Odisha news

ଓଡିଶା ମୋଟର ଚାଳକ ସଂଘ ରମ୍ଭା ଶାଖାର ବୈଠକ, ନୂତନ କର୍ମକର୍ତ୍ତା ଚୟନ

0

ରମ୍ଭା ତା -22/01/2022 ଶୁକ୍ରବାର ଦିନ ଓଡିଶା ମୋଟର ଚାଳକ ସଂଘ ରମ୍ଭା ଶାଖା ପକ୍ଷରୁ କରୋନା କଟକଣା ନୀତି ନିୟମ ଭିତିକରି ରମ୍ଭା ନିକଟସ୍ଥ ତୋତୋରି ପଦର ନିକଟରେ କାମେଶ୍ୱର ବେହେରାଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚାସିନ ବ୍ୟକ୍ତିମାନେ ଦୀର୍ଘ ଦୁଇବର୍ଷ ଧରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଡ୍ରାଇଭର ମାନଙ୍କ ପ୍ରତି ସହାନୁଭୂତି, ପେଟ ପାଟଣା ସମେତ ଅନେକ ଆନୁସଙ୍ଗିକ ସମସ୍ୟା ଦେଇ ଗତି କରୁଛନ୍ତି l ଏପରିକି ଶାସିତ ସରକାରଙ୍କ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ନ ନେବା, ନିର୍ମାଣ ଶ୍ରମିକ ସଂଗଠନରେ ସ୍ୱୀକୃତି ଦେବl, ବୀମା ଭୁକ୍ତ କରିବା, ମୌଳିକ ସମସ୍ୟାରୁ ବଞ୍ଚିତ ହେବା, କାଣିଚାଏ ଏମାନଙ୍କ ପ୍ରତି ଦୃଷ୍ଟି ନ ଦେବା ଫଳରେ କେତେକ ଦାଦନ ମୁହାଁ ହେଉଥିବା ଖବର ମିଳିଛି l

ଏଥିରେ ରାଜ୍ୟ ଓ ଜିଲ୍ଲା ସ୍ତରର ତଥା ରାଜ୍ୟ ସାଧାରଣ ସମ୍ପାଦକ ଓ ପ୍ରତିଷ୍ଠାତା ପ୍ରଭାକର ମଲ୍ଲିକ, ଜିଲ୍ଲା ସଭାପତି ସିମାଞ୍ଚଳ ବେହେରା , ଜିଲ୍ଲା ଉପସଭାପତି 4ନମ୍ବର ଜୋନ ଗୋପାଳ କୃଷ୍ଣ ସାହୁ,5 ନମ୍ବର ଜୋନ ଉପସଭାପତି ପୁରୁଷୋତ୍ତମ ପ୍ରଧାନ,ଜିଲ୍ଲା ସମ୍ପାଦକ ଦେବଦତ୍ତ ଡାକୁଆ, ଜିଲ୍ଲା ସଂଗଠନ ସମ୍ପାଦକ ବିଜୟ କୁମାର ମିଶ୍ର ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସିନ ରହିଥିଲେ l ଏଥିସହିତ ବିଭିନ୍ନ ଅଞ୍ଚଳ ଶାଖାର କର୍ମକର୍ତ୍ତା ଏ ଭୀମ ରେଡ୍ଡୀ, ଗୋଲଖ ବିହାରୀ ସ୍ୱାଇଁ, ଏ ସୂର୍ଯ୍ୟମଣି ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ l ପରିଶେଷରେ ରମ୍ଭା ମୋଟର ଚାଳକ ସଂଘ ରାଜ୍ୟ ଓ ଜିଲ୍ଲା ସ୍ତରର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସର୍ବସମ୍ମତି କ୍ରମେ କାମେଶ୍ୱର ବେହେରା(ସଭାପତି ), ସୁଧାକର ପରିଡା (ଉପସଭାପତି ), ବାପି କୁମାର ଜେନା (ସମ୍ପାଦକ), ପ୍ରଭାକର ଗୌଡ଼ (ସହ ସମ୍ପାଦକ), ସନ୍ତୋଷ କୁମାର ପଟ୍ଟନାୟକ (କୋଷାଧକ୍ଷ), ବିପ୍ରସେନ ଗୌଡ଼ (ସଂଗଠନ ସମ୍ପାଦକ) ଚୟନ କରାଯାଇଥିବା ଆୟୋଜକଙ୍କ ଠାରୁ ପ୍ରକାଶ l ଏଥିରେ 62 ଜଣ ସଭ୍ୟ ଅନ୍ତର୍ଭୁକ୍ତ ହୋଇଥିବା ଜଣାଯାଇଛି l ଶେଷରେ ମଧୁ କୁମାର ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l

Leave A Reply