ରଣପୁର, 08/09 : ସାରା ରାଜ୍ୟର ସମସ୍ତ ବ୍ଲକଗୁଡିକରେ ଆଜିଠାରୁ ଶିକ୍ଷକମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି | ଏଥିରେ ରଣପୁର ବ୍ଲକ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛି | ଏହି ପରିପ୍ରେକ୍ଷୀରେ ରଣପୁର ବ୍ଲକ ପରିସରରେ ଶିକ୍ଷକ ଶିକ୍ଷୟତ୍ରୀମାନେ ବ୍ଲକ ସମ୍ମୁଖରେ ଏକତ୍ରିତ ହୋଇ ଜାତିର ପିତା ତଥା ଅଂହିସାର ପ୍ରତୀକ ମହାତ୍ମାଗାନ୍ଧୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଓ ଧାରଣାର ଶୁଭାରମ୍ଭ କରିଥିଲେ | ଶିକ୍ଷକମାନେ ସକାଳ 10 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣାରେ ବସି ରହିଥିଲେ | ଏହି ଧାରଣା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ଫେଡେରେସନ ନେତୃତ୍ୱରେ ସମସ୍ତ ବର୍ଗର ଶିକ୍ଷକ ମିଳିତ ହୋଇ କରୁଥିବା ଜଣା ପଡିଛି | ତିନି ଦଫା ଦାବି ପୂରଣ ପାଇଁ ଏହି ଆନ୍ଦୋଳନ କରାଯାଇଥିବା ଜଣା ପଡିଛି | ଏହି ଧାରଣା ଆଗକୁ ଜାରି ରହିବ ବୋଲି ଶିକ୍ଷକ ସଙ୍ଘ ତରଫରୁ ସୂଚନା ମିଳିଛି | ରଣପୁର ବ୍ଲକରେ ଚାଲିଥିବା ଧାରଣା ସ୍ଥଳରେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ପହଂଚି ଶିକ୍ଷକମାନଙ୍କ ସହିତ ସେମାନଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ଆଲୋଚନା କରିଥିଲେ |
ଏଥିରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ଫେଡେରେସନର ରାଜ୍ୟ ସଂଯୋଜକ ଜ୍ୟୋତି ରଞ୍ଜନ ଦାଶଙ୍କ ସହ ରଣପୁର ବ୍ଲକର ପ୍ରାଥମିକ ଶିକ୍ଷକ ସଙ୍ଘ, ନୂତନ ପେନସନ ବର୍ଗର ଶିକ୍ଷକ ସଙ୍ଘ, ମଧ୍ୟ ଇଁରାଜୀ ବିଦ୍ୟାଳୟ ଶିକ୍ଷକ ସଙ୍ଘ, ପି.ଟି.ଆଇ. ଶିକ୍ଷକ ସଙ୍ଘ, ଏକ୍ସ-କ୍ୟାଡର ଶିକ୍ଷକ ସଙ୍ଘର ସମସ୍ତ କର୍ମକର୍ତ୍ତା, ଶିକ୍ଷକ ଶିକ୍ଷୟତ୍ରୀମାନେ ଏହି ଧାରଣାରେ ସାମିଲ ହୋଇଥିବା ଜଣା ପଡିଛି |
