ଗୋପ : ଖବରରୁ ପ୍ରକାଶ ଗୋପ ଥାନା ଅନ୍ତର୍ଗତ ଗଣେଶ୍ୱରପୁର କେନାଲରେ ଜଣେ ୮୫ ବର୍ଷୀୟ ବୃଦ୍ଧଙ୍କ ମୃତ ଦେହ ଭାସୁଥିବା ଖବର ସ୍ତାନୀୟ ଲୋକେ ଦେଖି ଖବର ଦେବା ପରେ ଘଟଣାଟି ପ୍ରଘଟ ହୋଇଥିଲା, ତେବେ ନିମାପଡା ପାଟପୁର ଗାଁର ଅନାମ ପ୍ରଧାନ ତିନିଦିନ ଧରି ନିଖୋଜ ଥିବା ବେଳେ ପରିବାର ଲୋକେ ଖବର ପାଇ ଗଣେଶ୍ୱରପୁର କେନାଳରୁ ମୃତ ଦେହକୁ ଉଦ୍ଧାର କରିଥିବା ବେଳେ ଗୋପ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସବ ଜବତ କରିଛି, ତେବେ ବୁଧବାର ରାତିରେ ବୃଦ୍ଧ ଅନାମ ପ୍ରଧାନ ଶୌଚ ପାଇଁ ଯାଇ ଆଉ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ।ତେବେ ଶୁକ୍ରବାର ଦିନ ସକାଳେ ସ୍ଥାନୀୟ ମାଟିଆ ଖାତ ଗାଁର ଲୋକେ ମୃତ ଦେହ ଭାସୁଥିବା ଦେଖି ଖବର ଦେବାପରେ ପାଟପୁର ଗାଁର ମୃତକଙ୍କ ପରିବାର ଲୋକମାନେ ଆସି ବୃଦ୍ଧ ଅନାମଙ୍କ ସବ ଠାବ କରିଥିଲେ।ତେବେ ଏନେଇ ନିମାପଡା ଥାନାରେ ଏକ ଅପମୃତ ମାମଲା ରୁଜୁ ହୋଇଛି।
