ରମ୍ଭା :14,10 ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମକୁ ଛତିଶଗଡ ର ଏକ 21 ଜଣିଆ ସିଡିପିଓ ଟିମ ପରିଦର୍ଶନ ରେ ଆସି ଗଞ୍ଜାମ ବ୍ଲକ ରେ ସମନିତ୍ୱ ଶିଶୁ ବିକାଶ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ସମ୍ଭନ୍ଧରେ ଆଲୋଚନା କରିଥିଲେ l ମୋ ଗେହ୍ନାଝିଅ, ଅଦ୍ଵିକା,ବାଲ୍ୟବିବାହ ମୁକ୍ତ, କନ୍ୟା ଭୃଣ ହତ୍ୟା ରୋକିବା ଆଦି ସମ୍ପର୍କରେ ପଚାରି ବୁଝିଥିଲେ l
ମଧ୍ୟାହ୍ନ ସମୟରେ ହୁମ୍ମା ସ୍ଥିତ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା l
ଉକ୍ତ ଅଙ୍ଗନବାଡି କେନ୍ଦ୍ରର ବିଭିନ୍ନ ଅନୁସାଙ୍ଗିକ ବ୍ୟବସ୍ଥା ଦେଖିବା ସହ କୋମଳମତି ଶିଶୁ ମାନଙ୍କୁ ଅଙ୍ଗନବାଡି କର୍ମୀ ପ୍ରଶିକ୍ଷଣ ପ୍ରଦାନ କରିବା ଦେଖିଥିଲେ lପରେ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଏକ ଗେହ୍ନାଝିଅ କାର୍ଯ୍ୟକ୍ରମରେ ନିକଟରେ ଜନ୍ମ ଦେଇଥିବା ଶିଶୁକନ୍ୟା ମାନଙ୍କ ମା ମାନଙ୍କ ମାନପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା l ଶିଶୁ କନ୍ୟା ମାନଙ୍କ ଉଜ୍ଜଳ ଭବିଷତ ନେଇ ମୁଖ୍ୟ ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା ପଠନ କରାଯାଇଥିଲା l ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନିର୍ଭୟକଢି କାର୍ଯ୍ୟକ୍ରମ ସମ୍ପର୍କିତ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା l ଶିଶୁ କନ୍ୟା ଜନ୍ମ ଦେଇଥିବା ମା, ସଖୀ ଓ ସହେଲି ମାନଙ୍କୁ ବିଭିନ୍ନ ବିଷୟରେ ପଚାରି ବୁଝିବା ସହ ଖୁସି ଜାହିର କରିଥିଲେ l ଶେଷରେ ସିଡିପିଓ ସଲୀଳା ପ୍ରଧାନ
ଧନ୍ୟବାଦ ଅର୍ପଣ କରିଥିଲେ l
ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ସ୍ଥାନୀୟ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ,ସରପଞ୍ଚ ଜାନକି ଦାସ, ବିଇଓ ଭାଗିରଥି ବେହେରା, ଡ଼ବ୍ଲ୍ୟୁ ସି ଡି ସେକ୍ରେଟାରି ରବୀନ୍ଦ୍ର ବେହେରା,ଚିନ୍ମୟୀ ରଥ,ସୋନାଲି ସିହ୍ନା,ମଧୁମିତା ପ୍ରମୁଖ ରାଜ୍ୟ କର୍ମକର୍ତ୍ତା ଡି ଏସ ଡ଼ବ୍ଲ୍ୟୁ ଶୁଭଶ୍ରୀ ପାତ୍ର,ଏ ଡ଼ିଏସଡ଼ବ୍ଲ୍ୟୁ ସାଧାନ କୁମାର ଦାସ,ଡିପିସି ଦେବବ୍ରତ ମହନ୍ତ ପ୍ରମୁଖ
ଉପସ୍ଥିତ ରହି ଅତିଥି ସିଡିପିଓ ମାନଙ୍କୁ ଗଞ୍ଜାମ ଜିଲ୍ଲାର ଶିଶୁ ଓ ମହିଳା ମାନଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ସୁପରଭାଇଜର, ଅଙ୍ଗନବାଡି କର୍ମୀ, କିଶୋରୀ ବାଳିକା ଓ ସ୍ଥାନୀୟ ମହିଳା ମାନେ ଉପସ୍ଥିତ ରହିଥିଲେ l
