ଵ୍ରହ୍ମପୁର, – ଗଞ୍ଜାମ ଜିଲାରେ ଇନ୍ଦ୍ରଧନୁଷ-୫ କାର୍ଯ୍ୟକ୍ରମ ୩ଟି ପର୍ଯାୟରେ ହେବ। ଏହି ୩ଟି ପର୍ଯାୟରେ ୧୮ଦିନ ଧରି ସ୍ବାସ୍ଛ୍ୟ ବିଭାଗର କର୍ମଚାରୀମାନେ ଘରକୁ ଘର ପହଞ୍ଚି ୫ବର୍ଷ ବୟସର ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ସଂକ୍ରାମକ ରୋଗ ପ୍ରତିଷେଧକ ଟୀକା ପ୍ରଦାନ କରିବେ। ଯେଉଁମାନେ ମୂଳରୁ କୌଣସି ଟୀକା ନେଇ ନାହାନ୍ତି କିମ୍ବା ଅଧା ନେଇଛନ୍ତି ସେମାନେ ଏହି ଟୀକା ନେଇପାରିବେ। ଆଜି ଆୟୋଜିତ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ )ଡ.ଉମାଶଙ୍କର ମିଶ୍ର। ପ୍ରଥମ ପର୍ଯାୟରେ ୫୯୩୬ଜଣ ୦-୨ବର୍ଷ ବୟସର ଶିଶୁ, ୫୪୩ଜଣ ୨-୫ବର୍ଷ ବୟସର ଶିଶୁ ଏବଂ ୧୧୨୩ଜଣ ଗର୍ଭବତୀ ମହିଳାଙ୍କୁ ପ୍ରତିଷେଧ ଟୀକା ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ଟୀକାକରଣର ପ୍ରଥମ ପର୍ଯାୟ ଆସନ୍ତା ୧୧ ରୁ ୧୬ତାରିଖ ଯାଏଁ ଚାଲିବାକୁ ଥିବା ବେଳେ ଦ୍ବିତୀୟ ପର୍ଯାୟ ଅକ୍ଟୋବର ୯ ରୁ ୧୪ତାରିଖ ଯାଏଁ ଏବଂ ତୃତୀୟ ପର୍ଯ୍ୟାୟ ନଭେମ୍ବର ୬ ରୁ ୧୧ତାରିଖ ଯାଏଁ ଅନୁଷ୍ଠିତ ହେବ ବୋଲି ସିଡିଏମଓ କହିଛନ୍ତି।
