୍ୟମରେ ଯୋଗ ଯାଉଥିବା ଜଳ l ସାହିର କିଛି ଲୋକଙ୍କର କୂଅ ଓ ବୋରିଂ ରହିଛି l କିନ୍ତୁ ଗ୍ରୀଷ୍ମ ଦିନେ ପ୍ରବଳ ଖରାର ପ୍ରକୋପ ଯୋଗୁଁ ସାହିର ସମସ୍ତ କୂଅ ଶୁଖି ଯାଇ ଥାଏ l ଯାହା ଫଳରେ ସାହିର ଲୋକମାନେ ସମ୍ପୂର୍ଣ ଭାବେ ପାଇପ ଜଳ ଯୋଗାଣ ଉପରେ ନିର୍ଭରଶୀଳ ହୋଇ ଥାଆନ୍ତି l କିଛି ଦିନ ହେବ ପାଇପ ମାଟି ତଳେ ଯାଇଥିବା ପାଇପ କୌଣସି କାରଣରୁ ଚାପି ହୋଇ ଯାଇ ମଣିନାଗ ତଳ ସାହିକୁ ପାଣି ଯୋଗାଣ ବ୍ୟାହତ ହୋଇଥିଲା l
ଏହା ପରେ ସାହି କମିଟି ଓ ସାହିର ଲୋକମାନେ ସ୍ଥାନୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜଳ ଯୋଗାଣ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ସମସ୍ୟା ସମ୍ବନ୍ଧରେ ଜଣାଇବା ସହିତ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କୁ ମଧ୍ୟ ସମସ୍ୟା ମାଧ୍ୟମରେ ଯୋଗାଯୋଗ କରିଥିଲେ l ଏହା ପରେ ବିଧାୟକ ଏହି ସମସ୍ୟାର ସମାଧାନ ପାଇଁ ଏନ.ଏ.ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଜଳ ଯୋଗାଣ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରି ମଣିନାଗ ତଳ ସାହିକୁ ଏକ ନୂତନ ପାଇପ ସଂଯୋଗ କରି ଜଳ ସମସ୍ୟାର ସମାଧାନ କରିଥିଲେ l ବିଧାୟକଙ୍କ ଏହି ପରି କାର୍ଯ୍ୟ ପାଇଁ ରାଜେଶ ମଲ୍ଲିକ, ବାବୁଲା ପ୍ରଧାନ ଓ ସାହିର ଲୋକମାନେ ତାଙ୍କୁ ଧନ୍ୟବାଦ ଜଣାଇ ଛନ୍ତି l

Comments are closed.