ତାଳଚେର ତା ୧୪/୧୦ ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ ତାଳଚେର ପ୍ରେସ୍ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତାଳଚେର ମେଡିକାଲ୍ କଲେଜ୍ ଖୋଲିବା ନେଇ ସରକାରଙ୍କ ତରଫରୁ କୌଣସି ବିଜ୍ଞପ୍ତି ଜାରି ହେଲା ନାହିଁ । ସରକାର ଦେଇଥିବା ପ୍ରତିଶୃତି ଅନୁଯାଇ ଆସନ୍ତା ଜାନୁଆରୀ ୨୦୨୩ ମଧ୍ୟରେ ହେବା କଥା । କିନ୍ତୁ ଆଜି ପର୍ଯ୍ୟନ୍ତ କଣ ଅଗ୍ରଗତି ହୋଇଛି ସେ ସଂପର୍କରେ କୌଣସି ସୂଚନା ମିଳିଲା ନାହିଁ । ଏନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇଛି । ଏ ସଂପର୍କରେ କମିଟି ପକ୍ଷରୁ ତାଳଚେର ଉପଜିଲ୍ଲାପାଳଙ୍କୁ ସାକ୍ଷାତ ପାଇଁ ଯାଇଥିବା ପ୍ରତିନିଧି ମଣ୍ଡଳୀଙ୍କୁ ସମୟ ନାହିଁ ବୋଲି କହି ଉପଜିଲ୍ଲାପାଳ ବିଶ୍ୱରଂଜନ ରଥ ଫେରାଦେଇଥିଲେ ବୋଲି ଉକ୍ତ କମିଟି ପକ୍ଷରୁ କୁହାଯାଇଛି । ସାକ୍ଷାତ ହୋଇ ପାରିବ ନାହିଁ କହିବାରୁ ପ୍ରତିନିଧି ମଣ୍ଡଳୀ ମଧ୍ୟରେ କ୍ଷୋଭ ଓ ଉତେଜନା ପ୍ରକାଶ ପାଇଥିଲା । ଓଡିଶା ପ୍ରଶାସନିକ ସେବା ତାଳଚେର କାହା ସ୍ୱାର୍ଥରେ କାର୍ଯ୍ୟ କରୁଛି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ପ୍ରକାର ବ୍ୟବହାରକୁ ଦୃଢ଼ ନିନ୍ଦା କରାଯିବା ସହିତ ଆଗାମୀ ଦିନରେ ବିରୋଧ କରାଯିବ ବୋଲି ଆଜିର ବୈଠକରେ ନିଷ୍ପତି ହୋଇଛି । କମିଟି ପକ୍ଷରୁ ପ୍ରେସ୍ ମାଧ୍ୟମରେ ଜଣାଇ ଦିଆଯାଉଅଛି କି, ଜନ ପ୍ରତିନିଧି, ପ୍ରଶାସନ ଏହାର ସ୍ପଷ୍ଟିକରଣ ଦିଅନ୍ତୁ । ନଚେତ୍ ଆଗାମୀ ଦିନରେ ମେଡିକାଲ୍ କଲେଜ୍ ଖୋଲିବା ପାଇଁ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି କମିଟିର ଆବାହକ ପଦ୍ମଚରଣ ସାମଲ, ଦିଗାମ୍ବର ଗଡନାୟକ, କେଶବ ଭୂତିଆ, ପୂର୍ଣ୍ଣଚନ୍ଦ୍ର ସାହୁ, ଭୂପେନ୍ ଥମ୍ବ, ଗଗନ ଦାଶ, ପ୍ରହ୍ଲାଦ ଚନ୍ଦ୍ର ସାହୁ, କିଶୋର ବିଶ୍ୱାଳ, ସୁକାନ୍ତ ଦାସ, ପ୍ରେମାନନ୍ଦ ମହାନ୍ତି, ରାଜୁ ନାଏକ, ପର୍ଶୁରାମ ସାମଲ, ଶୋଭାଗିନୀ ଦାସ, ବିନୋଦ ଲାଲ୍, ରଣଜିତ୍ ମହାପାତ୍ର, ମୀନା ପ୍ରଧାନ ପ୍ରମୁଖ ଜଣାଇଛନ୍ତି ।
