Odisha news

ଗଞ୍ଜାମ ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

0
ରମ୍ଭା/ ତା ୧୩.୮.୨୨ ରିଖ – ଗଞ୍ଜାମ ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଂଘ୍ ତରଫରୁ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ  ମେଧାବୀ ଛାତ୍ରଛାତ୍ରୀଙ୍କୁ  ସମ୍ବର୍ଦ୍ଧନା ଏବଂ ପୂଜୁପୂଜା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ରମ୍ଭା ଗାୟତ୍ରୀ ଶକ୍ତିପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରମ୍ଭା ଗାୟତ୍ରୀ ଶକ୍ତିପୀଠର ପ୍ରାକ୍ତନ ଟ୍ରଷ୍ଟି ତଥା ଅବସର ପ୍ରାପ୍ତ ଶିକ୍ଷକ  ଗୋକୁଳ ଚନ୍ଦ୍ର ନାହକଙ୍କ ବେଦମନ୍ତ୍ର ଓ ସଂଘର ସଭାପତି ବାନମ୍ବର୍ ପାଲେଇଙ୍କ ପୌରହିତ୍ୟରେ  ଆରମ୍ଭ ହୋଇଥିବା ଏହି ପୂଜ୍ୟ ପୂଜା କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଉପେନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି,କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା, ମୋହନା ଅତିରିକ୍ତ ତହସିଲଦାର ହିମାଂଶୁ  ପଳେଇ,ଗଞ୍ଜାମ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ,ଗଞ୍ଜାମ ବ୍ଲକ ଶିକ୍ଷାଧିକାରୀ ଭାଗିରଥି ବେହେରା ସମ୍ମାନିତ ଅତିଥି ଏବଂ ମୁଖ୍ୟ ବକ୍ତାଭାବେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମୟାନୁବର୍ତ୍ତିତା,କଠିନ ପରିଶ୍ରମ ଦ୍ୱାରା କିପରି ଭବିଷ୍ୟତରେ ଭଲ ମଣିଷ ହୋଇ ଅଞ୍ଚଳ ଓ ଦେଶର ନାମ ରଖିପାରିବ ସେ ସମ୍ବନ୍ଧରେ ମତ ରଖିଥିଲେ ।
ଅବସର ପ୍ରାପ୍ତ କର୍ମଚାରୀମାନେ ସେମାନଙ୍କର ବଳକା ସମୟରେ  ଯୋଗ ,ବ୍ୟାୟାମ , ପଠନ ଏବଂ ସାମାଜିକ କାର୍ଯ୍ୟକ୍ରମ  ସହିତ ଯୋଡ଼ିହୋଇ ରହିଲେ ନିଜେ ସୁସ୍ଥ ରହିବା ସହିତ ସମାଜର କିଛି କଲ୍ୟାଣକାରି କାର୍ଯ୍ୟ କରି ନିଜକୁ ଖୁସି ରଖି ପାରିବେ।ସଂଘର ସମ୍ପାଦକ ବାଳକୃଷ୍ଣ ମହାରଣା ସଂପାଦକୀୟ ବିବରଣୀ ପାଠକରିଥିବାବେଳେ  ରାଜ୍ୟ ପୁରସ୍କାରପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ବାଳ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଗାୟତ୍ରୀ ଶକ୍ତିପୀଠ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ସହ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ନରସିଂହ ବେହେରା,ଗାୟତ୍ରୀ ପରିବାର ବିଶ୍ବ ମଙ୍ଗଳ ଗୋ କଲ୍ୟାଣ ସମିତିର ମୁଖ୍ୟ ସଂଯୋଜକ ପ୍ରକୃତି ବନ୍ଧୁ ପଞ୍ଚାନନ ଖଟୁଆ ଯୋଗଦେଇ  ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ତ୍ରିପାଠୀ ଗଞ୍ଜାମ ବ୍ଲକର ୨୨ ଟି ହାଇସ୍କୁଲର ମାଟିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ମେଧାବୀ ଚାତ୍ରଛାତ୍ରୀଙ୍କୁ ପୁଷ୍ଫୁ  ଗୁଛ ଓ ମାନପତ୍ରଦେଇ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଅଶି ବର୍ଷରୁ ଉର୍ଦ୍ଧ ବୟସ୍କ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଭିକାରୀ ଗୌଡ଼ ଏବଂ ଉମା ଚରଣ ବିଶ୍ବାଳଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଂଘର କୋଷାଧ୍ୟକ୍ଷ ଭଗବାନ ଦାସ,ଉମେଶ ମହାନ୍ତି,ରାମଚନ୍ଦ୍ର ବଦତ୍ୟା,ପ୍ରସନ୍ନ ମିଶ୍ର ,ରମେଶ ଚନ୍ଦ୍ର ପଟ୍ଟନାୟକ,ଆନନ୍ଦ ସାହୁ ପରିଚାଳନା କରିଥିଲେ।
Leave A Reply