Odisha news

ଅଭିନେତ୍ରୀ ଙ୍କ ଗୋଡ଼ କୁ ଚୁମ୍ବନ କରି ଟ୍ରୋଲ ହେଲେ ରାମ ଗୋପାଲ ବର୍ମା

0

ମୁମ୍ବାଇ : ଚଳଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ଯାହାଙ୍କୁ କି RGV କୁହାଯାଇ ଥାଏ , ସେ ନିଜର ଦୁଃସାହସିକ ମନ୍ତବ୍ୟ ଓ ଅଦ୍ଭୁତ ଘଟଣା ଘଟାଇ ଚର୍ଚାରେ ରହି ଥାଆନ୍ତି l  କହିଲେ ଅତ୍ୟୁକ୍ତି ହେବ ନାହିଁ ଯାହା ତାଙ୍କୁ ଆଲୋଚନା ଆଡକୁ ବାଟ କଢାଇ ନେଇଥାଏ l  ସେହିଭଳି ଆଜି ମଧ୍ୟ ଗୋଟିଏ ସେଭଳି ମଉକା ଆସିଛି l  ବର୍ତମାନ ଚର୍ଚା ବିଗ ବସ ର ପୂର୍ବତନ ପ୍ରତିଯୋଗୀ ଆସୁ ରେଡ୍ଡୀ ଙ୍କ ସହିତ ନିଜର ଫଟୋ ଓ ଭିଡିଓ କୁ ନେଇ ଆସିଛି l

ରାମ ଗୋପାଳ ବର୍ମା ଙ୍କର ନିଜ ଆକ୍ଟ୍ରେସ ସହିତ ଏହି ଭିଡିଓ ଓ ଫଟୋ ଲଗାତାର ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି l  ଏହାକୁ ନେଇ ଲୋକେ ଖୁବ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି l  ଗୋଟିଏ ପକ୍ଷରେ ପ୍ରଶଂସକ ମାନେ ତାଙ୍କୁ ନେଇ ଟ୍ରୋଲ କରୁଥିବା ସମୟରେ ଅନ୍ୟ ପକ୍ଷରେ ଲୋକେ ଏହାକୁ ଭାଗ୍ୟର କଥା ବୋଲି କହିଛନ୍ତି l  ରାମ ଗୋପାଳ ବର୍ମା ଆସୁ ରେଡି ଙ୍କ ସହିତ ନିଜର ଗୋଟିଏ ସାକ୍ଷାତ୍କାର ଭିଡିଓ ସେୟାର କରିଥିଲେ l  ସେ ଏହି ଭିଡିଓ ରେ କେତେବେଳେ ଅଭିନେତ୍ରୀ ଙ୍କ ଗୋଡ଼ କୁ କିସ କରୁଛାନ୍ତି ତ ଆଉ କେତେବେଳେ ମାଲିସ କରି ଚାଲିଛନ୍ତି l  ଏହି ଭିଡିଓ ଦେଖି କେହି ତାଙ୍କୁ ସାହସୀ କହୁଥିବା ସମୟରେ ଆଉ କେହି ତାଙ୍କୁ ଖୁଶ ମିଜାଜ ବ୍ୟକ୍ତି ବୋଲି କହୁଛନ୍ତି l ଆଉ କେହି କେହି କହୁଛନ୍ତି ମସାଜ ସେଣ୍ଟର ଖୋଲି ଦିଅ l

ଜଣେ ସୋସିଆଲ ମିଡ଼ିଆର ମତ ଦେଇଛନ୍ତି ନେଟିଜେନ୍ସ ନିର୍ଦେଶକ ଙ୍କୁ ଟ୍ରୋଲ କରୁଛନ୍ତି ଯେ ଏହା ଘୃଣିତ ଅଟେ, ଓ ସେ ନିଜର ଚଳଚିତ୍ର ପାଇଁ ଯେ କୌଣସି ସ୍ତରକୁ ଯାଇ ପାରନ୍ତି l  ଜଣେ ଟୁଇଟର ୟୁଜର କହିଛନ୍ତି ବେଳେବେଳେ ଆମକୁ ଖରାପ ଲାଗିଥାଏ ଯେ ଏତେ ଶିର୍ଷର ନିର୍ଦେଶକ ଏଭଳି ସବୁ କାର୍ଯ୍ୟ କରି ଚର୍ଚା କୁ ଆସୁଛନ୍ତି l  ଚଳଚିତ୍ର ଜଗତର ସମସ୍ତ ଚର୍ଚିତ ନାୟକ ତାଙ୍କ ସହିତ କାର୍ଯ୍ୟ କରିବାକୁ ପସନ୍ଦ କରି ଥାଆନ୍ତି l

ରାମ ଗୋପାଳ ବର୍ମା ଙ୍କ ନିର୍ଦେଶିତ ଚଳଚିତ୍ର ଡେଂଜର ରେ ଅପସରା ରାନୀ ଓ ନେଇନା ଗାଙ୍ଗୁଲି ଅଭିନୟ କରିଛନ୍ତି l  ଏହି ଚଳଚିତ୍ର ସମଲିଙ୍ଗୀ ଉପରେ ଆଧାରିତ l  ଆଉ ଏହି ଚଳଚିତ୍ରରେ ଦେଖା ଯାଇଛି ଯେ ସମଲିଙ୍ଗୀ ଲୋକେ ନିଜର ବୈବାହିକ ଜୀବନ କୁ ଖୁଶ କରିବା ପାଇଁ ମସାଜ ର ଆଶ୍ରୟ  ନେଇଥାଏ l  ଏହି ଚଳଚିତ୍ର ଡିସେମ୍ବର ୯ ତାରିଖ ରେ ରିଲିଜ ହେବ l

Leave A Reply