Odisha news

ସ୍ୱାଧୀନତା ଦିବସ ଅବସରରେ ରିଲାଏନ୍‌ସ ଡିଜିଟାଲ୍ ର, ଡିଜିଟାଲ୍ ଇଣ୍ଡିଆ ସେଲ ଆହୁରି ବଡ଼ ଓ ଉନ୍ନତ ହୋଇଛି

– ବ୍ୟାପକ ବର୍ଗର ଇଲେକ୍‌ଟ୍ରୋନିକ୍ସ ଉତ୍ପାଦରେ ନୂତନ ଶ୍ରେଣୀର ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି

ଅଗଷ୍ଟ ୧୨, ୨୦୨୧ : ସ୍ୱାଧୀନତା ଦିବସ ଅବସରରେ ରିଲାଏନ୍‌ସ ଡିିଜିଟାଲ୍ ଏହାର ଡିଜିଟାଲ୍ ଇଣ୍ଡିଆ ସେଲ କୁ ଆହୁରି ବଡ଼ କରିଛି ଓ ଏଥିରେ ଅନେକ ଗୁଡ଼ିଏ ଆକର୍ଷଣୀୟ ଅଫର ଓ ରିହାତି ପ୍ରଦାନ କରାଯାଉଛି ।  ଏହି ସେଲ୍ ରିଲାଏନ୍‌ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ଲାଇଭ୍ ହେବ ଓ ଏହା ମଧ୍ୟ www.reliancedigital.in. ରେ ଉପଲବ୍ଧ ହେବ । ଗ୍ରାହକମାନେ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଏଚଡିଏଫସି ବ୍ୟାଙ୍କ କାର୍ଡ଼ ଓ ଇଏମଆଇ କାରବାରରେ ଟ.୩୦୦୦ ଟଙ୍କା ପର୍ଯ୍ୟନ୍ତ ୧୦% ଇନ୍‌ଷ୍ଟାଂଟ ଡିସକାଉଂଟ ପାଇପାରିବେ । ଅଗଷ୍ଟ ୩୧ ପର୍ଯ୍ୟନ୍ତ ପେଟିଏମ୍ ରେ ସର୍ବନିମ୍ନ ଟ୍ରାନ୍‌ଜାକ୍‌ସନ ଟ.୯,୯୯୯/- ରେ ୱାଲେଟ୍ କ୍ୟାସବ୍ୟାକ୍‌ ଟ.୫୦୦ ମିଳିପାରିବ । ଗ୍ରାହକମାନେ ମଧ୍ୟ ଜେଷ୍ଟ ମନି ମାଧ୍ୟମରେ ଟ.୧୦,୦୦୦ ରୁ ଅଧିକ କ୍ରୟ କ୍ଷେତ୍ରରେ ନୋ କଷ୍ଟ ଇଏମଆଇ+ ୧୦% କ୍ୟାସବ୍ୟାକ୍‌ଞ୍ଚ ଟ.୫୦୦୦ ପର୍ଯ୍ୟନ୍ତ ପାଇପାରିବେ । ଏହି ସୁବିଧା ଗୁଡ଼ିକ ସହିତ ବ୍ୟାପକ ଶ୍ରେଣୀ ଯଥା ଟେଲିଭିଜନ, ଲାପଟପ୍‌, ମୋବାଇଲ୍ ଫୋନ୍ ଓ ଗୃହ ଉପକରଣରେ ଅନେକ ସ୍ୱତନ୍ତ୍ର ଅଫର ମଧ୍ୟ ଉପଲବ୍ଧ ରହିଛି ।

ଟେଲିଭିଜନରେ ଗ୍ରାହକମାନେ ବ୍ୟାପକଶ୍ରେଣୀୟ ସ୍ମାର୍ଟ ଟିଭିକୁ ବାଛି ପାରିବେ ଯାହାର ମୂଲ୍ୟ ଟ.୧୩,୯୯୦/- ରୁ ଆରମ୍ଭ । ସାନସୁଇ ୫୦-ଇଂଚ ଅଲ୍‌ଟ୍ରା ଏଚଡି ସ୍ମାର୍ଟ ଏଲଇଡି ଟିଭି ୪୩-ଇଂଚ ଭାରିଆଂଟର ମୂଲ୍ୟରେ ଉପଲବ୍ଧ ରହିଛି ଯାହାକି ମାତ୍ର ଟ.୨୯,୯୯୦/- । ଆଉ ମଧ୍ୟ ଟିସିଏଲ୍ ୫୫-ଇଂଚ ଅଲ୍‌ଟ୍ରା ଏଚଡି ସ୍ମାର୍ଟ ଟିଭି ର ସ୍ୱତନ୍ତ୍ର ମୂଲ୍ୟ ହେଉଛି ଟ.୪୪,୯୯୦/- ଓ ଏଥିରେ ରହିଛି ଟ.୧୯,୯୯୦ ମୂଲ୍ୟର ମାଗଣା ଜେବିଏଲ୍ ସାଉଣ୍ଡ ବାର୍ ।

ଅନେକ ଗୁଡ଼ିଏ ଲାପଟପ୍ ମଧ୍ୟ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ ରହିଛି ଯାହାର ମୂଲ୍ୟ ଟ.୧୬,୯୯୯/- ରୁ ଆରମ୍ଭ ଓ ଏଥିରେ ଟ.୧୭,୯୯୦/- ପର୍ଯ୍ୟନ୍ତ ଲାଭ ମିଳିପାରିବ । ୧୬ ଜିବି ରାମ୍ ସହିତ ପାୱାରଫୁଲ୍ ଗେମିଂ ଲାପଟପ୍ ଟ.୬୪,୯୯୯ ରୁ ଆରମ୍ଭ ହେଉଛି । ଲିନୋଭୋ ଏମ୮ ୩୨ ଜିବି ଟାବଲେଟ୍ ର ସ୍ୱତନ୍ତ୍ର ମୂଲ୍ୟ ହେଉଛି ଟ.୧୧,୪୯୯ ।

