ରଣପୁର ; ରାଜସୁନାଖଳା ନିକଟସ୍ଥ ବଧିପାଟଣା ଗାଁ ରେ ୩ ବର୍ଷର ଶିଶୁ କନ୍ୟା ନିଖୋଜ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ରଣପୁର ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପରବର୍ତିର୍ ଅବସ୍ଥାରେ ଗ୍ରାମର ଏକ ପରିତ୍ୟକ୍ତ ପୁଷ୍କରିଣୀରୁ ଶିଶୁର ଗଳିତ ଶବ ମିଳି ଥିଲା । ଏହି ଘଟଣା ନୟାଗଡ ଯଦୁପୁର ଗ୍ରାମର ପରୀ ହତ୍ୟାକାଣ୍ଡ ପରେ ଦ୍ୱତୀୟ ଲୋମ ହର୍ଷଣକାରୀ ଘଟଣା ଭାବେ ଚହଳ ସୃଷ୍ଟି କରିଥିଲା । ପରିବାର ଲୋକେ ଏହି ଘଟଣାକୁ ହତ୍ୟା ଘଟଣା ବୋଲି ଦାବି କରୁଥିଲା ବେଳେ ଏହାକୁ ସମର୍ଥନ ଜଣାଇ ନ୍ୟାୟ ପ୍ରଦାନ ଉଦେ୍ଦଶ୍ୟରେ ଆଜି ରାଜ୍ୟ କଂଗ୍ରେସର ଏକ ଟିମ୍ ବଧିପାଟଣା ଗ୍ରାମକୁ ଆସି ଶ୍ୱାତୀର ପରିବାରକୁ ଭେଟିବା ସହ ସମବେଦନା ଜଣାଇଛନ୍ତି । ଏହି ଟିମ୍ରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ରଣଜିତ୍ ଗୁରୁଙ୍କ ସହ ଅନ୍ୟାନ୍ୟ କର୍ମକର୍ତା ଆସି ଘଟଣା ସ୍ଥଳ ପରିଦର୍ଶନ କରି ନ୍ୟାୟ ପାଇବାରେ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଦାବି ଉପସ୍ଥାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।