Odisha news

ଆନ୍ତର୍ଜାତୀୟ ଛତୁ ମେଳାରେ ଯୋଗ ଦେବା ପାଇଁ ପିପିଲି ଛତୁ ଚାଷୀ ଙ୍କ ସୋଲାନ ଗ୍ରସ୍ତ

0

ପିପିଲି…. ଆସନ୍ତା ଦଶ ତାରିଖରେ ହିମାଚଳ ପ୍ରଦେଶ ର ସୋଲାନ ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ ଛତୁ ମେଳା ରେ ଯୋଗ ଦେବା ପାଇଁ ଓଡିଶା ରୁ ମାତ୍ର ଜଣେ ଚାଷୀ ଏହି ବ୍ଲକ ଅନ୍ତର୍ଗତ ଯଇସ୍ ପାଟଣା ର ରଶ୍ମିରେଖା ଛତୁ ଫାର୍ମର ନିର୍ଦ୍ଦେଶକ ତଥା ସଫଳ ଚାଷୀ ସଞ୍ଜିତ୍ ମହାନ୍ତି ଆଜି ତାଙ୍କର ଓଡ଼ିଶା ଟିମ୍ ସହ ଗ୍ରସ୍ତ କରିଛନ୍ତି. ଏହି ଦୁଇ ଦିନିଆ ମେଳାରେ ଦେଶର 500 ରୁ ଉର୍ଦ୍ଧ ଚାଷୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି. ସେଠାରେ ଛତୁ ଚାଷ, ଛତୁ ପ୍ରକ୍ରିୟା କରଣ ସମ୍ବନ୍ଧରେ ଛତୁ ବିଶେଷଜ୍ଞ ଏବଂ ଚାଷୀ ଙ୍କ ମଧ୍ୟରେ ବୈଷୟିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି. ଉକ୍ତ ମେଳା ରେ ସଞ୍ଜିତ୍ ମହାନ୍ତି ନିଜ ପକ୍ଷରୁ ପାଳ ଛତୁ ରୁ ପ୍ରସ୍ତୁତ ପ୍ରାୟ 15 ପ୍ରକାର ଛତୁ ଖାଦ୍ୟ ପ୍ରଦର୍ଶିତ କରିବେ.  ସଞ୍ଜିତ୍ ଏକ ମାତ୍ର ଚାଷୀ ଯିଏ କି  ବିଭିନ୍ନ ଛତୁ ଜାତୀୟ ଖାଦ୍ୟ ପ୍ରସ୍ତୁତ କରି ମାଲେସିଆ ପ୍ରଧାନମନ୍ତ୍ରୀ ଙ୍କ ଠାରୁ “ମ୍ୟାନ୍ ଅଫ ମସରୁମ୍ ” ସମ୍ମାନ ରେ ସମ୍ମାନିତ ହୋଇଛନ୍ତି. ତାଙ୍କ ପାଇଁ ଓଡିଶା ର ପାଳ ଛତୁ ଓ ରଙ୍ଗିନ୍ ଛତୁ ଉତ୍ପାଦନ ରେ ଓଡିଶା ପ୍ରଥମ ସ୍ଥାନରେ  ରହିଥିବା ସେ ସୂଚନା ଦେଇଛନ୍ତି. ତାଙ୍କର୍ ଏହି ଗ୍ରସ୍ତ ରେ ଓଡିଶା ର ବିଭିନ୍ନ ଜିଲାରୁ 30 ଜଣ ଛତୁ ଚାଷୀ ସାମିଲ୍ ହୋଇ ସୋଲାନ ଯାତ୍ରା କରୁଥିବା ସଞ୍ଜିତ୍ ପ୍ରକାଶ କରିଛନ୍ତି l

Ad2
Leave A Reply