Odisha news

ବିଦେଶରେ ଛୋଟ ପିଲା ପ୍ରଶଂସକଙ୍କ ହୃଦୟ ଜିତିଲେ ରାମ ଚରନ, ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଫଟୋ

0

ସାଉଥ୍ ସିନେମା ର ସୁପର ଷ୍ଟାର ନିଜର ଚଳଚ୍ଚିତ୍ର RRR କୁ ବର୍ତ୍ତମାନ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ଏହି ଚଳଚ୍ଚିତ୍ର ଟି ରଲିଜ୍ ହେବା ପରେ ରାମ ଚରନ୍ ସାରା ଦୁନିଆରେ ପ୍ରସିଦ୍ଧି ଲାଭ କରିଥିଲେ । ନିକଟରେ ସେ ଆମେରିକା ପପୁଲାର ଚାଟ ଶୋ ଗୁଡ଼ ମର୍ଣୀଙ୍ଗ ଆମେରିକା ରେ ସାମିଲ ହୋଇଥିବା ପ୍ରଥମ ଭାରତୀୟ ଷ୍ଟାର ଅଟନ୍ତି । ଯେତେବେଳେ ସେ ଶୋ ରୁ ବାହାରି ଥିଲେ ସେହି ସମୟରେ କିଛି ଏଭଳି ଘଟିଥିଲା ଯାହାଦ୍ଵାରା ସେ ପୁନର୍ବାର ନିଜ ପ୍ରଶଂସକ ଙ୍କ ହୃଦୟ ଜିତି ପାରିଥିଲେ ।

ଯେତେବେଳେ ତାଙ୍କ ପ୍ରଶଂସକ ମାନେ ଜାଣିଥିଲେ ଯେ ରାମ ଚରନ ଆମେରିକାରେ ପହଞ୍ଚି ଛନ୍ତି , ସେତେବେଳେ ସେମାନେ ତାଙ୍କୁ ସାକ୍ଷାତ କରିବା ପାଇଁ ଗୁଡ ମର୍ଣିଂ ଆମେରିକା ଷ୍ଟୁଡିଓ ବାହାରେ ପହଞ୍ଚି ଥିଲେ । ସାକ୍ଷାତକାର ସାରିବା ପରେ ରାମ ଚରଣ ଷ୍ଟୁଡିଓ ରୁ ବାହାରି ଥିଲେ । ସେତେବେଳେ ସେ ନିଜ ପ୍ରଶଂସକ ଙ୍କ ଭିଡ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହାପରେ ସେ ନିଜ ପ୍ରଶଂସକ ଙ୍କ ସହିତ ସାକ୍ଷାତ କରି ଫଟୋ ମଧ୍ୟ ଉଠାଇ ଥିଲେ ।
ରାମ ଚରଣ ଙ୍କ କିଛି ଫଟୋ ଏହି ସମୟରେ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ଯେଉଁଥିରେ ସେ ନିଜ ପ୍ରଶଂସକ ମାନଙ୍କ ସହ ସାକ୍ଷାତ କରି ଥିବାର ନଜର ଆସିଥିଲେ । ଏହି ସମୟରେ ଦେଖିବାକୁ ମିଳିଥିଲା ଯେ ତାଙ୍କର ଗୋଟିଏ କୁନି ପ୍ରଶଂସକ ଅଚାନକ କାନ୍ଦିବାକୁ ଲାଗିଥିଲେ । କାହିଁକି ନା ସେ ତାଙ୍କ ସହିତ ଫଟୋ ଉଠାଇ ପାରି ନଥିଲେ । ଯେତେବେଳେ ରାମ ଚରଣ ଏହି କଥା ଜାଣି ପାରିଲେ ସେ ତୁରନ୍ତ ନିଜ କୁନି ପ୍ରଶଂସକ ଙ୍କ ନିକଟକୁ ଯାଇ ଫଟୋ ଉଠାଇ ଥିଲେ । ଏହି ଫଟୋ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଏହି କୁନି ଝିଅ ଟି ଗୋଟିଏ ଫୁଲ ତୋଡା ଦେଇ ସ୍ବାଗତ କରୁଛି । RRR ଚଳଚ୍ଚିତ୍ର ରେ ରାମ ଚରଣ ଓ ଜୁନିଅର ଏନ୍ ଟି ଆର ମିଳିତ ଭାବରେ ଅଭିନୟ କରିଛନ୍ତି ।
Leave A Reply