Odisha news

ବଳା ଗ୍ରାମ ପଞ୍ଚାୟତରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା,୨୦୨୪ ନିର୍ବାଚନ ପାଇଁ ରେ ଗାଁରୁ ପଥ ପ୍ରସ୍ତୁତି ଆରମ୍ଭ କଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ

0

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ଜନତା ଦଳ ପକ୍ଷରୁ ଲୋକଙ୍କ ସହିତ ଯୋଡିହୋଇ ସେମାନଙ୍କ ସମସ୍ୟା ହୃଦବୋଧ କରି ପ୍ରତିକାର କରିବା, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସାଧାରଣ ଲୋକଙ୍କ ନିକଟବର୍ତ୍ତୀ କରାଇବା ନିମନ୍ତେ ଜନ ସମ୍ପର୍କ ପଦଯାତ୍ରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି।ବିଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ଦଳ ଯେଉଁ ମାତ୍ରାଧିକ ଭୋଟ ହାତେଇଥିଲା ତାକୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ସଂରକ୍ଷିତ ରଖିବା ତଥା ବୃଦ୍ଧି କରିବା ପାଇଁ ପ୍ରୟାସ ଏହାର ଏକମାତ୍ର ଲକ୍ଷ୍ୟ।ଏହି ପରିପ୍ରେକ୍ଷୀରେ ଵଳା ଗ୍ରାମ ପଞ୍ଚାୟତରୁ ଆଜି  ବିଜୁ ଜନତା ଦଳ ର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟିକା ତଥା ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଉପସ୍ଥିତ ରହି କର୍ମୀଙ୍କୁ ଉତ୍ସାହିତ କରିଥିଲେ। କରଞ୍ଜିଆ ବ୍ଲକ ସଭାପତି ସତ୍ୟ ରଞ୍ଜନ ମହାନ୍ତ ପରିଚାଳନା କରିଥିବା ବେଳେ ଦଳର ଜିଲ୍ଲା ଉପସଭାପତି ସନ୍ତୋଷ ମହାନ୍ତ, କରଞ୍ଜିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡି, ଉପାଧ୍ୟକ୍ଷ ଛତିଶ ଚନ୍ଦ୍ର ମହାନ୍ତ,୬ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ବିଣାପାଣି ନାଏକ, ପଞ୍ଚାୟତ ସମିତି ସଭ୍ୟ ମଧୁସୂଦନ ନାଏକ,ଯୁବ ବିଜେଡ଼ି ସଭାପତି ଇମତିଆଜ ଅଲ୍ଲୀ,ଯୁବ ନେତା ପଙ୍କଜ ମହାନ୍ତ ଓ ବହୁ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ

Nalco
Leave A Reply