ପିପିଲି – ରାଜ୍ଯ ସଂଘ ର ନିଷ୍ପତ୍ତି କ୍ରମେ ପିପିଲି ବ୍ଲକ ରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭିନ୍ନ ସମସ୍ୟା ନେଇ ବିଇଓ କାର୍ଯଳୟ ସମ୍ମୁଖରେ ଆଜି ଆନ୍ଦୋଳନ କରିଛନ୍ତି। ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ, କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା,ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକ ଙ୍କ ଠିକା କାର୍ଯ୍ୟକାଳ କୁ ଚାକିରି ରେ ଗଣନା କରି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ,ଏକ୍ସ କ୍ଯାଡର,କଳା ଓ କ୍ରୀଡା ଶିକ୍ଷକ ଙ୍କୁ ନିୟମିତ କରିବା, କେନ୍ଦ୍ରୀୟ ହାରରେ ଦରମା,୪୨୦୦ ଟଙ୍କା ଗ୍ରେଡ ପେ ପ୍ରଦାନ,ପୁରୁଣା ପେନସନ ଲାଗୁ କରିବା ଦାବୀ ରଖାଯାଇଛି।ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ରେ ପିପିଲି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ସୁକାନ୍ତ ନାୟକ, ସଂପାଦକ କୃଷ୍ଣ ଚନ୍ଦ୍ର ସାହୁ, ଜିଲ୍ଲା ଯୁଗ୍ମ ସଂପାଦକ ଜିତେନ୍ଦ୍ର ନାୟକ,ଏନପିଏସ୍ ସଭାପତି ଜୟ ପ୍ରକାଶ ପ୍ରଧାନ, ସଂପାଦକ ଲକ୍ଷ୍ମୀଧର ସାହୁ,ରାଜ୍ଯ ମହାସଚିବ ବିକ୍ରମ ରଥ, ଚିନ୍ତାମଣି ଓଝା,ପ୍ରଭାତ ଦାଶ, ଉମେଶ ପତି, ବୈକୁଣ୍ଠ ବିଶ୍ବାଳ, ଦୁଷ୍ମନ୍ତ ବଳିୟାର ସିଂହ, ରଶ୍ମି ରଞ୍ଜନ ସେଠୀ, ସବିତା ମହାପାତ୍ର,କଳ୍ପନା ମିଶ୍ର, ଅକ୍ଷୟ ନାୟକ, ସଂଯୁକ୍ତା ମହାପାତ୍ର ,ଶକ୍ତି ପ୍ରସନ୍ନ ମହାନ୍ତି, ରମେଶ ଦାସ,ପୁଷ୍ପାରାଣୀ ମହାପାତ୍ର,ବନବାସିନୀ ମହାପାତ୍ର,ମମତାଜ ବେହେରା,ନୁଜ୍ଜାମୁଲା ହୁଦା,ଧୂଳି ବେହେରା, ରାମଚନ୍ଦ୍ର ଦାଶ, ସୁନୀତା ନାୟକ,ଅଶୋକ ପରିଡା,ରାମ ଚନ୍ଦ୍ର ବିଶ୍ବାଳ, ଭଗବାନ ସାହୁ, ସର୍ବେଶ୍ଵର ନନ୍ଦ ସାମିଲ ହୋଇଥିଲେ।ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ଚାଲୁ ରହିବ ବୋଲି ଶିକ୍ଷକ ନେତାମାନେ ପ୍ରକାଶ କରିଛନ୍ତି।
