ବାଲିତୁଠ ୮/୯ ଏରସମା ବ୍ଲକ ବାଲିତୁଠ ବାରୁଣୀ ପଡିଆ ତୁଠ ରେ ବାଇ ପାସ ରାସ୍ତା ନିର୍ମାଣ ପାଇଁ ସ୍ଥିତି ଅନୁଧ୍ୟାନ କଲେ ଜଳ ସମ୍ପଦ ର ବରିଷ୍ଠ ଅଧିକାରୀ ।ଏରସମା ବ୍ଲକ ର ପ୍ରମୁଖ ବଜାର କହିଲେ ବାଲିତୁଠ ବଜାର କୁ ବୁଝାଏ ।ଏହି ବଜାର ଉପରେ ପାଖ ଆଖ ଚାଳିଶ ଖଣ୍ଡି ଗ୍ରାମର ଲୋକ ମାନେ ଏହି ବଜାର ଉପରେ ନିର୍ଭରଶୀଳ।ବାଲିତୁଠ ସାପ୍ତାହିକ ହାଟ, ବ୍ୟାଙ୍କ,ଓ ମେଡିକାଲ ଉପରେ ପାଖ ଗ୍ରାମବାସୀ ମାନେ ନିର୍ଭରଶୀଳ ।ବଳିତୁଠର ମାହାଙ୍ଗା ନଦୀ ଉପରେ ଥିବା ଏହି ପୋଲ ଦେଇ ପ୍ରତିଦିନ ଶହ ଶହ ଲୋକ ବାଲିତୁଠ ବଜାର କୁ ଯାତାୟତ କରନ୍ତି।ଢ଼ିଙ୍କିଆ ଚାରିଦେଶରେ ଥିବା ଗଡ଼ କୁଜଙ୍ଗ ର କୁଞ୍ଜବିହାରୀ ଙ୍କ ମନ୍ଦିର, ନୂଆଗାଁର ମହାବୀର ଆଶ୍ରମ ଓ ସିଦ୍ଧ ଗୁମ୍ଫା ଆଶ୍ରମ କୁ ପ୍ରତିଦିନ ଶତାଧିକ ଭକ୍ତ ଦର୍ଶନ ପାଇଁ ବାଲିତୁଠ ବଜାର ପଥ ଦେଇ ଯାତାୟାତ କରନ୍ତି ।ଅନେକ ସମୟରେ ବିଭିନ୍ନ ପର୍ବ ପର୍ବାଣୀ ରେ ଉକ୍ତ ଭକ୍ତ ମାନଙ୍କ ଯୋଗୁ ବାଲିତୁଠ ବଜାର ରେ ଟ୍ରାଫିକ ସମସ୍ୟା ରହୁଛି ।୧୯୯୨ ମସିହାରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଏକ ପର୍ବ ରେ ଗଡକୁଜଙ୍ଗ ମନ୍ଦିର ଆସିଥିବା ସମୟରେ ବାଲିତୁଠ ବଜାର ରେ ଭକ୍ତ ମାନଙ୍କ ଦ୍ଵାରା ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା ।ଏହି ସମସ୍ୟାର ସମାଧାନ ପାଇଁ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ଏକ ବାଇ ପାସ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ପ୍ରତିନିଧି ମାନେ ବିଧାୟକ ଙ୍କ ଜରିଆରେ ଅନୁରୋଧ କରିଥିଲେ ।ମାପ ଚୁପ ପରେ ଏହି ବାଇ ପାସ ରାସ୍ତା କାମ ଫାଇଲ ଭିତରେ ରହି ଯାଇଥିଲା ।