Odisha news

କେନ୍ଦୁଝର ଜିଲ୍ଲା ଯାଦବ ଭବନ ଭୂମି ପୂଜନ ତଥା ଶିଳାନ୍ୟାସ : 5t ସଚିବଙ୍କୁ କୃତଜ୍ଞତା 

0
 କେନ୍ଦୁଝର :  କେନ୍ଦୁଝର ଜିଲ୍ଲା ଯାଦବ ସମାଜ ପାଇଁ ଆଜି ଏକ ଅବିସ୍ମରଣୀୟ ଦିବସ ।ପବିତ୍ର ଜନ୍ମାଷ୍ଟମୀ ଅବସରରେ ବହୁ ପ୍ରତିକ୍ଷିତ “ଜିଲ୍ଲା ଯାଦବ ଭବନ” ନିର୍ମାଣ ନିମନ୍ତେ କେନ୍ଦୁଝର ସହର ଉପକଣ୍ଠରେ ଅବସ୍ଥିତ ଘଡଘଡି କପିଳେଶ୍ଵର ମହାଦେବ ମନ୍ଦିର ପାର୍ଶ୍ଵରେ ଭୂମି ପୂଜନ ତଥା ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ସର୍ବ ପ୍ରଥମେ କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ସଭାପତି ଶ୍ରୀ ପ୍ରଦୀପ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଯାଦବ ଜାତୀୟ ପତାକା ଉତ୍ତୋଳନ କରାଗଲା। ମୁଖ୍ୟ ଉପଦେଷ୍ଟା ପ୍ରାକ୍ତନ ରାଜ୍ୟ ସଭା ସଦସ୍ୟ ଶ୍ରୀ ରାହାସ ବିହାରି ବାରିକ ଯାଦବ ପତାକା ଉତ୍ତୋଳନ କଲେ ଏବଂ ଅନ୍ୟତମ ଉପଦେଷ୍ଟା ଆଚାର୍ଯ୍ୟ ଦାଶରଥି ପ୍ରଧାନଙ୍କ ଅଧ୍ୟକ୍ଷତାରେ ସାମୁହିକ ଯାଦବ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ସଦର ବ୍ଲକ ସଭାପତି ଜିତେନ୍ଦ୍ର ବେହେରା ଓ ତାଙ୍କର ସହ ଧର୍ମିଣି  ନନ୍ଦିନୀ ବେହେରାଙ୍କ ଦ୍ଵାରା ମୁଖ୍ୟ କର୍ତ୍ତା ରୂପେ ଭୂମି ପୂଜନ ତଥା ଶିଳାନ୍ୟାସ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପଦେଷ୍ଟା ପୁରୁଷୋତ୍ତମ ଦାସ, କ୍ଷେତ୍ରବାସୀ ମହାକୁଡ, ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ନାୟକ,ଉପସଭାପତି ହରେକୃଷ୍ଣ ପଳେଇ,ଯୁବ ଯାଦବ କାର୍ଯ୍ୟକାରୀ ସଭାପତି ପପୁ ଯାଦବ,ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁରତୀ ଘଣା ଏବଂ ବରିଷ୍ଟ ଯାଦବ  କୀର୍ତ୍ତନ ବିହାରୀ ଦାସ, ନିର୍ମଳ ଚନ୍ଦ୍ର କବି, ଗୋବିନ୍ଦ ଚନ୍ଦ୍ର ପଲେଇ,
ନିରଞ୍ଜନ ବାରିକ,କାର୍ତ୍ତିକ ଦାସ ତଥା ବ୍ଲକ ସ୍ତରୀୟ  ନେତୃବୃନ୍ଦ ଅକ୍ଷୟ କୁମାର ଦାସ,ଦଶରଥ ବାରିକ,ସୁଶାନ୍ତ ବାରିକ, ଶୁକଦେବ ମହାକୁଡ,ବାବି ଦାସ, ରମେଶ ଚନ୍ଦ୍ର ନାହାକ, ପ୍ରଣବ ଧ୍ଵଜ କବି , ଶଶି ଭୂଷଣ ଦାସ, ପରେଶ ପ୍ରଧାନ ,ନିର୍ମଳ ଚନ୍ଦ୍ର ରାଉତ, ନନ୍ଦିନୀ ମହାକୁଡ,  ଗୟାମଣି ବେହେରା ,ସୁଶାନ୍ତ କୁମାର ପ୍ରଧାନ,ପ୍ରମୋଦ ବେହେରା ପ୍ରମୁଖ ଶତାଧିକ ଯାଦବ ଯୋଗଦାନ କରିଥିଲେ ।ପରିଶେଷରେ ମାନ୍ୟବର 5T ସଚିବଙ୍କ ବଦାନ୍ୟତାକୁ ଜିଲ୍ଲା ଯାଦବ ସମାଜ ତରଫରୁ ହାର୍ଦ୍ଧିକ  କୃତଜ୍ଞତା ଜ୍ଞାପନ କରାଗଲା ।
Ad2
Leave A Reply