Odisha news

ବାଚସ୍ପତି ସୁରମା ପାଢ଼ୀ ଓ ଖଣ୍ଡପଡା ବିଧାୟକଙ୍କ ରଣପୁର ଗ୍ରସ୍ତ : ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ ର ସମୀକ୍ଷା 

0
ରଣପୁର…. ରବିବାର ରଣପୁର ବିଧାୟିକା ତଥା ଓଡିଶା ବିଧାନ ସଭା  ବାଚସ୍ପତି  ଶ୍ରୀମତୀ ସୁରୁମା ପାଢ଼ୀ ଏକ ଦିନିଆ ରଣପୁର ଗ୍ରସ୍ତ ରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିବା ସହିତ ସୁଭଦ୍ରା ଯୋଜନା ର ଶୁଭାରମ୍ଭ କରି ଥିବା ଜଣାପଡିଛି..ତାଙ୍କ ସହିତ ଖଣ୍ଡପଡା ବିଜେପି ବିଧାୟକ ଦୁଷ୍ମନ୍ତ ସ୍ୱାଇଁ ମଧ୍ୟ ଏହି ସମସ୍ତ କାର୍ଯ୍ୟକ୍ରମ ରେ ସାମିଲ  ଥିଲେ ତେବେ ରବିବାର ସକାଳ 10ଘଣ୍ଟିକା ସମୟ ରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଓ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ ରଣପୁର ଗ୍ରସ୍ତ ରେ ଆସି ଶ୍ରୀମତୀ ପାଢ଼ୀ ରଣପୁର ସ୍ଥିତ ନିଜ ବାସଭବନ ରେ ପହଞ୍ଚିବା ପରେ ଦଳୀୟ କର୍ମକର୍ତ୍ତା ଙ୍କ ତରଫରୁ ଉଭୟ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ପରେ 11ଘଣ୍ଟିକା ସମୟରେ ରଣପୁର ମଣିନାଗ ସ୍ଥିତ ଆଇ ଓ ସିଏଲ କଲ୍ୟାଣୀ ମଣ୍ଡପ ଠାରେ ଏକ କର୍ମୀ ସମ୍ମିଳନୀ ରେ ଯୋଗଦେଇ କର୍ମୀମାନଙ୍କ ଅଭିଯୋଗ ଶୁଣିବା ସହିତ ସୁଭଦ୍ରା ଯୋଜନା ସମ୍ପର୍କ ରେ ଲାଭାର୍ଥୀ ଙ୍କୁ ଅବଗତ କରାଇଥିଲେ ଏବଂ  ମା ମଣିନାଗ ମନ୍ଦିର ର ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରି ସାରି ମଧ୍ୟାହ୍ନ ଏକ ଘାଣ୍ଟିକ ସମୟ  ରେ ଜଗନ୍ନାଥ ମନ୍ଦିର କୁ ଆସି ମହାପ୍ରଭୁ ଙ୍କୁ ଦର୍ଶନ କରିବା ସହିତ ମନ୍ଦିର ପରିସରେ  ଚାଲିଥିବା ଉର୍ନ୍ନତି ମୂଳକ କାର୍ଯ୍ୟ ର ସମୀକ୍ଷା କରିଥିଲେ ଏବଂ ପରିଶେଷରେ ରେ ରଣପୁର ମହାବିଦ୍ୟାଳୟ ର ଏକ କାର୍ଯ୍ୟକ୍ରମ ରେ ଉଭୟ ସୁରମା ପାଢ଼ୀ ଓ ଦୁଷ୍ମନ୍ତ ସ୍ୱାଇଁ ଅଂଶ ଗ୍ରହଣ କରି ଭୁବନେଶ୍ୱର ଫେରି ଯାଇଥିବା ଜଣାପଡିଛି
Leave A Reply