ପରେ ବାଲିତୁଠ ବଜାର ର ମହାବୀର ବଣିକ ସଂଘ ପକ୍ଷରୁ ସଭାପତି ସଞ୍ଜୟ ମହାନ୍ତି ଙ୍କ ନେତୃତ୍ୱରେ ବହୁବାର ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେବି ଫଳ କିଛି ମିଳୁନ ଥିଲା ।ଗତଦୁଇ ମାସ ତଳେ ୫ଟି ସଚିବ ଦୁଇଦିନିଆ ଜଗତସିଂହପୁର ଜିଲ୍ଲା ଗ୍ରସ୍ତ କାଳରେ ଗଡକୁଜଙ୍ଗ ମନ୍ଦିର ଦର୍ଶନ ପାଇଁ ଆସିଥିଲେ ।ଏହି ସମୟରେ ମହାବୀର ବଣିକ ସଂଘ,ବାଲିତୁଠ ଅଂଚଳର ବୁଦ୍ଧିଜୀବି, ଜନ ପ୍ରତିନିଧି ମାନେ ଏହି ଟ୍ରଫିକ ସମସ୍ୟାର ସମାଧାନ ପାଇଁ ବାଲିତୁଠ -କୁଜଙ୍ଗ ରାସ୍ତାରୁ ବାରୁଣୀ ପଡିଆ ତୁଠ କୁ ଏକ ବାଇ ପାସ ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ ।ମାହାଙ୍ଗା ନଦୀ କଡ ରେ ଏହି ବାଇ ପାସ ରାସ୍ତା ନିର୍ମାଣ ପାଇଁ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ସ୍ଥିତି ଅନୁଧ୍ୟାନ ପାଇଁ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।ଜଳ ସମ୍ପଦ ବିଭାଗର ଏସଡ଼ିଓ ଅମରେନ୍ଦ୍ର ନାଥ ବେହେରା,ଜେଇ ଅଶ୍ୱିନୀ ସେନାପତି ଙ୍କ ଗ୍ରସ୍ତ କାଳ ରେ ବାଲିତୁଠ ସରପଞ୍ଚ ପ୍ରଫୁଲ୍ଲ ଦାସ,ବାଲିତୁଠ ପୂର୍ବତନ ସରପଞ୍ଚ ବିଭୁରଞ୍ଜନ ସାମନ୍ତରାୟ, ସମାଜସେବୀ ତଥା ବିଜେଡିର ଜିଲ୍ଲା ଉପ ସଭାପତି ତାମିଲ ପ୍ରଧାନ,ଚଟୁଆ ର ପୂର୍ବତନ ସରପଞ୍ଚ ସଞ୍ଜୟ କୁମାର ମହାନ୍ତି,ଗଡକୁଜଙ୍ଗ ର ପୂର୍ବତନ ସରପଞ୍ଚ ସମ୍ପଦ ବାରିକ,ବିଷ୍ଣୁ ପ୍ରଧାନ, ଯୁବ ସଂଗଠକ ବିଜୟ ଚାନ୍ଦ ନାୟକ ,ସୁରେନ୍ଦ୍ର ମହାନ୍ତି,ନଳିନୀ ବେହେରା,ରବୀନ୍ଦ୍ର କୁମାର ବେହେରା ,ଯଦୁନାଥ ଖଟୁଆ ପ୍ରମୁଖ ଉପସ୍ଥିତ ରହି ବାଇ ପାସ ରାସ୍ତାର ନିର୍ମାଣ ସମ୍ପର୍କରେ ଆଲୋଚନା କରିଥିଲେ ।ସୂଚନା ଥାଉକି ଯେଉଁ ମାହାଙ୍ଗା ନଦୀ କଡ଼ ଦେଇ ବାଇ ପାସ ରାସ୍ତା ନିର୍ମାଣ କରାଯିବ କେତେକ ସ୍ଥାନ ରେ ଦୋକାନ ହୋଇଥିବା ନଜର କୁ ଆସିଥିବା ବେଳେଅନ୍ୟ କେତେକ ସ୍ଥାନରେ ପାଖ ଲୋକମାନେ ଜବର ଦଖଲ କରିଥିବା ନଜକୁ ଆସିଥିଲା ।