ମୋବାଇଲ୍ ଫୋନ୍ ମଧ୍ୟରେ ସବୁଠାରୁ ଲୋକପ୍ରିୟ ୱାନପ୍ଲସ୍ ନର୍ଡ଼ ୨ ସ୍ମାର୍ଟଫୋନ୍ ଅତୁଳନୀୟ ମୂଲ୍ୟ ଟ.୨୯,୯୯୯/- ରେ ଉପଲବ୍ଧ ରହିଛି । ବ୍ରାଣ୍ଡ ନୂଆ ସ୍ମାର୍ଟୱାଚ୍ ଫାୟାର ବୋଲ୍‌ଟ ଅଗ୍ନି ଓ ଏସପିଓ୨ ବୈଶିଷ୍ଟ୍ୟ ସହିତ ସ୍ୱତନ୍ତ୍ର ଭାବରେ ଡିଜିଟାଲ୍ ଇଣ୍ଡିଆ ସେଲରେ ଉପଲବ୍ଧ ହେବ ଯାହାର ସ୍ୱତନ୍ତ୍ର ମୂଲ୍ୟ ରହିଛି ଟ.୨୬୯୯/- । ଆଉମଧ୍ୟ, ଗ୍ରାହକମାନେ ଟ.୭୯୯୯/- ମୂଲ୍ୟର ଟ୍ରୁ ଓୟାରଲେସ୍ ବିଟି ଇୟରଫୋନକୁ ବଛା ବଛା ଫୋନ୍ ଉପରେ ପାଇ ପାରିବେ ।

ଅନ୍ୟାନ୍ୟ ଇଲେକ୍‌ଟ୍ରୋନିକ୍ ସାମଗ୍ରୀ ଗୁଡ଼ିକ ଉପରେ ମଧ୍ୟ ଆକର୍ଷଣୀୟ ଅଫର ରହିଛି । ଏଲଜି, ସାମସଙ୍ଗ, ହୁଇର୍ଲପୁଲ୍ ପକ୍ଷରୁ ଫ୍ରଷ୍ଟ ଫ୍ରି ରେଫ୍ରିଜରେଟର ଟ.୨୩,୯୯୦/- ର ଆରମ୍ଭ ମୂଲ୍ୟରେ ଉପଲବ୍ଧ  ଓ ଏଥିରେ ରହିଛି ଟ.୩୮୫୦/- ମୂଲ୍ୟର ମାଗଣା ଉପହାର । ଟପ-ଲୋଡ୍ ୱାସିଂ ମେସିନ୍  ଟ.୧୨,୯୯୦/- ର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ରହିଛି ଓ ଏଥି ସହିତ ଟ. ୧୯୯୦/-ର ମାଗଣା ଉପହାର ମିଳୁଛି । ଆଉ ମଧ୍ୟ କୁକଟପ୍ କମ୍ବୋ (ରିକନେକ୍ଟ ୩ ବର୍ଣ୍ଣର କୁକଟପ୍‌+ ୫୦୦ ଡବ୍ଲୁ ମିକ୍ସର + ଇଲେକ୍‌ଟ୍ରିକ୍ କେଟିଲ୍‌) ଅଫରରେ ଟ.୪୪୯୯/- ରେ ଉପଲବ୍ଧ । ୱାଟର ପ୍ୟୁରିଫାୟରର କ୍ରୟ କ୍ଷେତ୍ରରେ, ଗ୍ରାହକମାନେ ଟ.୧୯୯୯/-ର ମାଗଣା ଇଲେକ୍‌ଟ୍ରିକ୍ କେଟିଲ୍ ପାଇପାରିବେ ।

ଡିଜିଟାଲ୍ ଇଣ୍ଡିଆ ସେଲ୍ ଅନୁଭୂତିକୁ ସହଜିଆ ଫାଇନାନ୍ସ ଓ ଇଏମଆଇ ବିକଳ୍ପ ସହିତ ଆହୁରି ଆକର୍ଷଣୀୟ କରାଯାଇଛି । ଗ୍ରାହକମାନେ ମଧ୍ୟ ଇନଷ୍ଟା ଡେଲିଭରି (୩ ଘଂଟାରୁ କମ୍ ସମୟ ମଧ୍ୟରେ ଡେଲିଭରି) ଓ ନିକଟତମ ଷ୍ଟୋରରୁ ଷ୍ଟୋର ପିକ-ଅପ୍‌ ବିକଳ୍ପ ପାଇପାରିବେ । ସମସ୍ତ ଷ୍ଟୋର ଓ ଡେଲିଭରି ପାର୍ଟନରମାନେ କଠୋର ଭାବରେ କୋଭିଡ-ସୁରକ୍ଷା ପଦକ୍ଷେପର ଅନୁପାଳନ କରୁଛନ୍ତି ଓ ଏହାର ଗ୍ରାହକ ତଥା କର୍ମଚାରୀଙ୍କ ପ୍ରତି ଯତ୍ନବାନ ରହିଛନ୍ତି ।
*ସମସ୍ତ ଅଫର ଓ ମୂଲ୍ୟରେ ସର୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ ।

 

Comments are closed.