କୋଣାର୍କ-ପ୍ରତିଦିନ ବିଶ୍ୱ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ର ସୂର୍ଯ୍ୟମନ୍ଦିର କୁ ବିଦେଶୀ ଓ ଦେଶୀ ପର୍ଯ୍ୟଟକ ପରିଭ୍ରମଣରେ ଆସୁଛନ୍ତି । ସାରା ବିଶ୍ୱରେ କରୋନା ଭାଇରସ ଯେପରି ଭାବେ ଆତଙ୍କ ଖେଳାଇ ପ୍ରତି ଦେଶ ଓ ରାଜ୍ୟ କୁ ବ୍ୟାପିବାରେ ଲାଗିଛି ଖୁବ ଅଳ୍ପ ଦିନରେ ସାରା ବିଶ୍ୱକୁ ଗା୍ରସ କରି ପା୍ରଣଘାତି ସାଜି ପାରେ! ଏହି ଭାଇରସ ର ପ୍ରତିଷେଧକ ପାଇଁ ବିଶ୍ୱ ରେ କୌଣସି ମେଡିସିନ ବୈଜ୍ଞାନିକ ମାନେ ବାହାର କରିନଥିବା ବେଳେ କେବଳ ସଚେତନତା ମାଧ୍ୟମରେ ଏହି ଭାଇରସ କୁ କିଛି ମାତ୍ରା ରେ ପ୍ରତିହତ କରାଯାଇ ପାରିବ ।
ବିଶ୍ୱ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ରେ ଏହି ଭାଇରସ କୁ ପ୍ରତିହତ ପାଇଁ ପ୍ରଶାସନ ତରଫରୁ କୌଣସି ସଚେତନତା କାର୍ଯ୍ୟକ୍ରମ କରାଯାଉନି । ଏଠାକୁ ପ୍ରତିଦିନ ବିଭିନ୍ନ ଦେଶ ରୁ ବିଦେଶୀ ପର୍ଯ୍ୟଟକମାନେ ବିନା ମାସ୍କ ଓ ସଚେତନ ରେ ନିଦ୍ୱନ୍ଦ ରେ ମନ୍ଦିର ସହ ଅଂଚଳ ରେ ବୁଲୁଛନ୍ତି । ଯାହା ଦ୍ୱାରା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି । ବିନା ମାସ୍କ ରେ ବିଦେଶୀ ମାନେ ମନ୍ଦିର ଓ କୋଣାର୍କ ଅଂଚଳ ବୁଲୁଥିବାରୁ କରୋନା ଭାଇରସ ସଂକ୍ରମଣ କୁ ମଧ୍ୟ ଏଡାଇ ଦିଆଯାଇ ନପାରେ । ଏହା ବିଶ୍ୱ ଏ÷÷ତିହ୍ୟ ହୋଇଥିବାରୁ ପ୍ରତିଦିନ ଅନେକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସୁଛନ୍ତି ।
ମାତ୍ର ଏଠାରେ ସୁରକ୍ଷା ବ୍ୟବସ୍ଥା ସହ ସଚେତନତା ଅଭାବ ଓ ମାସ୍କ ର କୌଣସି ବ୍ୟବସ୍ଥା ଗ୍ରହଣ କରାନଯିବା ହେତୁ ଯଦି କୌଣସି ପର୍ଯ୍ୟଟକ ଏହି ଭୟାନକ ପା୍ରଣଘାତୀ କରୋନା ରେ ଆକା୍ରନ୍ତ ଥାନ୍ତି ତାଙ୍କ ସ୍ପର୍ଶ ରେ ଆସିଲେ ଅନ୍ୟ ପର୍ଯ୍ୟଟକ ମାନେ ଆକ୍ରନ୍ତ ହେବେ ବୋଲି ଏଠାକୁ ହରିଦ୍ୱାର ରୁ ଆସିଥିବା ଜଣେ ମହିଳା ପର୍ଯ୍ୟଟକ ରାମେଶ୍ୱରୀ ଦାସ ପ୍ରକାଶ କରିଛନ୍ତି । ତେଣୁ ପୁରୀ ଜିଲ୍ଲାପାଳ ବଲ୍ଲବନ୍ତ ସିଂ ଏହି ଦିଗ ପ୍ରତି ଯତ୍ନବାନ ହୋଇ ଯଥାଶୀଘ୍ର ସୂର୍ଯ୍ୟମନ୍ଦିର ଠାରେ ଏକ ସଚେତନ ଶିବିର ସହ କରୋନା ପ୍ରତିରୋଧ ପାଇଁ ମାସ୍କ ଓ ଡାକ୍ତର ଟିମକୁ ରଖିବା ପାଇଁ ବନେ୍ଦାବସ୍ତ କରିବାକୁ କୋଣାର୍କର ସଚେତନ ନାଗରିକ ମାନେ ଜିଲ୍ଲାପାଳ ଙ୍କୁ ନିବେଦନ କରିଛନ୍ତି ।