Odisha news

ରାମ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମରେ କେଉଁ ସ୍ଥାନରୁ କଣ ଆସିଛି ଓ କେଉଁ ମାନଙ୍କୁ ମିଳିଛି ନିମନ୍ତ୍ରଣ

0

ନୂଆଦିଲ୍ଲୀ : ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମର ଏତିହାସିକ ଅବସରକୁ ନେଇ ସାରା ବିଶ୍ୱର ନଜର ରହିଛି l ପ୍ରତ୍ୟକଟି ବ୍ୟକ୍ତି ଏହି କାର୍ଯ୍ୟକ୍ରମ ସହିତ ଯୋଡି ହୋଇ ରହିଥିବା ଛୋଟଛୋଟ ଘଟଣାକୁ ଜାଣିବାକୁ ଚାହୁଁଛନ୍ତି,ଏହି କାର୍ଯ୍ୟକ୍ରମରେ ପୁରା ଭାରତ ବର୍ଷର ୩୬ ଟି ଆଧ୍ୟାତ୍ମିକ ପରମ୍ପରାରୁ ୧୩୫ ଜଣ ସନ୍ଥଙ୍କୁ ଡାକ ଯାଇଛି l ନେପାଳରୁ ମଧ୍ୟ ପ୍ରତିନିଧି ଆସିବେ ନିମନ୍ତ୍ରଣ ପତ୍ର ଉପରେ ଗୋଟିଏ ସିକ୍ୟୁରିଟି କୋଡ଼ ରହିଛି l ଏହି ସିକ୍ୟୁରିଟି କୋଡ଼ ମାତ୍ର ଥରଟିଏ କାମ କରିବ l ଯଦି ଏହି ନିମନ୍ତ୍ରଣ ପତ୍ରକୁ ଦୁତୀୟ ଥର ବ୍ୟବହାର କରାଯିବ ତେବେ ଦୁତୀୟ ଥର ସେହି ବ୍ୟକ୍ତି କାର୍ଯ୍ୟକ୍ରମ ସ୍ଥଳରେ ପ୍ରବେଶ କରି ପାରିବେ ନାହିଁ l କୌଣସି ପ୍ରକାରର ଇଲୋକ୍ଟ୍ରୋନିସ ପଦାର୍ଥ ସଭା ସ୍ଥଳକୁ ନେବା ପାଇଁ ଅନୁମତି ନାହିଁ l

ଭଗବାନ ରାମ କେଉଁ ରଙ୍ଗର ବସ୍ତ୍ର ପିନ୍ଦିବେ ତାହାକୁ ପୂଜାରୀ ସଂଘ ନିର୍ଦ୍ଧାରଣ କରିବେ ଅପ୍ରେଲ ମାସରୁ ଦେବତା ମାନଙ୍କୁ ଆହ୍ୱାନ କରି ପୂଜାର୍ଚନା ଆରମ୍ଭ କରାଯାଇଛି l ଏକ ହଜାର ଥର ହନୁମାନଙ୍କ ନାମ ଉଚ୍ଚାରଣ କରି ଆହୁତି ଦିଅl ଯାଇଛି  l ଉତ୍ତରପ୍ରଦେଶ ସରକାର ରାମ ମନ୍ଦିରର ମଡେଲର ନୂଆ ଡାକ ଟିକଟ ଜାରି କରିଛନ୍ତି ,ଯାହାର ଉଦ୍ଘାଟନ ପ୍ରଧାନମନ୍ତ୍ରୀ କରିବେ l ମଞ୍ଚ ଉପରେ ମାତ୍ର ପାଞ୍ଚଜଣ ରହିବେ ଯଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ,ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ,ସର ସଂଘଚାଳକ ,ରାଜ୍ୟପାଳ ଆନନ୍ଦି ବେନ ଓ ଟ୍ରଷ୍ଟର ଅଧକ୍ଷ ନୃତ୍ୟ ଗୋପାଳ ଦାସ ଉପସ୍ଥିତ ରହିବେ l

ସୁଙ୍ଗରୀ ପୀଠର ଶଙ୍କରାଚାର୍ଯ୍ୟ ପଞ୍ଚଧାତୁରେ ନିର୍ମିତ ପଦ୍ମ ଫୁଲ ପଠାଇଛନ୍ତି l ପାଟନାର ମହାବୀର ସ୍ୱାମୀ ମନ୍ଦିରର ପ୍ରମୁଖ ୨ କୋଟି ତାଙ୍କ ଦେଇଛନ୍ତି l ଓଡ଼ିଶାର ବିରଜା କ୍ଷାତ୍ର ଯାଜପୁରରୁ ବିରଜାଙ୍କ ମନ୍ଦିର ମାଟି ପଠାଯାଇଛି l କିଛି ଲୋକ ନିଜଘର ଗାଈର ଘିଅ ପଠାଇଛନ୍ତି l ୧୦୦ ରୁ ଅଧିକ ଲୋକ ଚାନ୍ଦିର ଇଟା ପଠାଇଛନ୍ତି ଓ ଅଧିକାଂଶ ଲୋକ ଚାନ୍ଦିର ନାଗନଗୁଣୀ ପଠାଇଛନ୍ତି l ରାମ ମନ୍ଦିର ଷ୍ଟ୍ରଷ୍ଟ ସେହି ଲୋକମାଙ୍କର ପରିବାରକୁ ଶିଳାନ୍ୟାସ ସମାରୋହରେ ନିମନ୍ତ୍ରଣ କରିଛି ଯେଉଁମାନେ ରାମ ଜନ୍ମଭୂମି ଆନ୍ଦୋଳନ ସମୟରେ ୧୯୯0 ରେ ପୋଲିସ ଗୁଳିରେ ମୃତ୍ୟୁ ବାରଣ କରିଥିଲେ l

ରାମ ଜନ୍ମଭୂମି ଶିଳାନ୍ୟାସ ଏତିହାସିକ ସମାରୋହରେ ହିନ୍ଦୁଙ୍କ ସହିତ ଶିଖ ,ବୌଦ୍ଧ ,ଜୈନ,ଆର୍ଯ୍ୟ ସମାଜ ଓ ମୁସଲିମ୍ ସମ୍ପ୍ରଦାୟର ସମସ୍ତ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି l କରୋନା ମହାମାରୀ ଯୋଗୁ ବୟସ୍କ ବ୍ୟକ୍ତି ମାନଙ୍କର ନିମନ୍ତ୍ରଣ ରଦ୍ଧ କରାଯାଇଛି l ତେଣୁ ବିଜେପିର ଆଗଧାଡିର କାର୍ଯ୍ୟକର୍ତା ଅlଡ଼ବାଣି  ମଧ୍ୟ ଏହି କାର୍ଯ୍ୟକ୍ରମକୁ ଆସିବେ ନାହିଁ l

Leave A Reply