Odisha news

ରାମାୟଣର ରୋଚକ କଥା : ରାବଣ ନିଜ ମୃତ୍ୟୁ ସମୟରେ ଲକ୍ଷ୍ମଣ ଙ୍କୁ କହିଥିଲା ଏହି ୩ଟି କଥା, ଯାହା କଳିଯୁଗରେ ସମସ୍ତେ ଜାଣିବା ଜରୁରୀ

0

ରାବଣ ଜଣେ ମହାପଣ୍ଡିତ ଥିଲା, ଯିଏକି ସମସ୍ତ ବେଦ , ଶାସ୍ତ୍ର ଓ ତନ୍ତ୍ର ଯୋଗରେ ନିପୁଣ ଥିଲା l ସେ ଯୁଦ୍ଧର ମାୟାବୀ କଳାରେ ପାରଙ୍ଗମ ଥିଲା l କିନ୍ତୁ ରାବଣର କର୍ମ ଠିକ ନଥିଲା, ସେ କ୍ରୁର ହେବା ସହିତ କାମୁକ ଥିଲା l କିନ୍ତୁ ସେ ମାରିବା ସମୟ ରେ ଲକ୍ଷ୍ମଣ ଙ୍କୁ ତିନିଟି କଥା କହିଥିଲା, ଯାହା ଆଜି ମଧ୍ୟ ପ୍ରାସଙ୍ଗିକ ରହିଛି l

ରାବଣ ଯେତେବେଳେ ଶେଷ ସମୟ ରେ ଥିଲା ସେତେବେଳେ ପ୍ରଭୁ ଶ୍ରୀରାମ ଲକ୍ଷ୍ମଣ ଙ୍କୁ କହିଥିଲେ ଯେ ସଂସାର ରେ ନୀତି, ରାଜନୀତି ଓ ଶକ୍ତି ର ମହାନ ପଣ୍ଡିତ ରାବଣ ଅଟେ, ବର୍ତମାନ ତାର ଶେଷ ସମୟ ରେ ତା ନିକଟରୁ କିଛିଟା ଜ୍ଞାନ ନିଅ ଯାହା ତମକୁ ଜୀବନ ରେ କାମରେ ଆସିବ l ସେତେବେଳେ ଲକ୍ଷ୍ମଣ ରାବଣ ର ଚରଣ ରେ ବସିଥିଲା, ସେହି ସମୟରେ ଲକ୍ଷ୍ମଣ ଙ୍କୁ ରାବଣ ୩ଟି କଥା କହିଥିଲା l

* ଶୁଭସ୍ୟ ଶୀଘ୍ରମ –
ପ୍ରଥମ କଥାଟି ରାବଣ ଲକ୍ଷ୍ମଣ କୁ କହିଥିଲେ ଯେ ଶୁଭ କାର୍ଯ୍ୟରେ କଦାପି ଡେରି କରିବା ଉଚିତ ନୁହେଁ l ଏହାର ଅର୍ଥ ମୁଁ ପ୍ରଭୁ ରାମଚନ୍ଦ୍ର ଙ୍କୁ ଜାଣି ପାରି ନଥିଲି, ଏବଂ ତାଙ୍କ ଚରଣ କୁ ଆସିବାରେ ଡେରି କରିଦେଲି ଯାହା ମୋ ବିନାଶ ର କାରଣ ହେଲା l

* ଶତ୍ରୁ କୁ କଦାପି ଛୋଟ ଭାବିବା ଉଚିତ ନୁହେଁ –
ରାବଣ ର ଦ୍ଵିତୀୟ ସିକ୍ଷତି ଥିଲା ନିଜ ପ୍ରତିଦ୍ବନ୍ଦୀ କୁ କିମ୍ବା ଶତ୍ରୁକୁ କଦାପି ନିଜ ଠାରୁ ଛୋଟ ଭାବିବ ନାହିଁ, ମୁଁ ଏହି ଭୁଲ କରି ମୃତ୍ୟୁର ଦ୍ୱାରରେ l ମୁଁ ଯେଉଁ ମାନଙ୍କୁ ସାଧାରଣ ବାନର ଭାବୁଥିଲି ସେମାନେ ମୋର ସମ୍ପୂର୍ଣ ଲଙ୍କାର ସେନାକୁ ଧ୍ବଂସ କରିଦେଲେ l

* କାହାକୁ ତୁଛ ଭାବିବା ଉଚିତ ନୁହେଁ –
ମହାପଣ୍ଡିତ ରାବଣ ଲକ୍ଷ୍ମଣ ଙ୍କୁ ତୃତୀୟା ଶିକ୍ଷା ଥିଲା, ମୁଁ ଯେତେବେଳେ ବ୍ରହ୍ମ ଦେବଙ୍କୁ ଅମର ହେବାର ବର ମାଗିଲି ସେତେବେଳେ ନର ଓ ବାନର ଙ୍କ କଥା ଭୁଲି ଯାଇଥିଲି, ଏବଂ ତାଙ୍କୁ ତୁଛ ଭାବିଥିଲି l ଏବଂ ଏହି ମନୁଷ୍ୟ ଓ ବାନର ଙ୍କ ଯୋଗୁଁ ମୋର ମୃତ୍ୟୁ ହେବ ଭାବି ନଥିଲି l

Leave A Reply