ଢ଼େଙ୍କିକୋଟ ୮. ୯. ୨୩ : ଘଟଗାଁ ବ୍ଲକ ଅନ୍ତର୍ଗତ ମୁକ୍ତାପୁର ପଞ୍ଚାୟତ ର ରାମଚନ୍ଦ୍ରପୁର ଗ୍ରାମରେ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି ଯାତ୍ରା ଦରବାର l ଏହି ଯାତ୍ରା ର ଗତକାଲି ର ଶୁଭ ଉଦଘାଟନୀ ଦିବସରେ ଯୋଗ ଦେଇଥିଲେ ଓଡିଆ ସିନେ ଜଗତର ଚୁଲବୁଲି ନାୟିକା ଏଲିନା ସାମନ୍ତରlୟ l ଏହି ଉପଲକ୍ଷେ ଗତକାଲି ହଜାର ହଜାର ଦର୍ଶକ ଉପସ୍ତିତ ଥିଲେ l ତେବେ ନାୟିକା ଏଲିନା ନାଚ,ଗିତ,ଅଭିନୟ,ମାଧ୍ୟମରେ ଦର୍ଶକ ମାନଂକୁ ଖୁସୀ ବାଣ୍ଟିଥିଲେ l ରାମଚନ୍ଦ୍ରପୁର ଯାତ୍ରା କମିଟି ତରଫରୁ ତାଂକୁ ମଞ୍ଚରେ ଉତ୍ତରୀୟ,ପୁଷ୍ପଗୁଚ୍ଛ,ଓ ମାଆ ତାରିଣୀ କଂ ଫଟୋ ଚିତ୍ର ପ୍ରଦାନକରି ସମ୍ବନ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଢ଼େଙ୍କିକୋଟ ର ସଂଜୟ କୁମାର ସାହୁ l ସ୍ତାନିୟ ସରପଞ୍ଚ ନିରୁପମା ନାୟକ, ନାୟବ ସରପଞ୍ଚ ସରୋଜିନୀ ନାଏକ,ଯାତ୍ରା କମିଟି ର ସମ୍ପାଦକ ଜଗନ୍ନାଥ ନାୟକ,ପ୍ରେମାନନ୍ଦ ନାଏକ ଓ ଅଲେଖ ନାୟକ ପ୍ରମୁଖ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ l
