Odisha news

ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ୫ ଜଣ ଗୁରୁତର ଆହତ

0
ରଣପୁର, ୨୫/୧୨  : ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅଧିନସ୍ଥ ରାଙ୍କଦେଉଳି ପଞ୍ଚାୟତ ଖଳିପାଟଣା ଗ୍ରାମରେ  ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ବିଜେପି କର୍ମୀମାନେ ବିଜେଡି କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି  | ଏହି ଆକ୍ରମଣରେ ୫ ଜଣ ବିଜେଡି କର୍ମୀ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ଜଣା ପଡିଛି | ସେମାନେ ହେଲେ ଖଳିପାଟଣା ଗ୍ରାମର ରବିନ୍ଦ୍ର ସାହୁ, ପ୍ରଶାନ୍ତ ପରିଡା, ଶଙ୍କର୍ଷଣ ସାହୁ, ସୁଶାନ୍ତ ପରିଡା, ପ୍ରଦ୍ୟୁମ୍ନ ସାହୁ |
    ସୂଚନା ଅନୁସାରେ ଉକ୍ତ ଗ୍ରାମରେ ପୂର୍ବରୁ ରାଜନୈତିକ ବିବାଦ ରହିଥିଲା  | ଯାହାକୁ ନେଇ ଗତକାଲି ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା  | ପରେ ଏହି ଯୁକ୍ତିତର୍କ ଉଗ୍ର ରୂପ ନେବା ଫଳରେ ରକ୍ତତା ସଂଘର୍ଷ ଘଟି ଅତ୍ୟନ୍ତ ଉଗ୍ରରୂପ ନେଇଥିଲା |  ଏହି  ସଂଘର୍ଷରେ ୫ ଜଣ ଗୁରୁତର ଭାବେ ଆହତ ହୋଇ ପ୍ରଥମେ ରଣପୁର ଓ ପରେ ନୟାଗଡ ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି  | ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି  |
Leave A Reply