ରଣପୁର-ସାରା ରାଜ୍ୟରେ ପେଚା ବଂଶ ଲୋପ ପାଇବାକୁ ବସିଥିଲା ବେଳେ ଗତକାଲି ସକାଳ ସମୟରେ ରଣପୁର କୋର୍ଟ ପରିସର ମୋହରିର୍ଖାନା ପାଖରେ ଏକ ବିରଳ ପେଚା ଉଦ୍ଧାର କରାଯାଇଥିବା ଜଣା ପଡିଛି । ଖବର ଅନୁସାରେ ପେଚାଟି ମହୋରିର୍ଖାନା ପାଖରେ ବସିଥିବା ପେଚାଟିକୁ ସ୍ଥାନୀୟ ଲୋକ ଦେଖିବା ପରେ ସ୍ନେକ୍ ହେଲ୍ପ ଲାଇନ୍ ର ସଦସ୍ୟ ଅଜୟ କୁମାର ଦାସଙ୍କୁ ଖବର ଦେଇଥିଲେ ।
ଖବର ପାଇ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଅଜୟ କୁମାର ଦାସ ଘଟଣା ସ୍ଥଳରେ ପହଁଚି ପେଚାଟିକୁ ଉଦ୍ଧାର କରିଥିଲେ ଏବଂ ବିରଳ ପେଚାକୁ ଦେଖିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କର ଭିଡ ଜମିଥିଲା ଏବଂ ଏହି ପେଚାଟିକୁ ଉଦ୍ଧାର କରି ଅଜୟ ନିଜ ପାଖରେ ରଖି ଚିକିତ୍ସା କରିବା ପରେ ଜଙ୍ଗଲରେ ଛାଡିଦେବେ ବୋଲି ସୁଚନା ପ୍ରଦାନ କରିଛନ୍ତିି ।