Odisha news

ରମ୍ଭା ବ୍ରଜମୋହନ ପୁ୍ର ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ

0
ରମ୍ଭା ତା -19/09/2022 ସ୍ଥାନୀୟ ବ୍ରଜମୋହନ ପୁ୍ର ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କୁନ୍ତଳା ଦାଶଙ୍କ ସଭାପତିତ୍ୱରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆୟୋଜିତ କାର୍ଯ୍ୟକ୍ରମରେ ନିର୍ଦ୍ଧାରିତ ସୂଚୀପ୍ରକାରେ ପରିଚାଳିତ ହେବାସହ ନବାଗତା ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ୱାଇଁ (ମୁଖ୍ୟ ଅତିଥି ), ଉପାଧ୍ୟକ୍ଷ କାଳିଆ ତରେଇ, 03 ନମ୍ବର ୱାର୍ଡ କାଉନସିଲର ଶ୍ରୀମତୀ ଜୟନ୍ତୀ ଗୌଡ଼,ପିଙ୍କୁ ଗୌଡ଼ ପ୍ରମୁଖ ମଞ୍ଚାସିନ ହୋଇ ଅଭିଭାଷଣ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଘୋଷିତ ଶିକ୍ଷା, ଦୀକ୍ଷା, ଶିକ୍ଷାନୁଷ୍ଠାନ ଗୁଡିକରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ଗୁଣାତ୍ମକ ଶିକ୍ଷା, ଶିକ୍ଷଣୀୟ ସlମଗ୍ରୀ,ମାଗଣା ପାଠ୍ୟ ପୁସ୍ତକ ବଣ୍ଟନ,ଜୋତା,ପୋଷାକ ସମେତ ଚଉଦ ବର୍ଷ ପର୍ଯ୍ୟନ୍ତ ପ୍ରତେକ ଛାତ୍ର ଛାତ୍ରୀଙ୍କୁ ଏଯାବତ ପ୍ରଦାନ କରାଯାଉଛି l ପରମୁହୂର୍ତ୍ତରେ ସରକାରଙ୍କ ପର୍ଯାୟ କ୍ରମେ ବିଭିନ୍ନ ଯୋଜନା ଉଦ୍ଧେଶ୍ୟ,ଲକ୍ଷ୍ୟ ରହିଥିବା ଜଣାଯାଇଛି l ଶେଷରେ ଶିକ୍ଷାନୁଷ୍ଠାନର ଅଧ୍ୟୟନରତ 133 ଜଣ ଛାତ୍ର ଛାତ୍ରୀମାନଙ୍କୁ ପ୍ରତେକଙ୍କୁ ଦୁଇହଳ ପୋଷାକ ଏକ ହଳ ଜୋତା ମଞ୍ଚାସିନ ବ୍ୟକ୍ତିମାନେ ପ୍ରଦାନ କରିଥିଲେ llଶିବିରକୁ ପରିଚାଳନାରେ ସହଯୋଗ କରିଥିଲେ ଶିକ୍ଷକ ରଙ୍କନିଧି ନାୟକ, ଦିଲ୍ଲୀପ ପ୍ରଧାନ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟ ଏବଂ ସlହିବାସିନ୍ଦା
Leave A Reply