Odisha news

ସମାଜସେବୀ ବୃଦ୍ଧା ଙ୍କ ବିୟୋଗ

0
ବେତନଟୀ :  ବେତନଟୀ ବ୍ଲକ ଅଧୀନ  ଗଡ଼ଦେଉଳିଆ ପଞ୍ଚାୟତ ର ଗଡଦେଉଳିଆ ଗ୍ରାମର ଅବସର ପ୍ରାପ୍ତ ବିଡ଼ିଓ ସ୍ୱର୍ଗତଃ ରଘୁନାଥ ପଣ୍ଡା ଙ୍କ ପତ୍ନୀ ସୌଦାମିନୀ ପଣ୍ଡା ଙ୍କର ୯୩ ବର୍ଷ ବୟସରେ ଗତ ଚାରି ତାରିଖ ସୋମବାର ଅପରାହ୍ନ ୩ ଟାରେ ପରଲୋକ ହୋଇଯାଇଛି | ଗଡ଼ ଦେଉଳିଆ ଗ୍ରାମରେ ସେ ଜଣେ  ସୁପରିଚିତ ବ୍ୟକ୍ତିତ୍ୱ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ | ସମାଜ ସେବାରେ ବ୍ରତୀ ହୋଇ ଲୋକଙ୍କ ଉପକାର କରିବା ସହିତ ନିଜର  ଅମାୟିକ, ମିଷ୍ଟଭାଷୀ ସ୍ୱଭାବ ଦ୍ୱାରା ସମସ୍ତଙ୍କ ଆପଣାର  ହୋଇ ପାରିଥିଲେ | ତାଙ୍କର ୬ ପୁଅ ଓ ଜଣେ ଝିଅ ଥିବାବେଳେ ମୃତ୍ୟୁ ସମୟରେ ପୁଅ ନିନ ପଣ୍ଡା ଓ ପ୍ରଦ୍ୟୁତ ପଣ୍ଡା ଙ୍କ ସମେତ ବୋହୁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ | ଗ୍ରାମ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ କରାଯାଇଥିବା  ବେଳେ ସାନ ପୁଅ ମୁଖାଗ୍ନୀ ଦେଇଥିଲେ |
Nalco
Leave A Reply