Odisha news

ଅଯୋଧ୍ୟା: ଭୂମିପୂଜା ମୁହୂର୍ତ୍ତ ମାତ୍ର ୩୨ ସେକେଣ୍ଡ୍‌

0

ପୂରା ଦେଶ ଅଗଷ୍ଟ ୫ରେ ରାମ ମନ୍ଦିର ଭୂମି ପୂଜାକୁ ଚାହିଁ ବସିଛି । ଏ ପାଇଁ ଅଯୋଧ୍ୟା ନଗରୀରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏପରିକି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଗଷ୍ଟ ୩-୫ ଦୀପାବଳି ପାଳିବାକୁ ଆଦେଶ ଦେଇଛନ୍ତି । ଏବେଠୁ ସରଯୁ ନଦୀ କୂଳରେ ଦୀପ ଜାଳିବା ଆରମ୍ଭ ହୋଇଛି । ଭୂମିପୂଜା ପରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ ।

ମନ୍ଦିର ନିର୍ମାଣକୁ ଲାଗିବ ପ୍ରାୟ ୩-୪ ବର୍ଷ । ଶିଳାନ୍ୟାସରେ ଗାଜିଆବାଦ୍‌ରେ ପ୍ରସ୍ତୁତ ୨୨ କେଜି ୬୦ ଗ୍ରାମ ଓଜନର ରୁପାଇଟା ଲାଗିବ ଯାହାର ମୂଲ୍ୟ ୧୪ ଲକ୍ଷ ୬୦ ହଜାର ଟଙ୍କା । ଭୂମିପୂଜା ବୁଧବାର ପଡ଼ୁଛି । ଏ ଦିନର ଶୁଭ ରଙ୍ଗ ସବୁଜ । ସେଥିପାଇଁ ଭଗବାନ ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ବିଗ୍ରହ ରନିଖଚିତ ସବୁଜ ପୋଷାକ ପିନ୍ଧିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଦିନ ପୂର୍ବାହ୍ନ ସାଢ଼େ ୧୧ଟାରେ ଭୂମି ପୂଜା କରିବେ । ଭୂମିପୂଜା ମୁହୂର୍ତ୍ତ ମାତ୍ର ୩୨ ସେକେଣ୍ଡ୍‌ ଥିବାରୁ ସେହି ସମୟ ମଧ୍ୟରେ ହିଁ ମୋଦିଜୀଙ୍କୁ ଭୂମି ପୂଜନ ଶେଷ କରିବାକୁ ହେବ ।

 

Leave A Reply