Odisha news

ରଣପୁର ବାତ୍ୟା ଆଶ୍ରୟ ସ୍ଥଳୀ ବୁଲି ସ୍ଥିତି ପରଖିଲେ  ବାଚସ୍ପତି

0
ରଣପୁର(Suvendra Pattanaik) ନୟାଗଡ ଜିଲ୍ଲା  ରଣପୁର ବାତ୍ୟା ଆଶ୍ରୟ ସ୍ଥଳୀ ବୁଲି ଲୋକଙ୍କ ସମସ୍ୟା ବୁଝିଛନ୍ତି ରଣପୁର ବିଧାୟିକା ତଥା ଓଡିଶା ବାଚସ୍ପତି ସୁରୁମା ପାଢ଼ୀ. ଗୁରୁବାର ଅପରାହ୍ନ ସମୟରେ ରଣପୁର  ନିର୍ବାଚନ ମଣ୍ଡଳୀ ର  ବାତ୍ୟା ପ୍ରଭାବିତ   ସମ୍ବେଦନଶୀଳ ଅଞ୍ଚଳ ଗୁଡିକ   ଚାନ୍ଦପୁର ଜୋନ ର ବିଭିନ୍ନ ପଞ୍ଚାୟତ ଯଥା ଚମ୍ପାଗଡ, ଚାନ୍ଦପୁର, କେରେଣ୍ଡାଟାଙ୍ଗୀ, ରାହିପଡ଼ା, ବାରଙ୍ଗଗାଡିଆ, ଚମ୍ପାପେଡି ଆଦି ଅଞ୍ଚଳ ବୁଲି ସ୍ଥିତ ପରଖିବା ସହିତ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ ଏବଂ  ବାତ୍ୟା ଆଶ୍ରୟସ୍ଥଳୀ ରେ ପହଞ୍ଚି ଲୋକଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରି  ଓ ସ୍ଥାନୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଛନ୍ତି  ବାଚସ୍ପତି ସୁରମା ପାଢୀ । ଚମ୍ପାଗଡ ଗ୍ରାମପଂଚାୟତ ରେ ଥିବା ବାତ୍ୟା ଆଶ୍ରୟ ସ୍ଥଳି ରେ ଦାନା ବାତ୍ୟା ରେ ପ୍ରଭାବିତ ହୋଇ ଆଶ୍ରୟ ନେଇଥିବା ଲୋକ ମାନଙ୍କର ର ସ୍ଥିତି ତଦାରଖ କରିବା ସହିତ ଯେମିତି ସେମାନେ କୌଣସି ଅସୁବିଧାର ସମୁଖୀନ ନ ହେବେ ସେଥିପ୍ରତି ଧ୍ୟାନ ଦେବା ପାଇଁ ସେଠାରେ କାର୍ଯ୍ୟରତ ଥିବା ଅଫିସର ଙ୍କୁ ପରାମର୍ଶ ଦେଇଥିଲେ  ।ଯାହାକୁ ନେଇ ବିଧାୟିକା ଙ୍କ ଏହି କାର୍ଯ୍ୟ କୁ ଲୋକମାନେ ଖୁସି ପ୍ରକଟ କରିଛନ୍ତି
Nalco
Leave A Reply