ହିନ୍ଦୁଧର୍ମ ଅନୁସାରେ ଶ୍ରୀରାମଙ୍କୁ ବିଷ୍ଣୁଙ୍କର ସପ୍ତମ ଅବତାର ରୂପରେ ପୂଜା କରାଯାଏ l ଭଗବାନ ରାମଙ୍କର ଜୀବନ ସହିତ ଯୋଡି ହୋଇ ରହିଥିବା ସମସ୍ତ ତଥ୍ୟା ରାମାୟଣରେ ବର୍ଣ୍ଣିତ ହୋଇଛି l ପୌରାଣିକ କଥା ଅନୁସାରେ ଏମିତି ଅନେକ ମହାପୁରୁଷ ଓ ଯୋଦ୍ଧା ମାନଙ୍କର ବିବରଣୀ ମିଳିଥାଏ ଯେଉଁ ମାନଙ୍କର ନାମ ଭଗବାନ ରାମଙ୍କ ସହିତ ଯୋଡ଼ା ହୋଇଛି l
ହନୁମାନଙ୍କ ସହିତ ରାମଙ୍କ ପ୍ରଥମ ସାକ୍ଷାତ -ରାମଙ୍କର ଭକ୍ତ ମାନଙ୍କର ନାମ ମଧ୍ୟରେ ସର୍ବ ପ୍ରଥମେ ପବନସୁତା ହନୁମାନଙ୍କର ନାମ ଆସିଥାଏ l ରାମାୟଣ କଥା ଅନୁସାରେ ଭଗବାନ ରାମ ହନୁମାନଙ୍କୁ ପ୍ରଥମଥର ପାଇଁ କିସ୍କିନ୍ଧାର ଜଙ୍ଗଲରେ ଭେଟିଥିଲେ l ରାମଚରିତ ମାନସରେ ଏହାକୁ କିସ୍କିନ୍ଧାକାଣ୍ଡ ନାମରେ ନାମିତ କରାଯାଇଛି l ବାନର ରାଜା ସୁଗ୍ରୀବ ନିଜର ବଡଭାଇ ବାଳିଙ୍କର କ୍ରୋଧରେ ଭୟଭୀତ ହୋଇ ବନ୍ଧୁ ହନୁମାନଙ୍କର ଶରଣ ପଶିଥିଲେ l ଏହି ସମୟରେ ଋଷ୍ୟମୁକ ପର୍ବତରେ ଭଗବାନ ରାମ ଓ ହନୁମାନଙ୍କର ପ୍ରଥମ ସାକ୍ଷାତ ହୋଇଥିଲା l
ବାଳିଙ୍କ ସହିତ ଭଗବାନ ରାମଙ୍କର ପ୍ରଥମ ସାକ୍ଷାତ -ହନୁମାନଙ୍କ ସହିତ ସାକ୍ଷାତ କରି ସାରିବା ପରେ ଭଗବାନ ରାମ ସୁଗ୍ରୀବଙ୍କୁ ସାହାଯ୍ୟ କରି ବାଳୀଙ୍କୁ ବଧ କରିଥିଲେ l କିସ୍କିନ୍ଧାର ରାଜା ବାଳୀଙ୍କୁ ସୁଗ୍ରୀବ ଭଗବାନ ରାମଙ୍କ କହିବା ଦ୍ୱାରା ଉସୁକାଇ ମହଲରୁ ବାହାରକୁ ଆଣିଥିଲା l ଏହା ପରେ ଭଗବାନ ରାମ ବାଳୀକୁ ସର ଦ୍ୱାରା ବିଧକରି ମୃତ୍ୟୁ ଦେଇଥିଲେ l ସେଥିପାଇଁ କୁହାଯାଏ ଯେ ରାମଚନ୍ଦ୍ରଙ୍କର ପ୍ରଥମ ସାକ୍ଷାତ ବାଳୀଙ୍କ ସହିତ ତାଙ୍କର ମୃତ୍ୟୁ ସ୍ଥଳରେ ହୋଇଥିଲା l
ଶବରୀ ସହିତ ପ୍ରଥମ ସାକ୍ଷାତ -ରାମାୟଣରେ ଭଗବାନ ରାମଙ୍କ ସହିତ ଶବରୀର ପ୍ରଥମ ସାକ୍ଷାତ ବିଷୟରେ ଉଲେଖ ରହିଛି l ଶବରୀ ଧାମ ଦକ୍ଷିଣ ପଶ୍ଚିମ ଗୁଜୁରାଟର ଡାଙ୍ଗ ଜିଲ୍ଲାରେ ଅବସ୍ଥିତ ମାନ୍ୟତା ରହିଛି ଯେ ଶବରୀ ଧାମ ସେହିସ୍ଥାନ ଯେଉଁଠାରେ ଶବରୀ ସହିତ ରାମଚନ୍ଦ୍ରଙ୍କର ପ୍ରଥମ ସାକ୍ଷାତ ହୋଇଥିଲା l
